ଦେଶ ବିଦେଶ

ସାବଧାନ! ଅଧିକ ଗୁଡ଼ ଖାଇବା ଦ୍ୱାରା ଦେଖାଦେଇପାରେ ଏସବୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା

ଗୁଡ଼ରେ ଅନେକ ପୋଷକ ତତ୍ତ୍ୱ ଭରି ରହିଛି। ଏଣୁ ଲୋକମାନେ ଚିନି ବଦଳରେ ଗୁଡ଼ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି। ଆୟୁର୍ବେଦରେ ଅନେକ ରୋଗରୁ ମୁକ୍ତି ପାଇଁ ଗୁଡ଼ ଖାଇବାକୁ ପରାମର୍ଶ ଦିଆଯାଇଛି। ଖାସ୍‌ କରି ମାଇଗ୍ରେନ୍‌, ବଦହଜମି, ମୁଣ୍ଡ ବୁଲାଇବା ଆଦି ସମସ୍ୟା ଥିଲେ ଗୁଡ଼ ଖାଇବାକୁ କୁହାଯାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗୁଡ଼ ସ୍ୱାସ୍ଥ୍ୟ ପାଇଁ ଯେତିକି ଲାଭକାରୀ ସେତିକି କ୍ଷତିକାରକ ମଧ୍ୟ। ତେବେ ଆସନ୍ତୁ ଜାଣିବା ଗୁଡ଼ ଖାଇଲେ କି କି କ୍ଷତି ହୋଇଥାଏ…

jaggery

  • ଗୁଡ଼ ଖାଇବା ଦ୍ୱାରା ଶରୀରର ଓଜନ ବଢ଼ିଥାଏ। ଏଣୁ ଯେଉଁମାନେ ଡାଇଟିଂ କରୁଛନ୍ତି ସେମାନେ ଗୁଡ଼ ଖାଇବାରୁ ବିରତ ରୁହନ୍ତୁ।
  • ଗୁଡ଼ ଖାଇବା ଦ୍ୱାରା ବ୍ଲଡ ସୁଗାର ବଢ଼ିଥାଏ। କାରଣ ୧୦ ଗ୍ରାମ୍‌ ଗୁଡ଼ରେ ପ୍ରାୟ ୯.୭ ଗ୍ରାମ୍‌ ସୁଗାର ରହିଥାଏ।
  • ଠିକ୍‌ ଭାବେ ଗୁଡ଼ ତିଆରି ହୋଇନଥିଲେ ଏହାକୁ ଖାଇବା ପରେ ପେଟରେ ପୋକ ହୋଇଯାଆନ୍ତି।
  • ତାଜା ଗୁଡ଼ ଖାଇବା ଦ୍ୱାରା ବଦହଜମି ଓ ପେଟ ଖରାପ ହେବା ଆଶଙ୍କା ଥାଏ।
  • ଖରାଦିନେ ଗୁଡ଼ ଖାଇଲେ ନାକରୁ ରକ୍ତ ପଡ଼େ।
  • ମାଛ ସହ ଗୁଡ଼ ଖାଇଲେ ଫୁଡ୍‌ ପଏଜନିଂ ହେବା ଆଶଙ୍କା ରହିଛି।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button