ଦେଶ ବିଦେଶ

ଉପାସରେ ବନାଇ ପିଅନ୍ତୁ କାଜୁ ସେକ୍‌, ପେଟ ରହିବ ଥଣ୍ଡା

ଆଜି ଅଷ୍ଟମୀ ପୂଜା। ଦୁର୍ଗାଷ୍ଟମୀ ପାଇଁ ଉପାସ ତ ନିଶ୍ଚୟ କରିଥିବେ। ତେବେ ଏହି ସମୟରେ କେବଳ ଫଳାହାର କରାଯାଏ। ଆପଣ ଚାହିଁଲେ ଜୁସ୍‌ କିମ୍ବା ସେକ୍‌ ବନାଇ ପିଇ ପାରିବେ, ଯାହା ଆପଣଙ୍କ ପେଟକୁ ଥଣ୍ଡା ରଖିଥାଏ। ଆଜି ଆମେ ଆପଣଙ୍କୁ ଜଣାଇବୁ ମିଲ୍କ ସେକ ବନାଇବା ରେସିପି ଜଣାଇବୁ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

କାଜୁ – ୧୦ଟି
କ୍ଷୀର – ୩ରୁ୪ ଗ୍ଲାସ
ଚିନି – ୨ ଟେବୁଲ ଚାମଚ (ସ୍ୱାଦାନୁସାରେ)
ଉଷୁମ ପାଣି (କାଜୁ ଭିଜାଇବା ପାଇଁ) – ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ

କାଜୁ ସେକ ବନାଇବା ପାଇଁ ସର୍ବପ୍ରଥମେ ଏକ କପ୍‌ ପାଣିରେ ୨୦-୩୦ ମିନିଟ ପାଇଁ କାଜୁକୁ ବୁଡାଇ ରଖନ୍ତୁ। ଏହାପରେ କାଜୁକୁ ପାଣିରୁ ବାହାର କରି ପ୍ରାୟ ତିନି ଚାମଚ କ୍ଷୀର ପକାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ।

ଏବେ ଏଥିରେ ଚିନି ଏବଂ ବାକି ରହିଥିବା କ୍ଷୀରକୁ ପକାଇ ପ୍ରାୟ ୨-୩ ମିନିଟ ପର୍ଯ୍ୟନ୍ତ ହାଇସ୍ପିଡରେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏବେ ଏହାକୁ ଏକ ଗ୍ଲାସରେ ବାହାର କରି ଥଣ୍ଡା ଥଣ୍ଡା ସର୍ଭ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button