ଜୀବନଶୈଳୀ

ଜାମୁକୋଳି ଗଛ ଲଗାଇଲେ ଘରେ ଜନ୍ମ ହୋଇଥାଏ କନ୍ୟା ସନ୍ତାନ, ଜାଣନ୍ତୁ ଆଉ କେଉଁ ଗଛ ଲଗାଇଲେ ମିଳିଥାଏ ଲାଭ

ମାନବ ଜୀବନ ଏବଂ ଅନ୍ୟ ସମସ୍ତ ଜୀବଜନ୍ତୁଙ୍କ ପାଇଁ ଗଛଲତାର ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଛି। ଏହାଦ୍ୱାରା ନା କେବଳ ଶୁଦ୍ଧ ବାୟୁ ମିଳିଥାଏ, ବରଂ ଏଥିରୁ ସକାରାତ୍ମକ ଶକ୍ତି ପ୍ରବାହିତ ହୋଇଥାଏ। ସନାତନ ଧର୍ମରେ ବୃକ୍ଷକୁ ପୂଜା କରିବାର ବିଧି ରହିଛି। ବୃକ୍ଷଲତାଙ୍କ ଦ୍ଵାରା ଆମ ଜୀବନରେ ସୁଖ ସମୃଦ୍ଧି ଆସିଥାଏ ଏବଂ ଆମ ଇଚ୍ଛା ମଧ୍ୟ ପୂରଣ ହୋଇଥାଏ। ଆଜି ଆମେ ଆପଣଙ୍କୁ କିଛି ଗଛଲତାର ମହତ୍ତ୍ୱ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଲଗାଇଲେ ମଣିଷକୁ ସୁଖଶାନ୍ତି ମିଳିଥାଏ।

k

୧. ତୁଳସୀ ଗଛ: ତୁଳସୀ ଗଛ ବହୁତ ପବିତ୍ର ହୋଇଥାଏ। ସବୁ ଘରେ ଏହାକୁ ପୂଜା କରାଯାଏ। ଏହାକୁ ଲଗାଇବା ଦ୍ୱାରା ପରିବେଶ ଶୁଦ୍ଧ ହୋଇଥାଏ ଏବଂ ଘରେ ସୁଖଶାନ୍ତି ବଜାୟ ରହିଥାଏ।

୨. ଜାମୁକୋଳି ଗଛ: ବାସ୍ତୁଶାସ୍ତ୍ର ଅନୁସାରେ ଜାମୁକୋଳି ଗଛ ଲଗାଇବା ଦ୍ୱାରା ସୌଭାଗ୍ୟ ସହିତ କନ୍ୟା ସନ୍ତାନ ପ୍ରାପ୍ତି ହୋଇଥାଏ।

fdd

୩. ପଳାଶ ଗଛ: ଯଦି ଆପଣ ସନ୍ତାନ ସୁଖରୁ ବଞ୍ଚିତ, ତା’ହେଲେ ପଳାଶ ଗଛ ଲଗାନ୍ତୁ।

୪. ଅଶ୍ୱତଥ ଗଛ: ଜଳାଶୟ ପାଖରେ ଅଶ୍ୱତଥ ଗଛ ରହିଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଯେଉଁ ବ୍ୟକ୍ତି ଜଳାଶୟ ପାଖରେ ଅଶ୍ୱତଥ ବୃକ୍ଷ ରୋପଣ କରିଥାଏ, ତାକୁ ପୁଣ୍ୟ ପ୍ରାପ୍ତି ହୋଇଥାଏ।

re

୫. ନିମ୍ବ ଗଛ: ଏହି ଗଛ ଲଗାଇଲେ ଆୟୁ ବୃଦ୍ଧି ହୋଇଥାଏ ଏବଂ ସୂର୍ଯ୍ୟଦେବଙ୍କ କୃପା ପ୍ରାପ୍ତ ହୋଇଥାଏ।

୬. ଅଶୋକ ଗଛ: ଏହି ଗଛ ଲଗାଇଲେ ଶୋକରୁ ମୁକ୍ତି ମିଳିଥାଏ।

km

୭. ମନିପ୍ଲାଣ୍ଟ: ଏହି ଗଛ ଧନ ସମ୍ବନ୍ଧୀୟ ଲାଭ ପ୍ରଦାନ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button