ଜୀବନଶୈଳୀ

ଜାଣନ୍ତୁ ବୟସ ଅନୁସାରେ ଦିନକୁ କେତେ ଗ୍ଲାସ ପାଣି ଆବଶ୍ୟକ କରେ ଆମ ଶରୀର?

ପାଣି ବିନା ଜୀବନ ଜିଇଁବା ଅସମ୍ବବ। ଆମେ ବିନା ପାଣିରେ ଜୀବନ ବଞ୍ଚିବା କଥା ଚିନ୍ତା ବି କରୁପାରୁନାହାଁନ୍ତି। ପିଲା ହେଉ ଅବା ବୟଷ୍କ, ମନୁଷ୍ୟ ହୁଅନ୍ତୁ ବା ପଶୁ ବିନା ପାଣିରେ କେହି ବି ବଞ୍ଚି ପାରିବେନାହିଁ। ବହୁତ ଲୋଗ ଜାଣି ନ ପାରି ଆବଶ୍ୟକରୁ ଅଧିକ ପାଣି ପିଇଦିଅନ୍ତି। କାରଣ ସମସ୍ତଙ୍କୁ ଅଲଗା ଅଲଗା ମାତ୍ରାରେ ପାଣି ପିଇବାର ଆବଶ୍ୟକ ପଡିଥାଏ।

ଆମ ଶରୀରର ତାପମାନ ନିୟମିତ କରିବା ଠାରୁ ନେଇ ଆଣ୍ଠୁ ଗଣ୍ଠିର ମୁଲାୟମକୁ ଜାରି ରଖିବା ପର୍ଯ୍ୟନ୍ତ ପାଣି ବହୁତ ବଢ଼ିଆ କାମ ଦେଇଥାଏ। ଶରୀର ଭିତରେ ହେଉଥିବା ବହୁତ କେମିକାଲ ରିଆକସନ ପାଣି ବିନା ସମ୍ଭବ ହୋଇପାରିବନାହିଁ। ଏହାଛଡା ଝାଳ ପରିସ୍ରା ଏବଂ ନିଶ୍ୱାସ ଜରିଆରେ ପାଣି ଶରୀରରୁ ବାହାରିଯାଇଥାଏ। ଏଥିପାଇଁ ବହୁତ ଜରୁରୀ ହୋଇଥାଏ ଶରୀରରେ ପାଣି ପର୍ଯ୍ୟାପ୍ତ ମାତ୍ରାରେ ରହିବା। ଆମ ଶରୀରରେ ଯେପରି ପାଣିର ଅଭାବ ନରହୁ।

PANIIIଯେତେବେଳେ ବି ୧ କିମ୍ବା ଦୁଇ ପ୍ରତିଶତ ପାଣି ଆମ ଶରୀରରୁ କମିଥାଏ, ସେତେବେଳେ ଆମେ ଡିହାଇଡ୍ରେସନର ଶିକାର ହୋଇଯାଏ। ତାହେଲେ ଆସନ୍ତୁ ଜାଣିବା ଶରୀର କେତେ ମାତ୍ରାରେ ପାଣିର ଆବଶ୍ୟକ କରିଥାଏ ଏବଂ ବୟସ ଅନୁସାରେ କେତେ ପାଣି ପିଇବା ଉଚିତ।

  1. ଏକ ରୁ ୮ ବର୍ଷର ପିଲାଙ୍କୁ ଗୋଟିଏ ଦିନରେ ୬ ଗ୍ଲାସ ଆର୍ଥାତ ୧.୫ ଲିଟର ପାଣି ପିଇବା ଜରୁରୀ।
  2. ୯ ରୁ ୧୭ ବର୍ଷର ପିଲାଙ୍କୁ ପ୍ରତିଦିନ ୧୨ ଗ୍ଲାସ ପାଣି ପିଇବା ଉଚିତ। ଯେଉଁଥିରେ ଶରୀରରେ ଏନର୍ଜି ରହିଥାଏ ଏବଂ ବୟସ ବଢ଼ିବା ସହିତ ରୋଗର ଭୟ ମଧ୍ୟ କମ୍‌ ହୋଇଥାଏ।
  3. ୧୭ ବର୍ଷ ରୁ ଅଧିକ ବୟସର ଲୋକଙ୍କୁ ପ୍ରତିଦିନ ୧୦ ଗ୍ଲାସ ପାଣି ପିଇବା ଉଚିତ।
  4. ମହିଳାଙ୍କୁ ନିଜ ଚେହେରାରେ ନେଚୁରାଲ ଗ୍ଲୋ ଆଣିବା ପାଇଁ ୧୨ ରୁ ୧୫ ଗ୍ଲାସ ପାଣି ପିଇବା ଉଚିତ।
  5. ଯେଉଁ ଲୋକ ଅଧିକ ଗରମ ଥିବା ସ୍ଥାନରେ ରହୁଛନ୍ତି। ତାଙ୍କୁ ୩-୪ ଗ୍ଲାସ ପାଣି ଅଧିକ ପିଇବା ଉଚିତ।
  6. ଯେଉଁମାନେ ନିୟମିତ ଭାବରେ ବ୍ୟାୟାମ କରୁଛନ୍ତି ସେମାନଙ୍କୁ ଅଧିକ ଏନର୍ଜି ଦରକାର ପଡିଥାଏ। ଏମାନଙ୍କୁ ପାଣି ମଧ୍ୟ ଅଧିକ ଆବଶ୍ୟକ ପଡିଥାଏ। ଏଥିପାଇଁ ପ୍ରତିଦିନ ୩୦ ମିନିଟ ରୁ ଅଧିକ ସମୟ ପର୍ଯ୍ୟନ୍ତ ଏକ୍ସରସାଇଜ୍‌ କରୁଥିବା ଲୋକ ନିଜ ଡେଲି ରୁଟିନରେ ୨ ଗ୍ଲାସ ଏକ୍ସଟ୍ରା ପାଣି ପିଇବା ଉଚିତ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button