ବିଚାର

ଜାଣନ୍ତୁ ଗୋଟେ ଦିନରେ ଆମେ କେତେ ଲୁଣ ଖାଇବା ଉଚିତ, ଅଧିକ ସେବନ ଦ୍ୱାରା ହୋଇପାରନ୍ତି ଗମ୍ଭୀର ରୋଗର ଶିକାର

ଲୁଣର ଅଧିକ ସେବନ ଶରୀରରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି କରିପାରେ। ଏହିକାରଣରୁ ଆପଣଙ୍କ ପାଇଁ ଏହା ଜାଣିବା ବହୁତ ଜରୁରୀ କି ଗୋଟିଏ ଦିନରେ ଆପଣଙ୍କୁ କେତେ ମାତ୍ରାରେ ଲୁଣ ଖାଇବା ଉଚିତ, ଯାହାଦ୍ୱାରା ଆପଣ ସୁସ୍ଥ ରହିପାରିବେ। ବାସ୍ତବରେ ଅନେକ ଲୋକ ଏପରି ହୋଇଥାନ୍ତି, ଯିଏ ବାହାରକୁ ଖାଇବାକୁ ଯାଇଥାନ୍ତି କିମ୍ବା ପାର୍ଟିରେ ଯାଇଥାନ୍ତି ସେଠାରେ ଅଧିକ ଲୁଣିଆ ଜିନିଷ ଖାଇଥାନ୍ତି। କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଏପରି ନୁହେଁ ଯେ ଅଧିକ ଲୁଣ ସେବନ କରିବା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚାଇନଥାଏ ବରଂ ସଠିକ୍‌ ମାତ୍ରାରେ କମ ଲୁଣ ସେବନ କରିବା ଦ୍ୱାରା ମଧ୍ୟ ଆପଣ ରୋଗର ଶିକାର ହୋଇପାରନ୍ତି। ତେବେ ଆସନ୍ତୁ ଜାଣିବା ଦିନକରେ କେତେ ଲୁଣ ଖାଇବା ଉଚିତ।

salt 1ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଲୁଣ ବହୁତ ଜରୁରୀ କିନ୍ତୁ ସଠିକ୍‌ ମାତ୍ରାରୁ ଯଦି ଅଧିକ ଲୁଣ ସେବନ କରାଯାଏ ତେବେ ଏହା ଉଚ୍ଚ ରକ୍ତଚାପ ଠାରୁ ଆରମ୍ଭ କରି ହୃଦୟ ରୋଗ ଭଳି ଅନେକ ଗମ୍ଭୀର ରୋଗର କାରଣ ମଧ୍ୟ ହୋଇପାରେ। ଏହିକାରଣରୁ ସୁସ୍ଥ ରହିବା ପାଇଁ ପ୍ରତ୍ରେକ ଦିନ ସଠିକ୍‌ ମାତ୍ରାରେ ଲୁଣ ଖାଇବା ଉଚିତ।

ଅନେକ ଡାକ୍ତର ଏବଂ ବିଶେଷଜ୍ଞଙ୍କ କହିବାନୁଯାୟୀ, ଅତ୍ୟଧିକ ଲୁଣ ସେବନ ଦ୍ୱାରା ହୃଦୟ ରୋଗର ଭୟ ବଢିବାର ସମ୍ଭାବନା ରହିଥାଏ। ଏହାବ୍ୟତୀତ ଉଚ୍ଚ ରକ୍ତଚାପର ସମସ୍ୟା ମଧ୍ୟ ଦେଖାଦେଇପାରେ। ଏସବୁ ବ୍ୟତୀତ ସ୍ଥିର କରାଯାଇଥିବା ଲୁଣର ମାତ୍ରା ଠାରୁ ଅଧିକ ସେବନ କରିବା ଦ୍ୱାରା ଡିହାଇଡ୍ରେସନ୍‌ ଭଳି ସମସ୍ୟା ଦେଖାଦେଇପାରେ।

salt 2ଆମେରିକନ୍‌ ହାର୍ଟ ଆସୋସିଏସନ୍‌ ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ଦିନ ଅଧିକତମ ୨,୩୦୦ ମିଲିଗ୍ରାମ ଲୁଣ ଖାଇବା ଉଚିତ। ଯାହାର ଆଦର୍ଶ ମାତ୍ରା ୧,୫୦୦ ମିଲିଗ୍ରାମ ହୋଇଥାଏ। ଏହିକାରଣରୁ ପ୍ରତ୍ୟେକ ଦିନ ଏହାଠାରୁ ଅଧିକ ଲୁଣ ସେବନ କରିବା ଅନୁଚିତ।
ଆମେରିକାନ୍‌ ହାର୍ଟ ଆସୋସିଏସନ୍‌ ଅନୁଯାୟୀ, ଆମେରିକାରେ ପ୍ରତ୍ୟେକ ଦିନ ଲୋକମାନେ ସ୍ଥିର କରାଯାଇଥିବା ମାତ୍ରା ଠାରୁ ଅଧିକ ମାତ୍ରାରେ ଲୁଣର ସେବନ କରିଥାନ୍ତି। ଏଠାରେ ପ୍ରତ୍ୟେକ ଦିନ ଲୋକମାନେ ୩,୪୦୦ମିଲିଗ୍ରାମ ଲୁଣ ଖାଇଥାନ୍ତି। ବାସ୍ତବରେ ଆମେରିକାରେ ଅଧାରୁ ଅଧିକ ଲୋକ ପ୍ୟାକେଟ ଖାଦ୍ୟ ଖାଇଥାନ୍ତି ଏବଂ ଏହି ଜରିଆରେ ସେମାନେ ଅଧିକ ଲୁଣ ସେବନ କରିଥାନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button