କର୍ଣ୍ଣାଟକ ମାଙ୍ଗାଲୁରୁରେ ବଡ଼ ଦୁର୍ଘଟଣା । କାନ୍ଥ ଭୁଶୁଡ଼ି ପଡ଼ିବାରୁ ଦୁଇ ଶିଶୁ ସମେତ ତିନି ଜଣ ମୃତ୍ୟୁ । ଗାରୋଡି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଭଡ଼ା ଘର ଉପରେ ଏକ କମ୍ପାଉଣ୍ଡ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଦୁଇ ଶିଶୁଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି । ମାଙ୍ଗାଲୁରୁର କଙ୍କାନାଡି ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ମାରିଏଲ୍ ଅଞ୍ଚଳ ରେ ଏହି ଘଟଣା ଘଟିଥିବା ସୂଚନା । ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ବର୍ଷା ଯୋଗୁଁ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଘରେ ରହୁଥିବା ୮ ଜଣ ଫସି ଯାଇଥିଲେ । ପରେ ସ୍ଥାନୀୟ ଦମକଳ ଓ ପୋଲିସ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସୂଚନା ଅନୁଯାୟୀ ସହାୟତାକାରୀମାନେ ଗୋଟିଏ ପରିବାର ଲାଲବାବୁ, ଇନ୍ଦୁ ଏବଂ ସେମାନଙ୍କର ଦୁଇ ଝିଅ, ଅଳକା ଏବଂ ଅନୁଶା ଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ । ସାନ ଝିଅ, ଅନାମିକା ଚୌରାସିଆ ଏବଂ ପରୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ପରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା ବେଳେ ଅନ୍ୟ ଏକ ପରିବାରର ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ମହିଳା ମୃତ୍ୟୁ ବରଣ କରିଛନ୍ତି । ବିହାରର ଏହି ଦୁଇଟି ପରିବାର ଆଠ ବର୍ଷ ଧରି ଏହି ଅଞ୍ଚଳରେ ରହୁଥିବା ସୂଚନା ମିଳିଛି ।

ଅଣ୍ଡାରେ ପ୍ରଚୁର ପରିମାଣର ଭିଟାମିନ୍ ଓ ପ୍ରୋଟିନ୍ ରହିଥାଏ, ଯାହା ଶରୀରକୁ ଶକ୍ତି ଯୋଗାଏ। ଶୀତଦିନେ ଶରୀରକୁ ଗରମ ରଖିବାକୁ ମଧ୍ୟ ଡାକ୍ତରମାନେ ଅଣ୍ଡା ଖାଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ କେବେ ଆପଣ ଅଣ୍ଡା ଖାଇବା ପୂର୍ବରୁ ଏହାର କ୍ୱାଲିଟି ଚେକ୍ କରିବା କଥା ଚିନ୍ତା କରିଛନ୍ତି କି? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଖରାପ କ୍ୱାଲିଟିର ଅଣ୍ଡା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।
ଆପଣ ମାତ୍ର ୨ ମିନିଟ୍ରେ ଅଣ୍ଡାର କ୍ୱାଲିଟି ଚେକ୍ କରି ଜାଣିପାରିବେ ଏହା ଖାଇବାଯୋଗ୍ୟ କି ନାହିଁ। ଏହି ଟେଷ୍ଟ କରିବା ପରେ ହିଁ ଅଣ୍ଡା ଖାଇବା ଉଚିତ। ନଚେତ୍ ଅଣ୍ଡାର ଲାଭ ମିଳିବା ପରିବର୍ତ୍ତେ ଶରୀରର କ୍ଷତି ହୋଇପାରେ। ତେବେ ଆସନ୍ତୁ ଜାଣିବା ଅଣ୍ଡାର କ୍ୱାଲିଟି ଚେକ୍ କରିବେ କେମିତି…

ଏଥିପାଇଁ ପ୍ରଥମେ ଏକ କାଚ ଗ୍ଲାସରେ ଅଧାରୁ ଅଧିକ ପାଣି ନେଇ ଗୋଟିଏ ଟେବୁଲ ଉପରେ କିମ୍ବା ସମତଳ ସ୍ଥାନରେ ରଖନ୍ତୁ। ଏବେ ଏଥିରେ ଅଣ୍ଡାକୁ ଧୀରେ ପକାନ୍ତୁ। ଦେଖିବେ ଯଦି ଅଣ୍ଡା ପାଣିରେ ନ ଭାସି ତଳକୁ ଯାଇ ସିଧା ରହୁଛି ତେବେ ତାହା ଭଲ କ୍ୱାଲିଟିର ଅଣ୍ଡା। ଏହାକୁ ଆପଣ ଖାଇପାରିବେ। କିନ୍ତୁ ଯଦି ଅଣ୍ଡାଟି ପାଣିରେ ନ ବୁଡ଼ି ଉପରେ ଭାସୁଛି ତେବେ ବୁଝିଯାଆନ୍ତୁ ଯେ ଏହା ଖରାପ କ୍ୱାଲିଟିର ତଥା ଖାଇବା ଅଯୋଗ୍ୟ ଅଣ୍ଡା। ଏଭଳି ଅଣ୍ଡା ଖାଇବା ଦ୍ୱାରା ଫୁଡ୍ ପଏଜନିଂ ହେବା ଆଶଙ୍କା ରହିଛି।



