ବିଚାର

ସନ୍ତାନର ଶିକ୍ଷା, କ୍ୟାରିଅର ଏବଂ ବିବାହ ପାଇଁ ଚିନ୍ତା କରୁଛନ୍ତି କି ? ଆପଣାନ୍ତୁ ଏହିସବୁ ଉପାୟ

ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ସନ୍ତାନ କାରକ ବୋଲି କୁହାଯାଏ। ଏହା ପରେ ସୂର୍ଯ୍ୟଙ୍କ ସମ୍ପର୍କ ମଧ୍ୟ ସନ୍ତାନ ସହିତ ରହିଥାଏ। ଏହି ଦୁଇଟି ମଧ୍ୟରୁ କୌଣସି ଗୋଟେ ଗ୍ରହ ଦୁର୍ବଳ ହେଲେ ଆପଣଙ୍କ ସନ୍ତାନପାଇଁ ବିପଦ ଆସିପାରେ। ପଞ୍ଚମ ଭାବ ଦୁର୍ବଳ ହେବାରୁ ସନ୍ତାନଙ୍କ ଚିନ୍ତା ମଧ୍ୟ ଅଧିକ ରହିଥାଏ। ରାହୁ ପ୍ରଭାବ ଅଧିକ ହେବା କାରଣରୁ ସନ୍ତାନକୁ ନେଇ ଅକାରଣ ଚିନ୍ତା ବୃଦ୍ଧି ପାଇଥାଏ। କର୍କଟ, ବୃଷଭ, ମୀନ, ବୃଷ, କନ୍ୟା ଏବଂ ମକର ରାଶିର ପିଲାଙ୍କ ପାଇଁ ମାତାପିତାଙ୍କ ଚିନ୍ତା ଅଧିକ ରହିଥାଏ। ଏହିସବୁ ସମସ୍ୟା ଦୂର କରିବା ପାଇଁ ଏମିତି ସମାଧାନ କରନ୍ତୁ।

ପିଲାର ବ୍ୟବହାର, ଚାଲିଚଳନ, ଶିକ୍ଷା, କ୍ୟାରିଅରକୁ ନେଇ ଚିନ୍ତା କରୁଥିଲେ ଏହିସବୁ ଉପାୟ ଆପଣାନ୍ତୁ। ନିଶ୍ଚିତ ଫଳ ମିଳିବ। ତେବେ ଆସନ୍ତୁ ଜାଣିବା କ’ଣ ସବୁ ଏହି ଉପାୟ…

– ପିଲାର ସ୍ୱଭାବ ଏବଂ ବ୍ୟବହାରକୁ ଠିକ୍‌ କରିବା ପାଇଁ ଘରେ ହଳଦିଆ ରଙ୍ଗର ଗଣେଶ ମୂର୍ତ୍ତି ସ୍ଥାପନା କରନ୍ତୁ। ପ୍ରତିଦିନ ଗଣେଶକୁ ଦୁବ ଅର୍ପଣ କରନ୍ତୁ। ଏହାପରେ ଓଁ ବିଘ୍ନହତ୍ର ନମଃ’କୁ ୧୦୮ ଜପ କରନ୍ତୁ। ଏହା ପରେ ସେହି ଦୁବରେ ନିଜ ପିଲାର ରୁମ୍‌ରେ ନେଇ ରଖିଦିଅନ୍ତୁ। ପ୍ରତିଦିନ ଏହି ଦୁବକୁ ବଦଳାଇ ଦିଅନ୍ତୁ।

life

– ପିଲାର ଶିକ୍ଷା ଏବଂ କ୍ୟାରିଅର ପାଇଁ ସୂର୍ଯ୍ୟଙ୍କୁ ରୋଲି ମିଶାଇ ଜଳ ଅର୍ପଣ କରନ୍ତୁ। ଏହା ପରେ ଓଁ ସ୍ୱୟ ନମଃକୁ ୧୦୮ ଥର ଜପ କରନ୍ତୁ। ଶନିବାର ଦିନ ଗରିବଙ୍କ ଖାଦ୍ୟ, ପୁରୀ ଏବଂ ଚଣା ଦିଅନ୍ତୁ।

– ଯଦି ଆପଣଙ୍କ ସନ୍ତାନର ବିବାହକୁ ନେଇ କୌଣସି ସମସ୍ୟା ଦେଖାଦେଉଥାଏ, ତେବେ ଘରେ ଶିବ ପାବର୍ତୀଙ୍କ ସ୍ଥାପନା କରନ୍ତୁ। ପ୍ରତିଦିନ ଗୋଲପ ଫୁଲ ଅର୍ପଣ କରନ୍ତୁ। ଏହା ପରେ ‘ଔଁ ଗୌରୀଶଙ୍କରାୟ ନମଃ ତିନି ମାଳା ଜପ କରନ୍ତୁ। ଶୁକ୍ରବାର ଦିନ ଖିରି ଭୋଗ ଲଗାନ୍ତୁ। ସେହି ଖିର ନିଜ ପିଲାକୁ ଖାଇବାକୁ ଦିଅନ୍ତୁ।

children

– ପିଲାର ବୈବାହିକ ଜୀବନରେ ସନ୍ତାନ ସମସ୍ୟା ଦେଖାଦେଉଥାଏ, ତେବେ ମଙ୍ଗଳବାର ଏବଂ ଶନିବାର ସନ୍ଧ୍ୟାରେ ହନୁମାନଙ୍କ ସାମ୍ନାରେ ଚମେଲୀ ତେଲ ଦୀପ ଜଳାନ୍ତୁ। ଏହାପରେ ସୁନ୍ଦରକାଣ୍ଡ ପାଠ କରନ୍ତୁ। ମଙ୍ଗଳବାର ଏବଂ ଶନିବାର ଘରେ ସାତ୍ତ୍ୱିକ ଭୋଜନ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button