ସ୍ୱାସ୍ଥ୍ୟ

ହାଡ଼ ମଜବୁତ କରିବା ସହ ହୃଦରୋଗ ଜନିତ ବିଭିନ୍ନ ସମସ୍ୟାକୁ ଦୂର କରେ ପଣସ

ସାଧାରଣତଃ ପଣସ ତରକାରୀ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଇଥାଏ। ଏହା ବ୍ୟତୀତ ପଣସରେ ଆଚାର ଏବଂ ଅନ୍ୟ କୌଣସି ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତ କରାଯାଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ବ ମଧ୍ୟ ଶରୀରରୁ ରୋଗ ଦୂର କରିବାରେ ରକ୍ଷା କରିଥାଏ। ପଣସରେ ପ୍ରଚୁର ମାତ୍ରାରେ ଭିଟାମିନ, କ୍ୟାଲସିୟମ, ପୋଟାସିୟମ, ଆଇରନ ଏବଂ ଫାଇବର ରହିଥାଏ। ପଣସ ସ୍ବାସ୍ଥ୍ୟ ପାଇଁ ଅନେକ ଲାଭକାରୀ ହୋଇଥାଏ।

Jack-Fruitଜାଣନ୍ତୁ ପଣସ ସେବନ ଦ୍ବାରା ଅନେକ ସମସ୍ୟା ଦୂର ହୋଇଥାଏ:

-ଯେଉଁ ଲୋକମାନଙ୍କ ମୁହଁରେ ବା ପାଟିରେ ଘାଆ ହୋଇଥାଏ ସେହି ସମୟରେ ପଣସ ପତ୍ରକୁ ଚୋବାଇ ସେବନ କରିବା ଦ୍ବାରା ଘାଆ ଠିକ ହୋଇଯାଇଥାଏ।

– ଶରୀରର ହାଡ଼ ମଜବୁତ କରିବା ପାଇଁ ପଣସ ଅନେକ ଲାଭକାରୀ ହୋଇଥାଏ। ଏଥିରେ ଥିବା ମ୍ୟାଗ୍ନେସିୟମ ହାଡ଼ ମଜବୁତ କରିବାରେ ସାହାଯ୍ୟ କରିଥାଏ।

-ପଣସରେ କ୍ୟାଲୋରୀ ନଥିବା କାରଣରୁ ଏହା ହୃଦରୋଗ ଜନିତ ସମସ୍ୟା ପାଇଁ ଲାଭକାରୀ ହୋଇଥାଏ।

jackfruit--ପଣସର କ୍ଷୀରକୁ ମଧ୍ୟ ଖଣ୍ଡିଆ ହୋଇଥିବା ଯାଗାରେ ଲଗାଇଲେ ଯନ୍ତ୍ରଣା ଦୂର ହୋଇଥାଏ।

-ଏଥିରେ ପ୍ରଚୁର ମାତ୍ରାରେ ପୋଟାସିୟମ ଏବଂ ଆଇରନ ରହିଥାଏ, ଯାହା ଉଚ ରକ୍ତଚାପ ଭଳି ସମସ୍ୟା ଦୂର କରିଥାଏ। ଏହା ବ୍ୟତରତ ପଣସ ସେବନ କରିବା ଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ସଠିକ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button