ଦେଶ ବିଦେଶ

ରୁପିରୁ ମୁକ୍ତି ପାଇଁ କଦଳୀ ସହ ମିଶାଇ ଲଗାନ୍ତୁ ଏହି ଗୋଟିଏ ଜିନିଷ, ଦୂର ହେବ ସବୁ କେଶ ସମସ୍ୟା

ଧୀରେ ଧୀରେ ଥଣ୍ଡା ପଡ଼ିବା ଆରମ୍ଭ ହେଲାଣି। ଶୀତ ଦିନ ଆସିଲେ ରୁପି ସମସ୍ୟା ବଢ଼ିଯାଏ। ଅଧିକାଂଶ ଲୋକ ରୁପି ସମସ୍ୟା ଯୋଗୁ ବହୁ ଚିନ୍ତାରେ ରହିଥାନ୍ତି। ରୁପି ସମସ୍ୟା ଏକ ପ୍ରକାରର ଫଙ୍ଗଲ ଇନ୍‌ଫେକସନ୍‌ ଯାହା ମାଲାସେଜିୟା ନାମକ ଇଷ୍ଟ ଜମା ହେବା ଯୋଗୁ ବ୍ୟାପେ। ଠିକ୍‌ ସମୟରେ ଏହାର ଚିକିତ୍ସା କରାନଗଲେ ଏହା ଦ୍ୱାରା ଅନ୍ୟ ଇନ୍‌ଫେକସନ୍‌ ବି ଦେଖାଦିଏ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ବଜାରରେ ଅନେକ ସାମ୍ପୁ ମିଳୁଛି। କିନ୍ତୁ ଆପଣ ଚାହିଁଲେ ଘରୋଇ ଉପାୟରେ ମଧ୍ୟ ରୁପି ସମସ୍ୟାରୁ ମୁକ୍ତି ପାଇପାରିବେ।

banana

କଦଳୀ ଓ ଆପଲ ସାଇଡର ଭିନେଗାରରେ ପ୍ରସ୍ତୁତ ହେୟାର ମାସ୍କ ରୁପିରୁ ମୁକ୍ତି ଦେଇଥାଏ। କଦଳୀରେ ଭିଟାମିନ୍‌ ବି ଭରପୁର ମାତ୍ରାରେ ଥାଏ, ଯାହା ରକ୍ତ ସଞ୍ଚାଳନକୁ ତ୍ୱରାନ୍ଵିତ କରେ। ସେହିପରି ଆପଲ ସାଇଡର ଭିନେଗାର ଫଙ୍ଗସ୍‌ ଓ ଜର୍ମସ ମାରିବାରେ ସାହାଯ୍ୟ କରେ।

ଏମିତି ବନାନ୍ତୁ ମାସ୍କ:

୨ କପ୍‌ ଆପଲ ସାଇଡର ଭିନେଗାରରେ ଗୋଟିଏ କଦଳୀ ଚକୁଟି ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାକୁ ମୁଣ୍ଡରେ ଶିରା ଶିରା କରି ଲଗାନ୍ତୁ। ଏବେ ଧୀରେ ଧୀରେ ଏହାକୁ ମସାଜ୍‌ କରନ୍ତୁ। ୨୦-୩୦ ମିନିଟ୍‌ ପରେ ସାମ୍ପୁରେ ସଫା କରି ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button