ଦେଶ ବିଦେଶ

ମୁଲତାନି ମାଟି ବ୍ୟବହାର କରୁଛନ୍ତି କି? ହୋଇଯାନ୍ତୁ ସାବଧାନ, ଦେଖାଯାଇପାରେ ଏହି ସବୁ ସମସ୍ୟା

ତ୍ୱଚାର ଯତ୍ନ ପାଇଁ ଆମେ ଅନେକ ଘରୋଇ ଉପଚାର ବ୍ୟବହାର କରିଥାଉ। ସେ ମଧ୍ୟରୁ ମୁଲତାନି ମାଟି ତ୍ୱଚାରେ ଗ୍ଲୋ ଆଣିଥାଏ ଓ ଏହାକୁ ପ୍ରାୟ ସମସ୍ତେ ବ୍ୟବହାର କରିଥାନ୍ତି। କିନ୍ତୁ କୌଣସି ପଦାର୍ଥକୁ ବ୍ୟବହାର କରିବା ପୂର୍ବରୁ ତା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ଆବଶ୍ୟକ। ନିଜ ତ୍ୱଚାରେ ବ୍ୟବହାର କରୁଥିବା ପଦାର୍ଥକୁ ଠିକ୍‌ ଭାବରେ ନପରଖି ବ୍ୟବହାର କଲେ ଏହା ଆପଣଙ୍କୁ ଅସୁବିଧାରେ ପକାଇପାରେ। ଚାଲନ୍ତୁ ଜାଣିବା ମୁଲତାନି ମାଟି ବ୍ୟବହାର କରୁଥିବା ସମୟରେ କେଉଁ ସବୁ ସାବଧାନତା ଅବଲମ୍ବନ କରିବା ଜରୁରୀ।

ସେନସିଟିଭ ତ୍ୱଚା ଅର୍ଥାତ ଯାହାଙ୍କ ତ୍ୱଚାରେ କୌଣସି ବିୟୁଟି ପ୍ରଡକ୍ଟ ସୁଟ କରୁନଥାଏ ସେମାନଙ୍କୁ ମୁଲତାନି ମାଟି ବ୍ୟବହାର କରିବା ଉଚିତ ନୁହେଁ। ଏହାର ବ୍ୟବହା ଦ୍ୱାରା ତ୍ୱଚାରେ ବ୍ରଣ ବାହାରିବା ସହିତ ଏହା ତ୍ୱଚାର ଗ୍ଲୋ ଛଡାଇ ନିଏ। ସେହିପରି ଡ୍ରାଏ ସ୍କିନ ଥିବା ବ୍ୟକ୍ତିଙ୍କୁ ମଧ୍ୟ ମୁଲତାନି ମାଟିର ବ୍ୟବହାର କରିବା ଉଚିତ ନୁହେଁ। ଏହାର ବ୍ୟବହାର ଦ୍ୱାରା ଏହା ସ୍କିନକୁ ଅଧିକ ଡ୍ରାଏ କରିଥାଏ।ଏହା ସହିତ ଆଖି ପାଖରେ ମୁଲତାନି ମିଟି ଲଗାଇଲେ ଡ୍ରାଏନେସ ବଢିବା ସହିତ ତ୍ୱଚାକୁ ହାନୀ ପହଞ୍ଚାଇଥାଏ।

 

ଥଣ୍ଡା କାସ ଲାଗି ରହୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହାଠାରୁ ଦୁରରେ ରହିବା ଉଚିତ୍‌। ମୁଲତାନି ମାଟି ଥଣ୍ଡା ହୋଇଥିବାରୁ ଏହା ଥଣ୍ଡା କାସକୁ ଅଧିକ ବଢାଇ ଦେଇଥାଏ।ଯଦି ଆପଣ ମୁଲତାନି ମାଟିକୁ ପ୍ରତିଦିନ ବ୍ୟବହାର କରୁଛନ୍ତି ତେବେ ଏହାକୁ ତୁରନ୍ତ ବନ୍ଦ କରି ଦିଅନ୍ତୁ। ଏହାର ରେଗୁଲାର ବ୍ୟବହାର ଦ୍ୱାରା ତ୍ୱଚା ଖରାପ ହୋଇଥାଏ। ମୁଲତାନି ମାଟିର ବ୍ୟବହାର କରିବା ପୂର୍ବରୁ ଏହିସବୁ କଥା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button