ବିଚାର

ଘରେ କରନ୍ତୁ ପାର୍ଲର ଭଳି ପେଡିକିଓର, ଜାଣନ୍ତୁ କେମିତି

ମହିଳାମାନେ ନିଜର ଚେହେରାକୁ ଖାସ୍‌ ଧ୍ୟାନ ଦିଅନ୍ତି, ଯେଉଁଥିପାଇଁ ସେମାନଙ୍କର ଆକର୍ଷଣ ବଢିଥାଏ। କିନ୍ତୁ ଏହାସହିତ ମହିଳାମାନେ ନିଜର ପାଦ ପ୍ରତି ମଧ୍ୟ ସଚେତନ ଥାଆନ୍ତି। ଏଥିପାଇଁ ପାର୍ଲର ଯାଇ ପେଡିକିଓର କରିବାକୁ ପସନ୍ଦ କରନ୍ତି। ଏମିତି କରିବା ଦ୍ୱାରା ପାଦରେ ଜମା ହୋଇଥିବା ଧୂଳିମଲି ଏବଂ ଟ୍ୟାନ୍‌ ସମସ୍ୟାରୁ ଛୁଟ୍‌କାରା ମିଳିଥାଏ। ଏବେ କରୋନା କାଳରେ ପାର୍ଲର ଯିବାକୁ କେହି ପସନ୍ଦ କରୁନାହାନ୍ତି। ତେଣୁ ଆଜି ଆମେ ଆପଣଙ୍କୁ ଏପରି ପେଡିକିଓର ବିଷୟରେ ଜଣାଇବୁ, ଯାହା ସାହାଯ୍ୟରେ ଆପଣ ଘରେ ବସି ପାର୍ଲର ଭଳି ନିଜର ପାଦକୁ ମୁଲାୟମ ଏବଂ ସୁନ୍ଦର କରିପାରିବେ।

ପ୍ରଥମେ ନଖରେ ଲାଗିଥବା ନେଲପଲିସକୁ ଭଲଭାବେ ଛଡାଇ ଦିଅନ୍ତୁ। ଏହା ସହିତ ଯଦି ପାଦର ନଖ ବଢିଯାଇଥାଏ ,ତେବେ ତାକୁ କାଟି ଦିଅନ୍ତୁ ଏବଂ ନେଲ ଫାଇଲ ଜରିଆରେ ଭଲ ସେପ୍‌ ଦିଅନ୍ତୁ।

pedicure home

ତା’ ପରେ ଗରମ ପାଣିରେ ଅଳ୍ପ ଅଲଭି ତେଲ ଏବଂ ଏସେନସିଆଲ ଅଏଲ ପକାଇ ନିଜ ପାଦକୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ। ଏହାସହିତ ଡେଡ ସ୍କିନ ହଟାଇବା ପାଇଁ ପାଦକୁ ଭଲଭାବେ ରଗଡନ୍ତୁ। ସ୍କ୍ରବ ବ୍ରସ ଏବଂ ଫୁଟ ସ୍କ୍ରବର ଉପଯୋଗ କରି ମୃତ ତ୍ୱଚାକୁ ହଟାଇଦିଅନ୍ତୁ।

ଏମିତି କରିବା ପରେ ପାଦରେ ଲୋସନ ଲଗାଇ ପାଣିରୁ ପାଦ କାଢିଦିଅନ୍ତୁ। ତା’ ପରେ ଟାଓ୍ଵଲରେ ପୋଛିଦିଅନ୍ତୁ। ଏବେ ପାଦରେ ବାଦାମ ତେଲ କିମ୍ବା ଅଲିଭ ତେଲ ଭଲଭାବେ ମସାଜ କରିଦିଅନ୍ତୁ। ଆପଣ ଯଦି ଚାହିଁବେ ଆପଣ ପାଦରେ ମହୁ ଏବଂ ଲେମ୍ବୁ ମିଶାଇ ମଶ୍ଚରାଇଜ ମଧ୍ୟ କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button