ବିଚାର

ଦୀପାବଳିରେ ମହାଲକ୍ଷ୍ମୀଙ୍କୁ ଏସବୁ ଜିନିଷ ଭୋଗ ଲଗାନ୍ତୁ, ବର୍ଷିବ ମା’ଙ୍କ ଅସୀମ କୃପା

ଆଲୋକର ପର୍ବ ଦୀପାବଳିରେ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ସହ ତାଙ୍କୁ ଭୋଗ ଅର୍ପଣ କରିବାର ପରମ୍ପରା ମଧ୍ୟ ରହିଛି। ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ତାଙ୍କୁ ତାଙ୍କ ପ୍ରିୟ ଜିନିଷ ଭୋଗ ଲଗାଯାଏ। ଯଦି ଆପଣ ଘରେ ମା’ଙ୍କ ପୂଜା କରୁଛନ୍ତି ତେବେ ଆସନ୍ତୁ ଜାଣିବା ପୂଜାରେ କି ଭୋଗ ଅର୍ପଣ କରିବା ଶୁଭ ହୋଇଥାଏ…

ନଡ଼ିଆ:

ନଡ଼ିଆକୁ ସବୁଠୁ ପବିତ୍ର ଫଳ କୁହାଯାଏ। ଏଣୁ ନଡ଼ିଆର ଅନ୍ୟ ନାମ ହେଉଛି ଶ୍ରୀଫଳ। ମହାଲକ୍ଷ୍ମୀଙ୍କୁ ଦୀପାବଳିରେ ନଡ଼ିଆ ବର୍ଫି କିମ୍ବା ନଡ଼ିଆ ଲଡ଼ୁ ଭୋଗ ଭାବେ ଅର୍ପଣ କରିପାରିବେ।

ମିଠାପାନ:

ମିଠା ପାନ ଲକ୍ଷ୍ମୀଙ୍କ ସବୁଠୁ ଅଧିକ ପ୍ରିୟ ହୋଇଥାଏ। ଏଣୁ ପୂଜା ବେଳେ ମା’ଙ୍କୁ ପାନ ନିହାତି ଅର୍ପଣ କରନ୍ତୁ। ଲକ୍ଷ୍ମୀ ପ୍ରସନ୍ନ ହେବେ।

paan

ମଖାନୋ:

ମଖାନୋ ମହାଲକ୍ଷ୍ମୀଙ୍କ ପ୍ରିୟ ଫୁଲ ପଦ୍ମର ମଞ୍ଜିରୁ ତିଆରି ହୋଇଥାଏ। ଏହା ମା’ଙ୍କର ଅତିପ୍ରିୟ ହୋଇଥାଏ। ଆପଣ ମଖାନୋର କ୍ଷୀରି କିମ୍ବା ଘିଅରେ ହାଲ୍‌କା ଭାଜି ଭୋଗ ଲଗାଇପାରିବେ।

ମିଶ୍ରି:

ଲକ୍ଷ୍ମୀଙ୍କୁ ଚନ୍ଦ୍ରଙ୍କ ଭଉଣୀ କୁହାଯାଏ। ଚନ୍ଦ୍ରଙ୍କ ପୂଜାରେ ମିଶ୍ରି ଭୋଗ କରାଯାଏ। ଏଣୁ ଲକ୍ଷ୍ମୀଙ୍କ ପୂଜାରେ ମିଶ୍ରି ଭୋଗ କରିବା ମଧ୍ୟ ଶୁଭ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button