ବିଚାର

ଜାଣନ୍ତିକି ଖାଲି ସେଓ ନୁହେଁ ଏହାର ଚୋପାରେ ବି ରହିଛି ଅନେକ ଉପକାରୀ ଗୁଣ

ସେଓ ଶରୀର ପାଇଁ କେତେ ଉପକାରୀ ତାହା ସମସ୍ତଙ୍କୁ ଜଣା । କିଛି ଲୋକ ସେଓରୁ ଚୋପା ଛଡାଇ ଖାଇବାକୁ ପସନ୍ଦ କରନ୍ତି ଚୋପାକୁ ଅଦରକାରୀ ଭାବି ଫୋପାଡ଼ି ଦିଅନ୍ତି । କିନ୍ତୁ ଜାଣନ୍ତିକି ସେଓ ପରି ଏହାର ଚୋପା ମଧ୍ୟ ଶରୀର ପାଇଁ ଖୁବ ଉପକାରୀ । ପ୍ରକୃତରେ ଏହାର ଚୋପାରେ ହିଁ ଭିଟାମିନସ, ମିନେରାଲ୍ସ, ଫାଇବର, ଆଣ୍ଟି ଆକ୍ସିଡେଣ୍ଟ ପରି ଜରୁରୀ ତଥ୍ୟ ମାନ ଭରପୁର ମାତ୍ରାରେ ରହିଛି । ଯଦି ସେଓରୁ ଚୋପାକୁ କଢ଼ା ଯାଏ ତେବେ ଏହାର ଜରୁରୀ ତଥା ଉପକାରୀ ଗୁଣ ମାନ ନଷ୍ଟ ହୋଇଯିବ । ଏହା ସହ ଫଳର ପୋଷାକ ତତ୍ତ୍ୱ ମଧ୍ୟ ନଷ୍ଟ ହୋଇଯାଏ । ବିଶେଷ କରି ଫଳରେ ଥିବା ଫାଇବର ଗୁଣ ଗୁଡିକ ନଷ୍ଟ ହୋଇଯାଏ । ତେଣୁ ବିଶେଷଜ୍ଞଙ୍କ ଅନୁଯାୟୀ ସେଓ ସର୍ବଦା ଚୋପା ସହିତ ହିଁ ସେବନ କରିବା ଉଚିତ ।

apple new

 

  • ଆହୁରି ମଧ୍ୟ ଓଜନ କମ କରିବାରେ ସେଓ ଚୋପା ଖୁବ ସହାୟକ ହୋଇଥାଏ । ଏଥିରେ ପ୍ରଚୁର ମାତ୍ରାରେ ଫାଇବର ଥିବାରୁ ଚୋପା ସହ ସେଓ ଖାଇବା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ । ପେଟ ବି ଭର୍ତ୍ତି ଥିବା ଭଳି ଲାଗେ । ଆପଣ ଅଧିକ ଖାଦ୍ୟ ଖାଇପାରିବେ ନାହିଁ । ତେଣୁ ଧୀରେ ଧୀରେ ଭାବରେ ଆପଣଙ୍କ ଓଜନ କମ ହୋଇଯିବ ।
  • ସେଓ ଚୋପା ଶରୀରର ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି କରିଥାଏ । ଏଥିରେ ପ୍ରଚୁର ପରିମାଣରେ ଥିବା ଭିଟାମିନ ସି ବିଭିନ୍ନ ପ୍ରକାର ରୋଗୀଙ୍କ ସହ ଲଢ଼ିବା ପାଇଁ ଶରୀରର ଇମ୍ୟୁନିଟି ବୃଦ୍ଧି କରିଥାଏ । ତେଣୁ ଏହି ଫଳକୁ ଚୋପା ସହିତ ସେବନ କରିବା ହିଁ ସର୍ବୋତ୍ତମ ।
  • ହୃଦ ରୋଗ ଜନିତ ସମସ୍ୟା ମଧ୍ୟ ସେଓର ଚୋପା କମ କରିଥାଏ । ଏଥିରେ ଥିବା ଆଣ୍ଟି ଆକ୍ସିଡେଣ୍ଟ ତତ୍ତ୍ୱ ଶରୀରରେ ପଲିଅନସାଚୁରେଟେଡ଼ ଫ୍ୟାଟର ଅକ୍ସିକରଣ ପ୍ରକ୍ରିୟା ରୋକିଥାଏ । ଯାହା ହୃଦରୋଗ ହେବା ସମ୍ବବନା କମ କରିଥାଏ । ଏହା ସହ ହୃଦଯନ୍ତ୍ରକୁ ସୁସ୍ଥ ମଧ୍ୟ ରଖିଥାଏ ।
  • ଟାଇପ-2 ଡାଇବେଟିସ ହେବା ଆଶଙ୍କାକୁ ସେଓ ଚୋପା ଅନେକ ଗୁଣା କମ କରିଥାଏ । ଏଥିରେ ଥିବା ବିଶେଷ ତତ୍ତ୍ୱ ଟାଇପ-2 ଡାଇବେଟିସ ହେବା ଆଶଙ୍କା ଅନେକ ଗୁଣା କମ କରିଥାଏ । ଏକ ଗବେଷଣା ଅନୁଯାୟୀ, ଯେଉଁ ମହିଳା ମାନେ ପ୍ରତିଦିନ ଗୋଟିଏ ଲେଖାଏଁ ସେଓ ଚୋପା ସହ ସେବନ କରନ୍ତି ସେମାନଙ୍କର ରୋଗ ହେବା ସମ୍ଭାବନା ଖୁବ କମ ରହିଥାଏ ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button