ଦେଶ ବିଦେଶ
ସକାଳୁ ସକାଳୁ ଆପଣ ଲଗାତାର କରିଆସୁଛନ୍ତି କି ଏହି ୫ଟି ଭୁଲ, ତା’ହେଲେ ବଢ଼ିଯିବ ଆପଣଙ୍କ ଓଜନ !

ମୋଟାପଣ ସମସ୍ୟା ଆଜିକାଲି ସାଧାରଣ ହୋଇଗଲାଣି। କିନ୍ତୁ ଏହା ସେତେବେଳେ ବଢ଼ିଯାଇଥାଏ, ଯେତେବେଳେ ଆମେ ସକାଳୁ ସକାଳୁ କିଛି ଭୁଲ କରିବସିଥାଉ, ଯଦ୍ଦ୍ୱାରା ଏହାର ସିଧା ପ୍ରଭାବ ଆମ ମେଟାବଲିଜମ ପ୍ରୋସେସ ଉପରେ ପଡ଼ିଥାଏ। କ୍ୟାଲୋରୀ ଠିକ ତରିକାରେ ବର୍ଣ୍ଣ ହୋଇପାରି ନ ଥାଏ ଏବଂ ପେଟ ବଢ଼ିଯାଇଥାଏ। ଆଜି ଆମେ ଆପଣଙ୍କୁ ସକାଳୁ କରାଯାଉଥିବା ସେହି ଭୁଲଗୁଡ଼ିକ ବିଷୟରେ କହିବୁ।

୧. ସବୁଦିନ ସକାଳେ ଏକ କିମ୍ବା ଦୁଇ ଗ୍ଲାସ ପାଣି ନ ପିଇଲେ ଟକ୍ସିନ୍ସ ବାହାରକୁ ବାହାରିପାରି ନ ଥାଏ, ଯଦ୍ଦ୍ୱାରା ମେଟାବଲିଜମ ସ୍ଲୋ ହୋଇଥାଏ ଏବଂ ଓଜନ ବଢ଼ିବାରେ ଲାଗିଥାଏ।
୨. ସକାଳ ସମୟରେ ଜଳଖିଆ ଖାଇବାରେ ବିଳମ୍ବ ହେଲେ ମେଟାବଲିଜମ ସ୍ଲୋ ହୋଇଯାଇଥାଏ।

୩. ସକାଳ ଜଳଖିଆରେ କ୍ଷୀର, ଦହି, ପନିର ଆଦି ଖାଇଲେ ମେଟାବଲିଜମ ସ୍ଲୋ ହୋଇଥାଏ।
୪. ପ୍ରତିଦିନ ଶାରୀରିକ ବ୍ୟାୟାମ ନ କଲେ ମଧ୍ୟ ଓଜନ ବଢ଼ିଯାଇଥାଏ।

୫. ଯଦି ଆପଣ ଗୋଟିଏ ଦିନରେ ୮ ଘଣ୍ଟା ନ ଶୁଅନ୍ତି, ତା’ହେଲେ ଓଜନ ବଢ଼ାଉଥିବା ହରମୋନ୍ସର ଲେବଲ ବଢ଼ିଯାଇଥାଏ ଏବଂ ଓଜନ ବୃଦ୍ଧି ପାଇଥାଏ।



