ନୀତି

ଶରୀରର ଏହି ସ୍ଥାନରେ କଳାଯାଇ ଥିଲେ ହୋଇଥାଏ ଅଶୁଭ, ଜାଣନ୍ତୁ ଭୟଙ୍କର କଥା…

ସମୁଦ୍ର ଶାସ୍ତ୍ର ରେ କୁହା ଯାଇଛି କି ଯେଉଁ ମଣିଷ ଦେହରେ କଳାଯାଇ ଥିବ ତାହାର ଧନବାନ ହେବାର ଯୋଗ ରହିଛି। ଯେଉଁ ବ୍ୟକ୍ତି ର ନାଭିରେ କଳାଯାଇ ଥିବ, ତାହାର ଦୁର୍ଭାଗ୍ୟ ବୋଲି ସୂଚନା ଦେଇଥାଏ ଏବଂ ସେହି ବ୍ୟକ୍ତିର ଖାଇବାର ଲାଳସା ରହିଥାଏ । କିନ୍ତୁ ଯଦି କଳାଯାଇ ନାଭି ପାଖରେ ଥିବ ତେବେ ତାହାର ଭାଗ୍ୟରେ ଧନବାନ ହେବାର ଯୋଗ ରହିଛି। ଆପଣ ଜାଣନ୍ତି ଆମ ଶରୀର ରେ ବିଭିନ୍ନ ସ୍ଥାନରେ କଳାଯାଇ ରହିଛି। କିନ୍ତୁ କଣ ଆପଣ ଜାଣନ୍ତି ଏହି କଳାଯାଇ ର ଫଳ କଣ ହେବ ଭବିଷ୍ୟତ ରେ । ସେହି କଳାଯାଇ ରୁ ଜଣା ପଡିବ ଯେ ଆପଣ କେତେ ଧନବାନ ହେବେ । ତେବେ ଆସନ୍ତୁ ଜାଣିବା ସେହି ୧୦ ଟି କଳାଯାଇ ବିଷୟରେ ।

ଯେଉଁ ବ୍ୟକ୍ତି ମାନଙ୍କର ଅନାମିକା ଆଙ୍ଗୁଠି ର ମଧ୍ୟ ଭାଗରେ କଳାଯାଇ ରହିଛି ସେମାନେ ଧନୀ ହୋଇଥାନ୍ତି । ଏମାନଙ୍କୁ କୌଣସି ଜିନିଷ ର ଅଭାଵ ରହେ ନାହିଁ। ଯେଉଁ ବ୍ୟକ୍ତି ମାନଙ୍କର କନିଷ୍ଠ ଆଙ୍ଗୁଠି ରେ କଳାଯାଇ ରହିଛି, ସେମାନେ ସମ୍ପତ୍ତିଶାଳୀ ହୋଇଥାନ୍ତି। ପରନ୍ତୁ ଏମାନଙ୍କୁ କଷ୍ଟ ସହି ଶାନ୍ତି ମିଳିଥାଏ। ଯାହାଦ୍ୱାରା କି ସେମାନେ ନିଜ କୌଶଳ ଓ ବୁଦ୍ଧି ରେ ନିଜର କଷ୍ଟ କୁ ଦୂର କରି ଦେଇ ଥାନ୍ତି ।

ଯେଉଁ ବ୍ୟକ୍ତି ମାନଙ୍କର ପିଠିରେ କଳାଯାଇ ରହିଛି ସେମାନେ ରୋମାଣ୍ଟିକ ହେବା ସହ ଧନବାନ ହୋଇଥାନ୍ତି । ଏହା କୁହାଯାଇଛି କି ସେମାନେ ଅଧିକ ପରିଶ୍ରମ କରି ଧନ ସଞ୍ଚୟ କରନ୍ତି। ଏବଂ ଖର୍ଚ୍ଚ ମଧ୍ୟ କରିଥାନ୍ତି। ତେଣୁ ଏମାନଙ୍କ ପାଖରେ ଧନ ର ଅଭାଵ ରହି ନଥାଏ। ଯେଉଁ ବ୍ୟକ୍ତିର ଗୋଡ଼ର ଆଙ୍ଗୁଠି ଉପରେ କଳାଯାଇ ରହିଛି। ସେମାନେ ସମାଜରେ ପ୍ରତିଷ୍ଠିତ ଏବଂ ସମ୍ପର୍ଣ୍ଣ ହୋଇଥାନ୍ତି। ଏମାନଙ୍କୁ ସମାଜରେ ମାନ ସମ୍ମାନ ମିଳିଥାଏ। ଏହି ଲୋକ ମାନଙ୍କୁ କେବେ ବି ଧନ ର ଅଭାଵ ହୁଏ ନାହିଁ।

ଯେଉଁ ବ୍ୟକ୍ତି ମାନଙ୍କର ତର୍ଜନୀ ଆଙ୍ଗୁଠି ରେ କଳାଯାଇ ରହିଛି ସେମାନେ ଧନୀ ତ ହୋଇଥାନ୍ତି। ପରନ୍ତୁ ସଦାବେଳେ ଶତ୍ରୁ ବିଷୟରେ ଭାବି ଥାନ୍ତି। ଯେଉଁ ବ୍ୟକ୍ତିମାନଙ୍କ ର ନାଭିର ତଳ ଭାଗରେ କଳାଯାଇ ରହିଛି, ସେମାନଙ୍କୁ କେବେ ବି ଧନର ଅଭାଵ ରେ ରହେ ନାହିଁ । ସେମାନଙ୍କର ସଦା ସର୍ବଦା ଜିନିଷ ମିଳିଯାଇଥାଏ। ଯେଉଁ ବ୍ୟକ୍ତି ମାନଙ୍କର ଟିକିଲି ସ୍ଥାନରେ କଳାଯାଇ ରହିଛି, ସେମାନେ ବହୁତ ଭଲ ହୋଇଥାନ୍ତି। ସେମାନଙ୍କର ଦାମ୍ପତ୍ୟ ଜୀବନ ଭଲରେ କଟିଥାଏ। ସେମାନଙ୍କର ଧନରେ ଅଭାଵ ରହି ନ ଥାଏ।

ଯେଉଁ ବ୍ୟକ୍ତି ମାନଙ୍କର ନାକର ଦକ୍ଷିଣ ପାର୍ଶ୍ୱ ରେ କଳାଯାଇ ରହିଛି, ସେମାନେ କେବେ ବି ଧନର ଅଭାଵ ରେ ରହିବେ ନାହିଁ। ସେମାନେ ଅଳ୍ପ ପରିଶ୍ରମ ରେ ଅଧିକ ଲାଭ କରି ଧନବାନ ହୋଇଥାନ୍ତି। ଯେଉଁ ବ୍ୟକ୍ତି ମାନଙ୍କର ଥୋଡ଼ି ଉପରେ କଳାଯାଇ ରହିଛି, ସେମାନଙ୍କର ଧନରେ ଅଭାଵ ରହି ନ ଥାଏ। କାରଣ ସେମାନଙ୍କର ଆୟ ର ସାଧନ ସଦାବେଳେ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button