ବିଚାର

ଅତିଥିଙ୍କ ପାଇଁ ବନାନ୍ତୁ ଏହି ଖାସ୍‌ ଡ୍ରିଙ୍କ, ପିଇଲା ପରେ ହୋଇଯିବେ ଏକଦମ୍‌ ଖୁସି

ଯଦି ଆପଣ କିଛି ଖାସ ପ୍ରକାରର ଡ୍ରିଙ୍କ ପିଇବାକୁ ଚାହୁଁଛନ୍ତି କିମ୍ବା ଘରକୁ କୌଣସି ଅତିଥିଙ୍କୁ ସର୍ଭ କରିବାକୁ ଚାହୁଁଛନ୍ତି ତାହେଲେ ଆଜି ଆମେ ଆପଣଙ୍କ ପାଇଁ ଏକ ବଢ଼ିଆ ଡ୍ରିଙ୍କ୍‌ ‘Orange Iced Tea’ ନେଇ ଆସିଛୁ। ଏହାକୁ ବନାଇବା ମଧ୍ୟ ବହୁତ ସହଜ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ପାଣି-୫୦୦ ମିଲିଲିଟର
  • ଟି ବ୍ୟାଗ-୬ଟି
  • କମଳା ଚୋପା-୧୮୦ ମିଲିଲିଟର
  • ଚିନି-୬୦ ଗ୍ରାମ
  • ବରଫ- ଆବଶ୍ୟକ ଅନୁଯାୟୀ
  • ଅରେଞ୍ଜ ସ୍ଲାଇସ୍‌ –୨

ପ୍ରସ୍ତୁତି ପ୍ରଣାଳୀ

ମଧ୍ୟମ ଆଞ୍ଚରେ ଏକ ପ୍ୟାନରେ ୪୪୦ ମିଲିଲିଟର ପାଣି, ୬ଟି ବ୍ୟାଗ, ୩୫ ଗ୍ରାମ କମଳା ଚୋପା ପକାଇ ଫୁଟାନ୍ତୁ। ଏହି ମିଶ୍ରଣକୁ ଏକ ଜଗରେ ବାହାର କରି ଏଥିରେ ୧୮୦ ମିଲିଲିଟର କମଳା ରସ, ୬୦ ଗ୍ରାମ ଚିନି, ୫୦୦ ମିଲିଲିଟର ପାଣି ମିଶାଇ ଭଲଭାବେ ମିଶାନ୍ତୁ। ଏକ ଗ୍ଲାସରେ ବରଫ ପକାନ୍ତୁ। ଏହାପରେ ଏଥିରେ ୨ ଅରେଞ୍ଜ ସ୍ଲାଇସ ଏବଂ ପ୍ରସ୍ତୁତ କରି ରଖିଥିବା ମିଶ୍ରଣକୁ ମିଶାନ୍ତୁ। ଏହାପରେ ଏହାକୁ ଅରେଞ୍ଜ ସ୍ଲାସ ସହିତ ଗାର୍ନିସ କରନ୍ତୁ। ଆପଣଙ୍କ ଡ୍ରିଙ୍କ ପ୍ରସ୍ତୁତ ହୋଇଯାଇଛି। ଏବେ ଆପଣ ନିଜେ କିମ୍ବା ଅତିଥିଙ୍କୁ ସର୍ଭ କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button