ବିଚାର

ଘରର ଏହି ଦିଗରେ ରଖନ୍ତୁ ଝରକା ଓ କବାଟ, ନଚେତ୍‌ ଆପଣଙ୍କ ଭାଗ୍ୟ ଉପରେ ପଡିପାରେ ପ୍ରଭାବ

ବାସ୍ତୁଶାସ୍ତ୍ରରେ ଦିଗକୁ ନେଇ ଅନେକ ମହତ୍ତ୍ବ ରହିଥାଏ। ଯଦି ଆପଣଙ୍କ ଘର ଏବଂ ଏହା ଭିତରେ ଜିନିଷର ଦିଗ ଠିକ୍ ନଥିବ ତେବେ ସେଠାରେ ରହୁଥିବା ଲୋକଙ୍କ ଭାଗ୍ୟ ଉପରେ ପ୍ରଭାବ ପଡିଥାଏ। ଏପରି କ୍ଷେତ୍ରରେ ଏହା ଜାଣିବା ଜରୁରୀ ହୋଇଥାଏ ଯେ ଘରର କବାଟ ଝରକାର ଉପଯୁକ୍ତ ଦିଗ କେଉଁଠି? ଏହା ସହିତ ଯଦି ଆପଣଙ୍କ ଘରର ଜିନିଷର ଦିଗ ଠିକ୍ ନାହିଁ ତେବେ ନକରାତ୍ମକ ପ୍ରଭାବରୁ ବର୍ତ୍ତିବା ପାଇଁ କ’ଣ ଉପାୟ ରହିଛି?

ଦକ୍ଷିଣ-ପଶ୍ଚିମ ଦିଗକୁ ନେତୃତ୍ବ ଦିଗ ମଧ୍ୟ କୁହାଯାଏ। ଘରର ଏହି ଦିଗ ଖୋଲା ନହେବା ଉଚିତ୍। ଅର୍ଥାତ୍ ଆପଣଙ୍କ ଘରର ଏହି ଦିଗରେ ଝରକା, କବାଟ ନହେବା ଉଚିତ୍।  ଐଶ୍ବରିକ ଶକ୍ତି ଈଶାନ କୋଣରୁ ପ୍ରବେଶ କରିଥାଏ ଏବଂ ନେତୃତ୍ବ କୋଣରୁ ବାହାରକୁ ବାହାରିଥାଏ। ଏଥିପାଇଁ ଯଦି ଏହା ସମ୍ଭବ ନ ହେବ ତେବେ ପଶ୍ଚିମ ଦିଗରେ ମନ୍ଦିର ନିର୍ମାଣ କରିବେ। କିନ୍ତୁ ଦକ୍ଷିଣ ଦିଗରେ ମନ୍ଦିର ନିର୍ମାଣ କରିବା ଅନୁଚିତ୍।

door

ବାସ୍ତୁଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ସବୁଜ ବୃକ୍ଷ ରଖିବା ଅନୁଚିତ୍। ବାସ୍ତୁ ଦୃଷ୍ଟିରୁ ଗଛ ପାଇଁ ଏହି ସ୍ଥାନ ଅଶୁଭ ହୋଇଥାଏ। ଏହା ସହିତ ଏହି ଦିଗରେ ସୂର୍ଯ୍ୟଙ୍କ ପର୍ଯ୍ୟାପ୍ତ କିରଣ ମଧ୍ୟ ମିଳି ପାରିନଥାଏ। ଯଦି ଆପଣ ଏହି ଦିଗରେ ଗଛ ରଖୁଛନ୍ତି ତେବେ ଆପଣଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।

window

ଯଦି ଆପଣଙ୍କ ଘରର ଦକ୍ଷିଣ ପଶ୍ଚିମ ଦିଗରେ ଅଧିକ ଝରକା ଏବଂ କବାଟ ରହିଛି ତେବେ ଭଗବାନ ହନୁମାନଙ୍କ ମୂର୍ତ୍ତି ଏପରି ଭାବେ ଲଗାନ୍ତୁ ଯେ ତାଙ୍କ ଦୃଷ୍ଟି ଦକ୍ଷିଣ ଦିଗରେ ସବୁବେଳେ ପଡ଼ିବ। ଏହା ଦ୍ବାରା ଆପଣ ବିପଦରୁ ବର୍ତ୍ତିବେ। ଘରର ଦକ୍ଷିଣ-ପଶ୍ଚିମ କୋଶ ସବୁବେଳେ ଭର୍ତ୍ତି ରହିବା ଉଚିତ୍। ବାସ୍ତୁ ଅନୁସାରେ ଏହି ଦିଗରେ ଓଜନିଆ ଜିନିଷ ରଖିବା ଉଚିତ୍। ଏହା ଦ୍ବାରା ରାହୁ ଗ୍ରହକୁ ଶାନ୍ତ ରଖିବାରେ ସାହାଯ୍ୟ ମିଳିବ। ଦକ୍ଷିଣ-ପଶ୍ଚିମ ଦିଗରେ ଶୌଚାଳୟ ନ ରଖିବା ଅନୁଚିତ୍ । ଏପରି ହେଲେ ପିତୃ ଦୋଷ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button