ବିଚାର

ଘରେ ବନାନ୍ତୁ ଏକଦମ୍‌ ବଜାର ଭଳି ମିଠା ଦହି, ସ୍ୱାଦ ଏକଦମ ଜବରଦସ୍ତ

ପାର୍ବଣ ଋତୁ ଜାରି ରହିଛି। ଏମିତିରେ ଘରେ ସ୍ପେଶାଲ ଡିସ୍‌ ପ୍ରସ୍ତୁତ ହେଉଥିବ। ତେବେ ଏଥିରେ ଖାଦ୍ୟର ସ୍ୱାଦକୁ ଆଉ ଟିକେ ମଜାଦାର ଆଉ ଟେଷ୍ଟୀ ବନାଇବା ପାଇଁ ଆପଣ ମିଠା ଦହି ଖାଇଥାନ୍ତି। ତେବେ ଆପଣ ଘରେ ମଧ୍ୟ ମିଠା ଦହି ବନାଇ ଖାଇପାରିବେ, ତାହାପୁଣି ଏକଦମ୍‌ ବଜାର ଭଳି। ଆଜି ଆମେ ଆପଣଙ୍କୁ ଜଣାଇବୁ ମିଠା ଦହି ବନାଇବା ରେସିପି। ଏହାକୁ ଆପଣ ଏକଦମ୍‌ ସହଜ ଉପାୟରେ ବନାଇ ପାରିବେ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • କ୍ଷୀର – ୨ ଲିଟର
  • ଦହି – ୧୨୫ ଗ୍ରାମ
  • ଚିନି – ୪୦୦ ଗ୍ରାମ
  • ଖୁଆ – ୨ ବଡ ଚାମଚ (କଟା ହୋଇଥିବା)

ପ୍ରସ୍ତୁତି ପ୍ରଣାଳୀ

  1. ଏକ ପ୍ୟାନରେ କ୍ଷୀର ଏବଂ ୩୦୦ ଗ୍ରାମ ଚିନି ମିଶାଇ ଗ୍ୟାସକୁ ଧୀମା ଆଞ୍ଚରେ ଲଗାତର ଚଲାଇ ଫୁଟାନ୍ତୁ।
  2. କ୍ଷୀର ଅଧା ହେବା ପଯ୍ୟର୍ନ୍ତ ଫୁଟାନ୍ତୁ। ଅଧା ହୋଇଗଲେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ।
  3. ଏବେ ଏକ ଅଲଗା ପ୍ୟାନରେ ବଳକା ଚିନିକୁ ଧୀମା ଆଞ୍ଚରେ ଲଗାତର ଚଲାଇ ସିରା ପ୍ରସ୍ତୁତ କରନ୍ତୁ।
  4. ପ୍ରସ୍ତୁତ ସିରାରେ କ୍ଷୀର ଏବଂ ଦହୀ ପକାଇ ମିଶାନ୍ତୁ।
  5. ଏହାପରେ ଏହାକୁ କପଡାରେ ଘୋଡାଇ ଦହି ଜମିବା ପଯ୍ୟର୍ନ୍ତ ରଖିଦିଅନ୍ତୁ।
  6. ଦହି ଜମିବା ପରେ ଏହାକୁ ଫ୍ରିଜରେ ଥଣ୍ଡା ହେବାକୁ ରଖନ୍ତୁ।
  7. ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ମିଠା ଦହି।
  8. ଏହାକୁ ଫ୍ରିଜରୁ ବାହାର କରି ସୁଖିଲା ଖୁଆରେ ସଜାଇ ସର୍ଭ କରନ୍ତୁ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button