ଜୀବନଶୈଳୀ

ବୈବାହିକ ଜୀବନରେ ଆସୁଛି କି ସମସ୍ୟା? ତେବେ କୁଣ୍ଡଳୀରେ ଥାଇପାରେ ଏମିତି ଦୋଷ

ବିବାହର ସିଧା ସମ୍ବନ୍ଧ ଆମ ସଂସ୍କାର ସହିତ ରହିଥାଏ। ବିବାହ ସମୟରେ ଆପଣ ଯେତେ ବି ଗଣନା କରନ୍ତୁ ନାଁ କାହିଁକି, ବିବାହା ଯେଉଁଠି ହେବାର କଥା ସେଠାରେ ହିଁ ହେବ। ତେଣୁ କୌଣସି ବିବାହ ଭୁଲ କିମ୍ବା ଠିକ୍‌ ହୋଇନଥାଏ। ତଥାପି ଆମ୍ଭେ ଚେଷ୍ଟା କରୁ କି ବୈବାହିକ ଜୀବନ ସୁଖମୟ ହେଉ। ଯଦି ବୈବାହିତ ଜୀବନରେ ସମସ୍ୟା ଆସେ, ତେବେ ଏହାର କାରଣ ଖୋଜି ତା’ର ନିବାରଣ କରିବା ଉଚିତ।

ଯଦି କୁଣ୍ଡଳୀରେ ଗୃହମୈତ୍ରୀ ରହିଥାଏ, ତେବେ ପତିପତ୍ନୀଙ୍କ ବିଚାର ମିଶିନଥାଏ। ତେଣୁ ସେମାନେ ପ୍ରତି କଥାରେ କଥା କଟାକଟି ହୁଅନ୍ତି। ଛୋଟ ଛୋଟ କଥାରେ ଝଗଡା କରିଦିଅନ୍ତି।

ଯଦି ଏମିତି ଘଟୁଥାଏ, ଏଭଳି ପରିସ୍ଥିତିରେ ପତି ପତ୍ନୀ ନିଜ ନାମରେ ଗୃହମୈତ୍ରୀ କରିନେବା ଉଚିତ। ଏହାସହିତ ସେହି ନାମରେ ଡାକିବାକୁ ଚେଷ୍ଟା କରନ୍ତୁ।

life

ଯଦି କୌଣସି ଦମ୍ପତିଙ୍କ କୁଣ୍ଡଳୀରେ ମାଙ୍ଗଳିକ ରହିଥାଏ ତେବେ ପତି ପତ୍ନୀଙ୍କ ମଧ୍ୟରେ ଖୁବ୍‌ ଝଗଡା ଲାଗିଥାଏ। ବେଳେ ବେଳେ ହିଂସା, ବାଦ ଓ ବିବାଦ ଏବଂ ମୁକଦ୍ଦମା ସମସ୍ୟା ମଧ୍ୟ ସାମ୍ନାକୁ ଆସିଥାଏ। ଦୁହିଁଙ୍କ ମଧ୍ୟରେ କାହାର ନା କାହାର ସ୍ୱାସ୍ଥ୍ୟ ଖରାପ ହୋଇଥାଏ।

ଏହି ସମସ୍ୟାରୁ ବାହାରିବା ପାଇଁ ବର୍ଷକୁ ଥରେ ରୁଦ୍ରାଭିଷେକ କରିବା ଉଚିତ। ସ୍ୱାମୀ ସ୍ତ୍ରୀ ମିଶି ଗୋଟେ ଘରେ ଶିବ ଏବଂ ମା’ ପାର୍ବତୀଙ୍କ ପୂଜା କରିବା ଉଚିତ। ଏହାସହିତ ଏକ ଓପଲ କିମ୍ବା ମୋତି ଧାରଣ କରିବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button