ଦେଶ ବିଦେଶ

ଆଜ୍‌ମା ସମସ୍ୟାରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର, କିଛି ଦିନରେ ଦେଖିବେ ତଫାତ୍‌

ଅଦା ଓ ହଳଦୀ:

ଗରମ ପାଣିରେ ଅଦାକୁ ଛେଚି ପକାଇ ଫୁଟାନ୍ତୁ। ପରେ ଏଥିରେ ହଳଦୀ ପକାନ୍ତୁ। ଏହାକୁ ଗରମ ଥିବା ଅବସ୍ଥାରେ ପିଇଦିଅନ୍ତୁ। ଦିନକୁ ଦୁଇ ଥର ଏହି ଚା’ ପିଇଲେ ଆଜ୍‌ମା ଆଟାକ୍‌ରୁ ମୁକ୍ତି ମିଳିବ।

ଡାଲଚିନି:

ଡାଲଚିନିରେ କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌, ଆଇରନ୍‌ ଓ ପ୍ରୋଟିନ୍‌ ଭଳି ପୋଷକ ତତ୍ତ୍ୱ ରହିଛି, ଯାହା ଆଜ୍‌ମା ରୋଗୀଙ୍କ ପାଇଁ ଆବଶ୍ୟକ। ଏଥିପାଇଁ ରାତିରେ ଏକ କପ୍‌ ଗରମ ପାଣିରେ ଏକ ଚାମକ ଡାଲଚିନି ପାଉଡର, ଏକ ଚାମ ତ୍ରିକଟୁ ଚୂର୍ଣ୍ଣ ଓ ୧ ଚାମଚ ମହୁ ମିଶାଇ ପିଅନ୍ତୁ। ଆପଣ ଚାହିଁଲେ ଦିନରେ ବି ଏହାକୁ ସେବନ କରିପାରିବେ।

ତେଜପତ୍ର:

ଆଜ୍‌ମା ସମସ୍ୟାକୁ କମ୍‌ କରିବାରେ ତେଜପତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏଥିପାଇଁ ଅଧ ଚାମଚ ତେଜପତ୍ର ପାଉଡରରେ ଏକ ଚାମଚ ପିପଳି ଓ ଏକ ଚାମଚ ମହୁ ମିଶାଇ ଦିନରେ ତିନିଥର ସେବନ କରନ୍ତୁ। ଆଜ୍‌ମା କମିଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button