ବିଚାର

ବର୍ଷା ପାଗରେ ଘରେ ବନାନ୍ତୁ ଟେଷ୍ଟୀ ‘ବାସ୍କେଟ ଚାଟ’, ପାଇବେ ପୂରା ବଜାର ଭଳି ସ୍ୱାଦ

ବର୍ଷା ପାଗ ସାଙ୍ଗକୁ ଶୀତୁଆ ଅନୁଭବରେ ଗରମା ଗରମ ପକୋଡି ଖାଇବାକୁ ଇଚ୍ଛା ହୋଇଥାଏ। କୋହଲା ପାଗକୁ ଗରମ ଗରମା ରେସିପି ଦିନକୁ ଆହୁରି ସୁନ୍ଦର କରିଦିଏ। ଆପଣଙ୍କ ଟେଷ୍ଟକୁ ନଜରରେ ରଖି ଆଜି ଆମେ ଆପଣଙ୍କ ପାଇଁ ଏକ ନୂଆ ରେସିପି ନେଇ ଆସିଛୁ। ଆପଣ ‘ବାସ୍କେଟ ଚାଟ’ କେବେ ଖାଇଛନ୍ତି। ଯଦି ଖାଇନାହାନ୍ତି ତାହେଲେ ଆଜି ହିଁ ପ୍ରସ୍ତୁତ କରି ଖାଆନ୍ତୁ।

ଆବଶ୍ୟକ ସାମଗ୍ରୀ

ମଇଦା – ୨୫୦ ଗ୍ରାମ

ଆଳୁ – ୫ଟି

କାବୁଲି ଚଣା – ୧ କପ୍‌ ସିଝା ହୋଇଥିବା

ଦହି – ୩ କପ୍‌

ପିଆଜ – ୩ଟି (ଛୋଟ କଟା ହୋଇଥିବା)

ସେଉ ଭୁଜିଆ – ୧ ପାତ୍ର

ଜୁଆଣୀ – ୧ ଚାମଚ

ଲାଲ ଲଙ୍କା ପାଉଡର – ୧ ଟେବୁଲ ଚାମଚ

କଳା ଲୁଣ – ୨ ଚାମଚ

ଲୁଣ – ସ୍ୱାଦାନୁସାରେ

ତେଲ – ଆବଶ୍ୟକ ଅନୁସାରେ

ଭଜା ଜିରା – ଏକ ଚାମଚ

କଞ୍ଚା ଲଙ୍କା – ୨ଟି

ଚାଟ ମସଲା – ୨ ଚାମଚ

ତେନ୍ତୁଳୀ ଚଟଣୀ – ୪ ଟେବୁଲ ଚାମଚ

ଧନିଆ-ପୋଦିନା ଚଟଣୀ – ୪ ଚାମଚ

ପ୍ରସ୍ତୁତି ପ୍ରଣାଳୀ

  1. ଏକ ପାତ୍ରରେ ମଇଦା, ଜୁଆଣି, ଦୁଇ ଚାମଚ ତେଲ, ଲୁଣ, ଲାଲ ଲଙ୍କା ପାଉଡର ଏବଂ ପାଣି ପକାଇ ନରମ କରି ଚକଟି ଦିଅନ୍ତୁ।
  2. ଏବେ ଏହାକୁ ଗୋଲା କରି ବେଲି ଦିଅନ୍ତୁ। ଏହାକୁ ଛୁରିେ ଟିକେ ଟିକେ ମାଣ୍ଡି ଦିଅନ୍ତୁ, ଯେମତି ଏହା ଛଣା ହେଲାବେଳେ ଫୁଲିବନାହିଁ।
  3. ଏବେ ଏକ ଛୋଟ ଷ୍ଟିଲ ପାତ୍ର ନେଇ ତା ପଛରେ ତେଲ ଗରମ କରିଦିଅନ୍ତୁ। ଏହାପରେ ବେଲି ରଖିଥିବା ପୁରିକୁ ସେହି ତାଟିଆ ଉପରେ ଲଗାଇ ଦିଅନ୍ତୁ ଏବଂ ଏହାକୁ ନେଇ ଗରମ ତେଲରେ ଛାଣି ଦିଅନ୍ତୁ।
  4. ଏହାକୁ ଗୋଲଡେନ ବ୍ରାଉନ ହେବା ପର୍ଯ୍ୟନ୍ତ ତେଲରେ ଟିପ୍‌ ଫ୍ରାଏ କରି ଛାଣନ୍ତୁ।
  5. ଏବେ ଦହିରେ ଜିରା ପାଉଡର, କଳା ଲୁଣ ଏବଂ ଗୋଲମରୀଚ ପାଉଡର ପକାଇ ଫେଣ୍ଟି ଦିଅନ୍ତୁ।
  6. ଏବେ ଏକ ପାତ୍ରରେ ତେନ୍ତୁଳୀ ଚଟଣୀ, ଧନିଆ ଚଟଣୀ, ପିଆଜ, କଞ୍ଚା ଲଙ୍କା, କାବୁଲି ଚଣା ଏବଂ ଆଳୁ ପକାଇ ଭଲଭାବେ ମିକ୍ସ କରନ୍ତୁ।
  7. ଏବେ ମଇଦା ପାତ୍ରରେ ଏହି ମିକ୍ସଚରକୁ ଭରି ଦିଅନ୍ତୁ। ଏହା ଉପରେ ଦହି ମିକ୍ସଚର, ଧନିଆ ଚଟଣୀ, ତେନ୍ତୁଳୀ ଚଟଣୀ ଏବଂ ସେଉ ଭୁଜିଆ ପକାଇ ସର୍ଭ କରନ୍ତୁ। ଆଉ ଥଣ୍ଡା ଥଣ୍ଡା ପାଗର ମଜା ନିଅନ୍ତୁ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button