ବିଚାର

ଘରେ ନୂଆ ଗଛ ଲଗାଇବା ପୂର୍ବରୁ ନିଅନ୍ତୁ ସଂକଳ୍ପ, ଦେଖାଯିବ ନାହିଁ ବାସ୍ତୁଦୋଷ

ବୃକ୍ଷ ଏବଂ ଗଛ -ଲତା ବାତାବରଣକୁ ସୁନ୍ଦର କରିବା ସହ ଦେଖିବା ଲୋକଙ୍କୁ ମଧ୍ୟ ଖୁସି ଦେଇଥାଏ। ଏଥିସହ ଏହା ଆମ ଉପରେ ଭଲ ଏବଂ ଖରାପ ପ୍ରଭାବ ପକାଇଥାଏ। ଏହି କାରଣରୁ ଘରେ ଗଛ ଲଗାଇବା ପୂର୍ବରୁ ବିଶେଷ ଧ୍ୟାନ ରଖିବା ଜରୁରୀ ଅଟେ। ବାସ୍ତୁଶାସ୍ତ୍ର ଅନୁଯାୟୀ ଭୁଲ ଦିଗରେ ଲଗାଯାଇଥଇବା ଗଛ ଜୀବନରେ ଅନେକ ସମସ୍ୟା ନେଇଆସିଥାଏ। ଏହିକାରଣରୁ ଛୋଟ ଛୋଟ କଥାରେ ମଧ୍ୟ ଧ୍ୟାନ ରଖିବା ଉଚିତ। ତେବେ ଆସନ୍ତୁ ଜାଣିବା ଗଛ ଲଗାଇବା ସମୟରେ କେଉଁ ସବୁ କଥା ଉପରେ ଧ୍ୟାନ ରଖିବା ଉଚିତ।

saplingଘରର ପୂର୍ବ ଦିଗରେ ଅଶ୍ୱତ୍ଥ ଏବଂ ଉତ୍ତରରେ ଲେମ୍ବୁ ଗଛ ଲଗାନ୍ତୁ ନାହିଁ

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଅଶ୍ୱତ୍ଥ ବୃକ୍ଷ ଲଗାଇବା ଅନୁଚିତ। ଯଦି ଘରେ ରକିଛନ୍ତି ତେବେ ଏହି ବୃକ୍ଷକୁ ବିଲକୁଲ୍‌ ପୂର୍ବ ଦିଗରେ ଲଗାନ୍ତୁ ନାହିଁ। ଏହି ଦିଗରେ ଅଶ୍ୱତ୍ଥ ବୃକ୍ଷ ଲଗାଇବା ଦ୍ୱାରା ଅର୍ଥର ଅଭାବ ଦେଖାଯାଇଥାଏ। ଏହାବ୍ୟତୀତ ଲେମ୍ବୁ ଗଛ ଘରର ଉତ୍ତର ଦିଗରେ ଲଗାଇବା ଦ୍ୱାରା ଆକି ସମ୍ବନ୍ଧିତ ରୋଗ ହେବାର ଆଶଙ୍କା ରହିଥାଏ।

appleନୂଆ ଗଛ ଲଗାଇବା ପୂର୍ବରୁ ନିଅନ୍ତୁ ଏହି ସଂକଳ୍ପ

ବାସ୍ତୁଶାସ୍ତଅ ଅନୁଯାୟୀ ଘରର ଆଖପାଖରେ କଣ୍ଟାଜାତୀୟ ଗଛ ଥିଲେ ତାଙ୍କୁ ତୁରନ୍ତ ସଫା କରିଦିଅନ୍ତୁ। କିନ୍ତୁ ଏହି ଗଛ କାଟିବା ପୂର୍ବରୁ ପ୍ରଥମେ ପୂଜା କରି କ୍ଷମା ମାଗିବା ଉଚିତ। ଏଥିସହ ସେହି ଯାଗାରେ ନୂଆ ଗଛ ଲଗାଇବା ପାଇଁ ସଂକଳ୍ପ କରନ୍ତୁ। ଧ୍ୟାନ ରଖନ୍ତୁ ପୁରୁଣା ଗଉ କାଟିବାର ଗୋଟିଏ ସପ୍ତାହ ମଧ୍ୟରେ ହିଁ ନୂଆ ବୃକ୍ଷ ଲଗାନ୍ତୁ।

plantsଦ୍ରବ୍ୟ ଯୁକ୍ତ ଗଛ ଘରୁ ଦୂରେଇ ରଖନ୍ତୁ

ଏପରି କିଛି ବୃକ୍ଷ ରହିଛି ଯେଉଁଥିରୁ କ୍ଷୀର ଭଳିି ଦ୍ରବ୍ୟ ବାହାରିଥାଏ। ଏଭଳି ଗଛକୁ ଘରେ ଲଗାଇବା ଅନୁଚିତ। ଏହି ଗଛ ଘରର ପରିବଶେ ନଷ୍ଟ କରିବା ସହ ନକାରାତ୍ମକ ଶକ୍ତି ବଢାଇଥାଏ। ଏହି ବୃକ୍ଷ ଲଗାଇବା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଥାଏ। ଏଥିସହ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଦେଖାଯାଇଥାଏ।

plantଫଳହୀନ ବୃକ୍ଷ ଘରେ ଲଗାଇବା ଅନୁଚିତ

ବାସ୍ତୁଶାସ୍ତ୍ର ଅନୁଯାୟୀ ଯେଉଁ ଗଛରେ ଫଳ ଫଳିନଥାଏ ସେହି ଗଛ ଘରେ ଲଗାଇବା ଅନୁଚିତ। କାରଣ ଏଭଳି ବୃକ୍ଷ ଘରେ ଲଗାିବା ଦ୍ୱାରା ସନ୍ତାନ ପ୍ରାପ୍ତି ହେବାରେ ସମସ୍ୟା ଦେଖାଯାଇଥାଏ। ଏଥିସହ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ର ଦେଖାଯାଇଥାଏ।

tree-ଜାଣନ୍ତୁ କିପରି ଲଗାଇଲେ ବୃକ୍ଷ

ଘରେ ସର୍ବଦା ସୁନ୍ଦର ଫୁଲ-ଫଳ ଗଛ ଲଗାଇବା ଉଚିତ। ଏଥିସହ ଘର ବାହାରେ ଗଛ ଲଗାିବା ଉଚିତ। ଏହାବ୍ୟତୀତ ସଠିକ୍‌ ସମୟରେ ଗଛରେ ପାଣି ଦେବା ଉଚିତ। ଏପରି କରିବା ଦ୍ୱାରା ଆପଣ ଜୀବନରେ ସୁଖୀ ଏବଂ ସୁସ୍ଥ ଜୀବନ ବଞ୍ଚି ପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button