ଦେଶ ବିଦେଶ

ଘରେ ବନାନ୍ତୁ ଟେଷ୍ଟି ସାଉଥ୍‌ ଇଣ୍ଡିଆନ୍‌ ସ୍ପେଶାଲ ‘ନଡିଆ ଚଟଣୀ’, ପ୍ରସ୍ତୁତ କରିବା ପୂରା ସହଜ

ଆପଣ ଘରେ ସାଉଥ୍‌ ଇଣ୍ଡିଆନ୍‌ ଷ୍ଟାଇଲ ନଡିଆ ଚଟଣୀ ବନାଇବାକୁ ଚାହୁଁଛନ୍ତି କି ତାହେଲେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକଦମ୍‌ ସହଜ ଉପାୟରେ ପ୍ରସ୍ତୁତ ହେଉଥିବା ନଡିଆ ଚଟଣୀ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଅଧା ଫାଳ ନଡିଆ,ଅଧା କପ୍‌ ଧନିଆ ପତ୍ର, ୨ଟି କଞ୍ଚା ଲଙ୍କା, ଗୋଟେ ଛୋଟ ଲେମ୍ବୁ, ଲୁଣ-ସ୍ୱାଦାନୁସାରେ, ୧ ଟେବୁଲ ଚାମଚ ତେଲ, ୧ ଟେବୁଲ ଚାମଚ ସୋରିଷ, ୬-୮ଟି ଭୃଷଙ୍ଗ ପତ୍ର, ଚିମୂଟାଏ ଲାଲ ଲଙ୍କା।

ନଡିଆ ଚଟଣୀ ପାଇଁ ପ୍ରସ୍ତୁତି ପ୍ରଣାଳୀ

ନଡିଆକୁ ଭାଙ୍ଗି ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। ନଡିଆ, ଧନିଆ ପତ୍ର, କଞ୍ଚା ଲଙ୍କା, ଲେମ୍ବୁ ରସ, ଲୁଣ ଏବଂ ଅଳ୍ପ ପାଣି ଦେଇ ସବୁ ସାମଗ୍ରୀକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏବେ ଏହି ପେଷ୍ଟକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଯେତେ ଗାଢ଼ା ଆପଣ ଚାହୁଁଛନ୍ତି ତାହା ହିସାବରେ ପାଣି ଦେଇପାରିବେ।

ଏବେ କଡାରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗୋଟା ସୋରିଷ ପକାନ୍ତୁ। ସୋରିଷ ଫୁଟିଲା ପରେ ଏଥିରେ ଭୃଷଙ୍ଗ ପତ୍ର ପକାଇ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏବେ ଏହି ତେଲରେ ଲାଲ ଲଙ୍କା ପକାନ୍ତୁ। ଏବେ ଏହି ସୋରିଷ ତଡକାକୁ ପୂର୍ବରୁ ରଖିଥିବା ଚଟଣୀ ସହିତ ମିଶାଇ ଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ସାଉଥ୍‌ ଇଣ୍ଡିଆନ ଷ୍ଟାଇଲ୍‌ ନଡିଆ ଚଟଣୀ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button