ବିଚାର

ଧନତେରାସ୍‌ ଦିନ ଏହି ଜିନିଷକୁ ଭୁଲରେ ବି କିଣନ୍ତୁନାହିଁ, ନଚେତ ଆପଣ ହୋଇପାରନ୍ତି କାଙ୍ଗାଳ

କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରାସ ପର୍ବ ପାଳନ କରାଯାଏ। ଆଜି ହେଉଛି ପାର୍ବଣର ପର୍ବ ଧନତେରାସ। ଏହି ଦିନରେ ଦୀପାବଳିର ପର୍ବ ଆରମ୍ଭ ହୋଇଯାଏ ମାନ୍ୟତା ରହିଛି। ଚଳିତ ବର୍ଷ ଧନତେରାସ ଦୀପାବଳିର ଠିକ ଗୋଟିଏ ଦିନ ପୂର୍ବରୁ ହିଁ ପଡୁଛି।
ଏହି ଦିନ କୁବେର ଦେବତା ଏବଂ ମହାଲକ୍ଷ୍ମୀଙ୍କ ପୂଜା କରାଯାଏ। ମାନ୍ୟତା ରହିଛି ଏହାଦ୍ୱାରା ଧନ-ସମ୍ପଦ ଆଶିର୍ବାଦ ପ୍ରାପ୍ତ ହୋଇଥାଏ। ଧନତେରାସ ଦିନ ଜିନିଷ କିଣିବାର ମଧ୍ୟ ବହୁତ ପ୍ରଚଳନ ରହିଛି। କିନ୍ତୁ ଶାସ୍ତ୍ରରେ କିଛି ଜିନିଷ ଏମିତି ରହିଛି ଯାହାକୁ ଏହି ଦିନରେ କିଣିବା ଦ୍ୱାରର ଆପଣ ଦାରିଦ୍ର ସହ କାଙ୍ଗାଳ ହୋଇପାରନ୍ତି। ତାହେଲେ ଆସନ୍ତୁ ଜାଣିବା ଧନତେରାସ ଦିନ କେଉଁ ଜିନିଷ କିଣିବା ଅନୁଚିତ।

ଧାରୁଆ ଜିନିଷ ଏବଂ ତେଲ

ମାନ୍ୟତା ରହିଛି ଏହି ଦିନରେ କଇଁଚି, ଛୁରୀ ଭଳି ଧାରୁଆ ଜିନିଷ କିଣିବା ଅନୁଚିତ। ଏହାସହିତ ଧନତେରାସ ଦିନ ତେଲ କିଣିବା ମଧ୍ୟ ଅଶୁଭ ଧରାଯାଏ।

knifeକାଚ ଜିନିଷ

ଏହି ଦିନରେ ଲୋକମାନେ ଖାସ କରି ବାସନକୁସନ କିଣନ୍ତି। କିନ୍ତୁ କାଚ ଜିନିଷ କିଣିବା ଠାରୁ ଯେପରି ଦୂରେଇ ରୁହନ୍ତି। ବାସ୍ତୁ ଅନୁଯାୟୀ ଆଇନା କିମ୍ବା କାଚର କୌଣସି ଜିନଷ କିଣିବା ଅଶୁଭ ଧରାଯାଏ।

ଷ୍ଟିଲ ଜିନିଷ

ଧନତେରାସ ଦିନ ବାସନକୁସନ କିଣିବାକୁ ଶୁଭ ବୋଲି ଧରାଯାଏ। କିନ୍ତୁ ଲୁହା ଏବଂ ଷ୍ଟିଲ ଜିନିଷକୁ କିଣିବା ଏକଦମ୍‌ ଅନୁଚିତ। ଏହାଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ଆପର ଷ୍ଟିଲ ଏବଂ ଲୁହା ବଦଳରେ କପର କିମ୍ବା ବ୍ରଞ୍ଜର କିଛି ଜିନିଷ କିଣିପାରିବେ।

shoesକଳା ରଙ୍ଗର ଜିନିଷ

କଳା ରଙ୍ଗ ଅଶୁଭର ପ୍ରତୀତ ହୋଇଥାଏ। ଏମିତିରେ ଏହି ଦିନରେ କଳା ରଙ୍ଗର ଜିନିଷ କିଣିବା ବହୁତ ଖରାପ ହୋଇଥାଏ। ନଚେତ ଜୀବନରେ ଦୁର୍ଭାଗ୍ୟକୁ ସାମ୍ନା କରିବାକୁ ପଡିପାରେ।

ନିଜ ପରିବାର ପାଇଁ କିଛି କିଣାକିଣି

ଯେତେବେଳେ ଆପଣ ଏହି ଶୁଭ ଦିନରେ ନିଜ ପରିବାର ଏବଂ ନିଜ ପାଇଁ କିଛି କିଣାକିଣି କରନ୍ତନ୍ତି ସେତେବେଳେ ଏହି କଥାକୁ ଧ୍ୟାନରେ ବେଶ୍‌ ଜରୁରୀ। କୁହାଯାଏ ଯେ ଏହି ଶୁଭ ଦିନରେ ପରିବାର କିମ୍ବା ନିଜ ପାଇଁ କିଛି ଜିନିଷ କିଣିବା ଅନୁଚିତ। ପ୍ରାୟତଃ ଲୋକମାନେ ଦୀପାବଳି ଅବସରରେ ହିଁ ସାଙ୍ଗ ସାଥିଙ୍କୁ ଉପହାର ଦେଇଥାନ୍ତି। ଏମିତିରେ ଯଦି ଆପର କାହାକୁ ଗିଫ୍ଟ ଦେବାକୁ ଚାହୁଁଛନ୍ତି ତାହେଲେ ତାଙ୍କୁ ଧନତେରାସ ପୂର୍ବରୁ କିମ୍ବା ପରେ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button