ବିଚାର

ଘର ଅଗଣାରେ ଥିଲେ ଶ୍ୱେତ ଅରଖ, କାମ କରେ ନାହିଁ ତନ୍ତ୍ରମନ୍ତ୍ର

ଦିନକୁ ଦିନ ବିଜ୍ଞାନ କ୍ଷେତ୍ରରେ ଆମେ ଅଗ୍ରଗତି କରୁଛେ, ତଥାପି ଆଜିର ଆଧୁନିକ ଦିନରେ ବି ଲୋକେ ତନ୍ତ୍ରମନ୍ତ୍ରକୁଭୟ କରୁଛନ୍ତି। ଏଭଳି କିଛି ନାହିଁ ବିଜ୍ଞାନ କହୁଛି। ହେଲେ ଲୋକେ ଏଥିଯୋଗୁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖରାପ ନଜରରେ ଯୋଗୁ ଲୋକେ ଉଧେଇ ପାରୁନଥିବା ବେଳେ ପରିବାରରେ ପ୍ରାୟ ସମସ୍ୟା ଲାଗି ରହୁଛି ବୋଲି ଅନେକ ଅଭିଯୋଗ କରୁଛନ୍ତି। ହେଲେ ଏପରି ଏକ ଗଛ ରହିଛି, ଯାହାକୁ ଅଗଣାରେ ରଖିବା ଦ୍ୱାରା କୌଣସି ପ୍ରକାର ତନ୍ତ୍ରମନ୍ତ୍ର କାମରେ ଆସିନଥାଏ। ଏମିତି ଏକ ଗଛ ହେଉଛି ଧଳା ଅରଖ। ତେବେ ଆସନ୍ତୁ ଜାଣିବା, ଧଳା ଅରଖର ଆଉ କ’ଣ କମାଲ ରହିଛି।

ଧଳା ଅରଖ ବା ଶ୍ୱେତ ଅରଖର ଅନେକ ଗୁଣ ରହିଛି। ଏହାର ସମ୍ପର୍କ ସିଧା ରବି ମହାଗ୍ରହଙ୍କ ସହ ଥିବାରୁଏହାର ଉପସ୍ଥିତି ଯୋଗୁ ଲୋକଙ୍କ ଖରାପ ନଜର ଘର ଉପରେ ପଡି ନଥାଏ। ଯଦି କେହି ଇର୍ଷା ପରାୟଣ ହୋଇ ତନ୍ତ୍ରଯନ୍ତ୍ର କରୁଥାନ୍ତି ତେବେ ଶ୍ୱେତ ଅରଖର ଉପସ୍ଥିତି ଯୋଗୁ ସେ ସବୁ କାର୍ଯ୍ୟ କରିନଥାଏ। ଘର ଲୋକେ ସବୁ ପ୍ରକାର ସମସ୍ୟାରୁ ମୁକ୍ତ ରହିଥାନ୍ତି। ଏଣୁ ଯଦି ଆପଣ ବି ଏଭଳି କିଛି ସମସ୍ୟାରେ ଅଛନ୍ତି ତେବେ ଘର ସମ୍ମୁଖରେ ଶ୍ୱେତ ଅରଖ ଗଛଟିଏ ଲଗାନ୍ତୁନିଶ୍ଚିତ ଏହାର ସୁଫଳପାଇବେ।

arkha

ଶ୍ୱେତ ଅରଖ କାଠରେ ଗଣେଶ ମୂର୍ତ୍ତି ନିର୍ମାଣ କରି ଘରେ ପୁର୍ଣ୍ଣ ବିଧିବିଧାନରେ ପୂଜାର୍ଚ୍ଚନା କରାଗଲେ ଘରର ସମସ୍ୟ ରିଷ୍ଟ ଖଣ୍ଡନ ହୋଇଥାଏ। ଗଣପତିଙ୍କ ଅପାରକରୁଣାରୁ ଘରର ପ୍ରତ୍ୟେକ ସଦସ୍ୟ ସୁଖଶାନ୍ତିରେ ରହନ୍ତି। ଭୂତପ୍ରେତ ଭୟ ନଥାଏ କି ତନ୍ତ୍ରମନ୍ତ୍ରର ଘର ଉପରେ ପ୍ରଭାବ ରହେ ନାହିଁ। ଏଣୁ ପରିବାର ଲୋକେ ସମସ୍ୟା ମୁକ୍ତ ରହିଥାନ୍ତି। ଶ୍ୱେତ ଅରଖର ଆୟୁର୍ବେଦରେ ଅନେକ ଔଷଧିୟ ଗୁଣ ବି ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button