ବିଚାର

ଆପଣଙ୍କ ଆଖିତଳେ ପିଗମେଣ୍ଟେସନ ଚିହ୍ନ ପଡିଛି କି? ଏହି ଉପାୟରେ କରନ୍ତୁ ଦୂର

ମହିଳାମାନେ ଯେତେବେ ବି ନିଜ ତ୍ୱଚାରେ ଯତ୍ନ ନେଲେ ମଧ୍ୟ ଆଖିତଳ କଳାଦାଗ ସେମାନଙ୍କର ଦେଖିବାକୁ ମିଳିଥାଏ। ଯାହା ସେମାନଙ୍କର ସୁନ୍ଦରତା ଛଡାଇନିଏ। ଏମିତି ଏକ ସମସ୍ୟା ହେଉଛି ପିଗମେଣ୍ଟେସନ ସ୍ପଟ ବା ଚିହ୍ନ। ଏହା ଅଧିକାଂଶ ସମୟରେ ଆଖି ତଳେ ଦେଖିବାକୁ ମିଳିଥାଏ। ଏହା ଆଖି ତଳ କଳା ପଡିବା ଏବଂ ତ୍ୱଚା ଢିଲା ହେବା କାରଣରୁ ହୋଇଥାଏ। ତେବେ ଏମିତିରେ ସମୟ ଥାଉ ଥାଉ ଏହି ସମସ୍ୟାରୁ ଛୁଟକାରା ମିଳିପାରିବ। ତେବେ ଜାଣନ୍ତୁ, ଏମିତି କିଛି ଘରୋଇ ଉପାୟ ଯାହାକୁ ଆପଣାଇ ଆପଣ ପିଗମେଣ୍ଟେସନ ସମସ୍ୟା ଦୂର କରିପାରିବେ।

ଏହା ହେବାର କାରଣ :

ଭୁଲ ସ୍କିନ ପ୍ରଡକ୍ଟର ବ୍ୟବହାର, ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସିବା, କମ୍‌ ପାଣି ପିଇବା, ଜଙ୍କ ଏବଂ ଅଏଲ ଫୁଡ ଖାଇବା, ଅଧିକ ସମୟ ଖରାରେ ରହିବା, ତ୍ୱଚାରେେ ମଲାଲିନ ସ୍ତର ବଢିବା, ଗର୍ଭ ନିରୋଧକ ବଟିକାର ସେବନ, ହରମୋନାଲ ଅସନ୍ତୁଳନ, ଶରୀରରେ ପୋଷକ ତତ୍ତ୍ୱ ଅଭାବ, ଅଧିକ ଷ୍ଟ୍ରେସ ନେବା ଇତ୍ୟାଦି କାରଣ ରହିଛି।

pegemetation

ଏମିତି ପାଇବେ ମୁକ୍ତି :

୧ ଛୋଟ ଚାମଚ ବାଦାମ ତେଲ ଏବଂ ୧/୨ ଚାମଚ ଲେମ୍ବୁ ରସ ମିଶାଇ ଏହାକୁ ସର୍କୁଲାର ମୋସନରେ ଆଖି ତଳେ ମସାଜ କରନ୍ତୁ। ଏହା ରାତିସାରା ଛାଡିଦିଅନ୍ତୁ ।ସକାଳୁ ଫେସଓ୍ଵାସ କରି ମୁହଁ ଧୋଇଦିଅନ୍ତୁ। ଏହାକୁ ଦିନକୁ ୨ଥର ଆପଣ କରିପାରିବେ।

ଅଳ୍ପ ହଳଦୀ, ୧/୨ ଛୋଟ ଚାମଚ ନଡିଆ ତେଲ, ୩/୪ ବୁନ୍ଦା ପୁଦିନା ତେଲ ମିକ୍ସ କରି ହାତରେ ଆଖି ତଳେ ମସାଜ କରନ୍ତୁ। ୩୦ ମିନିଟ୍‌ ମସାଜ କରିବା ପରେ ପାଣି ଧୋଇଦିଅନ୍ତୁ । ନିୟମିତ କରିବା ପରେ ନିଜେ ଫରକ ଦେଖିପାରିବେ।
ଗୋଲପ ଜଳ ଏବଂ କଞ୍ଚା କ୍ଷୀରକୁ ମିଶାଇ ରାତିସାରା ଆଖି ଚାରିପାଖରେ ଲଗାଇ ରାତିସାରା ଛାଡିଦିଅନ୍ତୁ। ଏମିତି କଲେ ପିଗମେଣ୍ଟେସନ ଦୂର ହେବ। ସେହିପରି ଗାଜରକୁ ଭଲଭାବେ କଦୁକସ କରି ମୁଲତାନୀ ମାଟି ମିଶାଇ ଏହାକୁ ମୁହଁ ଚାରିଆଡେ ଲଗାଇଦିଅନ୍ତୁ। ୨୦ ମିନିଟ ରଖିବା ପରେ ଏହାକୁ ଧୋଇଦିଅନ୍ତୁ। ଫରକ ଜାଣିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button