ଧର୍ମ

କେବଳ ତାଳି ମାରିଲେ ଭଲ ହୋଇଯାଇଥାଏ ଏହି ୫ଟି ରୋଗ

ହିନ୍ଦୁ ଧର୍ମରେ ଭଜନ ଏବଂ ଆଳତୀ ସମୟରେ ତାଳି ବଜାଯାଇଥାଏ। ଏହି ପରମ୍ପରା ପଛରେ ନା କେବଳ ଧାର୍ମିକ, ବରଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ବିଜ୍ଞାନ ଅନୁସାରେ, ଆମ ଶରୀରର ୨୯ ଏକ୍ୟୁପ୍ରେସର ପେଣ୍ଟସ ଆମ ହାତରେ ରହିଛି। ପ୍ରେସର ପଏଣ୍ଟକୁ ଦବାଇବା ଦ୍ୱାରା ସମ୍ବନ୍ଧିତ ଅଙ୍ଗ ପର୍ଯ୍ୟନ୍ତ ରକ୍ତ ଏବଂ ଅମ୍ଳଜାନର ସଞ୍ଚାର ଭଲ ଭାବେ ହୋଇଥାଏ।

ଏକ୍ୟୁପ୍ରେସର ଅନୁସାରେ, ଏ ସମସ୍ତ ପଏଣ୍ଟକୁ ଭଲ ଭାବେ ଦବାଇବାର ସବୁଠୁ ସହଜ ତରିକା ହେଉଛି ତାଳି। ଆସନ୍ତୁ ଜାଣିବା ତାଳି ବଜାଇଲେ ଆମକୁ କ’ଣ ହୋଇଥାଏ ଫାଇଦା।

vc

୧. ତାଳି ବଜାଇଲେ ରକ୍ତରେ ଖରାପ କୋଲେଷ୍ଟ୍ରୋଲର ମାତ୍ରା କମିଯାଇଥାଏ, ଯଦ୍ଦ୍ୱାରା ହାର୍ଟ ଆଟାକ ଆଶଙ୍କା କମ ହୋଇଯାଇଥାଏ।

୨. ତାଳି ବଜାଇଲେ ଶରୀରରେ ରକ୍ତ ସଞ୍ଚାର ଭଲ ଭାବେ ହୋଇଥାଏ। ଏହାଦ୍ୱାରା ଫୁସଫୁସରେ ଅସ୍ଥାମା ସମ୍ବନ୍ଧିତ ରୋଗ ପ୍ରାୟତଃ ଟଳିଯାଇଥାଏ।

୩. ଜୋରରେ ତାଳି ମାରିଲେ ଆଖି, କାନ, ମସ୍ତିଷ୍କ, ମେରୁଦଣ୍ଡ, କାନ୍ଧ ଆଦି ସମସ୍ତ ବିନ୍ଦୁ ଉପରେ ପ୍ରଭାବ ପଡ଼ିଥାଏ। ଫଳରେ ଚିନ୍ତା, ଅନିଦ୍ରା, ଆଖିକୁ କମ ଦେଖାଯିବା, ପୁରୁଣା ମୁଣ୍ଡ ବିନ୍ଧା, ଥଣ୍ଡା, କେଶ ଝଡ଼ିବା ଆଦି ସମସ୍ୟାରୁ ଛୁଟକାରା ମିଳିଥାଏ।

xx

୪. ତାଳି ଦ୍ୱାରା ମାଂସପେଶୀଗୁଡ଼ିକ ପ୍ରଭାବିତ ହୋଇଥାଏ। ଏହାଦ୍ୱାରା ପୂରା ଶରୀରରେ ଶକ୍ତି ସଞ୍ଚାର ଭଲ ଭାବରେ ହୋଇଥାଏ।

୫. ନିୟମିତ ତାଳି ମାରିଲେ ରକ୍ତରେ ଧଳା କଣିକାକୁ ଶକ୍ତି ମିଳିଥାଏ। ଫଳରେ ଶରୀରକୁ ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button