ବିଚାର

ଅଣ୍ଡାର ପ୍ରସ୍ତୁତ ଏହି ଫେସପ୍ୟାକ ଆପଣଙ୍କୁ ଦେବ ଏକଦମ୍‌ ଉଜ୍ଜ୍ୱଳ ତ୍ୱଚା, ଟ୍ରାଏ କରି ଦେଖନ୍ତୁ

ତ୍ୱଚାକୁ ଆକର୍ଷକ ଏବଂ ସୁନ୍ଦର କରିବା ବହୁତ ଜରୁରୀ। ତ୍ୱଚାରେ ଢ଼ିଲାପଣ ଆସିବା ଦ୍ୱାରା ଆପଣ ବୟସ ଠାରୁ ଅଧିକ ବୟସ୍କ ଦେଖାଯିବେ। ବୟସ ବଢ଼ିବା ସହିତ ସ୍କିନ ଲୁଜ୍‌ ହେବାକୁ ଲାଗିଥାଏ। ଏମିତିରେ ତ୍ୱଚାର ସଠିକ ଯତ୍ନ ନେବା ବହୁତ ଜରୁରୀ। ଏଥିପାଇଁ ଆପଣ ଅଣ୍ଡାର ସାହାଯ୍ୟ ନେଇପାରିବେ। ଅଣ୍ଡାର ପୋଷକ ତତ୍ତ୍ୱକୁ ପାଓ୍ଵାର ହାଉସ ବୋଲି ଧରାଯାଏ। ଅଣ୍ଡାରେ ପ୍ରସ୍ତୁତ ଫେସପ୍ୟାକ ତ୍ୱଚାକୁ ଏକଦମ୍‌ ପ୍ରାକୃତିକ ଉଜ୍ଜ୍ୱଳତା ଦେବ। ଆସନ୍ତୁ କେମିତି ଏହାକୁ କରିବା ବ୍ୟବହାର।

ଅଣ୍ଡାର ଧଳା ଅଂଶ ଏବଂ ଲେମ୍ବୁ ରସ

୧ ଅଣ୍ଡାର ଧଳା ଭାଗ
ଏକ ଚାମଚ ଲେମ୍ବୁ ରସ
୧ ଚାମଚ ମହୁ

ଏପରି କରିବେ ବ୍ୟବହାର

ଅଣ୍ଡାର ଧଳା ଭାଗକୁ ଏକ ପାତ୍ରକୁ ବାହାର କରି ଭଲଭାବେ ଗୋଳାଇ ଦିଅନ୍ତୁ।
ଯେତେବେଳେ ଏଥିରେ ଫେଣ ଆସିବ ସେତେବେଳେ ଏଥିରେ ଲେମ୍ବୁ ରସ ଏବଂ ମହୁ ମିଶାନ୍ତୁ।
ପ୍ରସ୍ତୁତ ମିଶ୍ରଣକୁ ୨୦ ରୁ ୨୫ ମିନିଟ ପଯ୍ୟର୍ନ୍ତ ଚେହେରାରେ ଲଗାଇ ରଖନ୍ତୁ। ଏହାପରେ ହାଲକା ଉଷୁମ ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ।

ଅଣ୍ଡାର ଧଳା ଅଂଶ ଏବଂ ମହୁ

ଆବଶ୍ୟକ ସାମଗ୍ରୀ
ଅଣ୍ଡାର ଧଳା ଭାଗ
ଦୁଇ ଚାମଚ ମହୁ

ଏପରି କରନ୍ତୁ ବ୍ୟବହାର

ଏକ ପାତ୍ରରେ ଅଣ୍ଡାର ଧଳା ଭାଗକୁ ରଖନ୍ତୁ।
ଏହାପରେ ଏଥିରେ ମହୁ ମିଶାନ୍ତୁ
ଏବେ ଏହି ମାସ୍କକୁ ଚେହେରାରେ ଲଗାଇ ୧୫ ମିନିଟ୍‌ ଛାଡି ଦିଅନ୍ତୁ।
ଏବେ ପାଣିରେ ଭଲଭାବେ ଧୋଇ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button