ମାଉଥଓ୍ଵାସ ସାହାଯ୍ୟରେ ମରିବ ଭାଇରସ, ତୁରନ୍ତ ସଂକ୍ରମଣ ହେବାର ଆଶଙ୍କା ଥିଲେ କରନ୍ତୁ ଏହି କାମ

କରୋନା ମହାମାରୀର ସଂକ୍ରମଣ ବଢୁଥିବା ବେଳେ ବର୍ତ୍ତମାନ ଏହାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି । ଅନେକ ସମୟରେ ଆମେ ନିଜ ଅଜାଣତରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥାଉ। ଯଦି କୈାଣସି ଲକ୍ଷଣ ଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଆପଣଙ୍କୁ କରୋନା ସଂକ୍ରମଣ ହେବାର ସନ୍ଦେହ ହେଉଛି, ତେବେ ତୁରନ୍ତ ମାଉଥ ଓ୍ଵାସ ବ୍ୟବହାର କରି ନିଜକୁ ସୁରକ୍ଷିତ କରିପାରିବେ। ଏ ସମ୍ପର୍କିତ ତଥ୍ୟ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି।

ସେହିପରି ୟ୍ରୁନାଇଟେଡ କିଙ୍ଗ୍ଡମ୍ର ଭେଲ୍ସ ସ୍ଥିତ ୟୁନିର୍ଭସିଟି ହସ୍ପିଟାଲର ଡାକ୍ତରମାନେ କରିଥିବା ରିସର୍ଚ ଅନୁସାରେ, ବଜାରରେ ମିଳୁଥିବା ମାଉଥ ଓ୍ଵାସକୁ ଠିକ୍ ସମୟରେ ଉପୟୋଗ କଲେ କରୋନା ସଂକ୍ରମଣରୁ ରକ୍ଷା ମିଳିପାରିବ। ଯଦି ଆପଣ କୈାଣସି କରୋନା ସଂକ୍ରମଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଛନ୍ତି । ତେବେ ସଂକ୍ରମଣ ଆପଣଙ୍କ ପାଟି ଦେଇ ଶରୀର ଭିତରକୁ ପ୍ରବେଶ କରିବାର ଆଶଙ୍କା ରହିଥାଏ। ଏହି ସମୟରେ ନିଜ ପାଟିଭିତରେ ଥିବା ଲାଳ ଅଂଶକୁ ନଗିଳି ତୁରନ୍ତ ଛେପ ପକାଇ ମାଉଥ ଓ୍ଵାସର ପ୍ରୟୋଗ କରନ୍ତୁ। ଏହା ମଧ୍ୟ ଧ୍ୟାନ ରଖିବାକୁ ହେବ ଯେ ବ୍ୟବହାର କରୁଥିବା ମାଉଥ ଓ୍ଵାସରେ 0.07% ‘ସେଟାଇ ପିରିଡନିୟମ କ୍ଲୋରାଇଡ’ ରହିଥିବା ଆବଶ୍ୟକ।

ତେବେ ଯଦି ନିଜ ଲାଳକୁ ପାଟ ଭିତରେ ବ୍ୟକ୍ତି ଢୋକିନିଏ ତେବେ କରୋନା ଭାଇରସ ଶରୀରର ଶ୍ୱାସନତନ୍ତ୍ରରେ ପ୍ରବେଶ କରିଥାଏ। ଏହି ପରିସ୍ଥିତିରେ ମାଉଥଓ୍ଵାସ କିଭଳି କାମ କରିଥାଏ ଯଦିଓ ତାହାର କୌଣସି ସଠିକ୍ ତଥ୍ୟ ମିଳିନାହିଁ । ତେବେ ହାତକୁ ବାରମ୍ବାର ଧୋଇବା ବା ସାନିଟାଇଜ କରିବା ସହିତ ପାଟିକୁ ମାଉଥ ଓ୍ଵାସରେ ଧୋଇବା ଉଚିତ୍। ସେହିପରି କରୋନା ଭାଇରସରୁ ବଞ୍ଚିବା ପାଇଁ ହାକ୍ତରମାନେ ମଧ୍ୟ ବାରମ୍ବାର ଗରମ ପାଣି ପିଇବା ପାଇଁ ପରାମର୍ଶ ଦେଇଥାନ୍ତି ।



