ବିଚାର

ବାସ୍ତୁ ଟିପ୍ସ: ଗଛ କାଟିବା ପୂର୍ବରୁ ଏସବୁ ବିଷୟ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ, ବଢ଼ିବ ଧନସମ୍ପତ୍ତି

କେବଳ ପ୍ରକୃତି ପାଇଁ ନୁହେଁ ଘର ପାଇଁ ମଧ୍ୟ ଗଛ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବଞ୍ଚିବା ବେଳେ ଗଛ ଅମ୍ଳଜାନ ଯୋଗାଉଥିବା ବେଳେ କଟାଯିବ ପରେ ବି ଘର ଉପରେ ଗଛର ପ୍ରଭାବ ରହିଥାଏ। ଗଛ କାଟିବା ବେଳେ କେଉଁ ଦିଗକୁ ଏହାର ଗଣ୍ଡି ପଡ଼ିବ ତାହା ଉପରେ ବି ପରିବାର ଲୋକଙ୍କ ଭାଗ୍ୟ ନିର୍ଭର କରେ। କାରଣ ଭିନ୍ନ ଭିନ୍ନ ଦିଗକୁ ଗଛ ପଡ଼ିଲେ ଭିନ୍ନ ଭିନ୍ନ ଫଳ ମିଳିଥାଏ। ତେବେ ଆସନ୍ତୁ ଜାଣିବା କଟା ହେବା ପରେ ଗଛ କେଉଁ ଦିଗକୁ ପଡ଼ିବା ଶୁଭ ହୋଇଥାଏ…

  • ଯଦି ଗଛ କଟା ହୋଇସାରିବା ପରେ ପୂର୍ବ ଦିଗକୁ ପଡ଼ୁଛି ତେବେ ଧନଧାନ୍ୟ ବୃଦ୍ଧି ହୋଇଥାଏ।
  • ଯଦି ଅଗ୍ନି କୋଣ ବା ଦକ୍ଷିଣ-ପୂର୍ବ ଦିଗକୁ ଗଛ ପଡ଼ୁଛି ତେବେ ନିଆଁର ଭୟ ରହିଥାଏ।
  • ଦକ୍ଷିଣ ଦିଗରେ ଗଛ ପଡ଼ିଲେ ବିଭିନ୍ନ ପ୍ରକାରର ସମସ୍ୟା ଆସିପାରେ
  • ନୈଋତ ବା ଦକ୍ଷିଣ-ପଶ୍ଚିମ ଦିଗରେ କଟା ଗଛ ପଡ଼ିଲେ ପରିବାରରେ କଳହ ଦେଖାଦେଇପାରେ।
  • ପଶ୍ଚିମ ଦିଗରେ ପଡ଼ିଲେ ଚୋର ଭୟ ରହିଥାଏ।
  • ଉତ୍ତର ଦିଗରେ ପଡ଼ିଲେ ଧନର ଆଗମନ ହୋଇଥାଏ।
  • ଐଶାନ୍ୟ କୋଣ ବା ଉତ୍ତର-ପୂର୍ବ ଦିଗରେ ଗଛ ପଡ଼ିଲେ ସର୍ବଶ୍ରେଷ୍ଠ ଫଳ ମିଳେ।

tree2

ବାସ୍ତୁବିତ୍‌ଙ୍କ ମତରେ ସବୁବେଳେ ଗଛ କାଟିବା ପୂର୍ବରୁ ପୂଜା କରିବା ଉଚିତ। ପୂଜା କରିବା ବେଳେ ଗଛରେ ବାସ କରୁଥିବା ପଶୁପକ୍ଷୀଙ୍କ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ। କାରଣ ଆପଣ ଗଛ କାଟିବା ପରେ ସେମାନେ ବାସହରା ହୋଇଯିବେ। ଏଥିସହ ଗଛକୁ କ୍ଷମା ମାଗିବା ପରେ ହିଁ କାଟିବା ନିୟମ ରହିଛି। ଏହା ଦ୍ୱାରା ପରିବାର ଉପରେ କୌଣସି ବିପଦ ଆସେ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button