ବିଚାର

ରାତି ରୁଟିକୁ ନ ଫୋପାଡି ବନାନ୍ତୁ ଟେଷ୍ଟୀ ଉପମା, ଟିପି ରଖନ୍ତୁ କେମିତି କରିବେ ପ୍ରସ୍ତୁତ

ରାତି ରୋଟି ସକାଳକୁ ଖାଇଲେ ସେତେଟା ସ୍ୱାଦ ଲାଗିନଥାଏ। କିନ୍ତୁ ରୋଟିକୁ ଫେପାଡିବା ବି ଉଚିତ ନୁହେଁ। ଏମିତିରେ ଆପଣ ରାତି ରୋଟିକୁ ନଫୋପାଡି ଟେଷ୍ଟୀ ବ୍ରେକଫାଷ୍ଟ ବନାଇ ପାରିବେ। ଆଜି ଆମେ ଆପଣଙ୍କୁ ବାସି ରୁଟିର ଏକ ବଢ଼ିଆ ରେସିପି ନେଇ ଆସିଛୁ। ଯାହା ଆପଣଙ୍କୁ ଏକଦମ୍‌ ପସନ୍ଦ। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବାସି ରୁଟି ଉପମା। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

upmaଆବଶ୍ୟକ ସାମଗ୍ରୀ

  • ୪ଟି ରୁଟି
  • ଗୋଟେ ପିଆଜ (କଟା ହୋଇଥିବା)
  • ଟମାଟୋ (ଛୋଟ କଟା ହୋଇଥିବା)
  • ୨ଟି କଞ୍ଚା ଲଙ୍କା
  • ଫାଳେ ସିମଲା ଲଙ୍କା (ଛୋଟ କଟାହୋଇଥିବା)
  • ଅଳ୍ପ ସୋରିଷ
  • ଏକ ବଡ ଚାମଚ ବାଦାମ ଦାନା (ଭଜା)
  • ଏକ ଚାମଚ ଧନିଆ ପାଉଡର
  • ଅଧା ଛୋଟ ଚାମଚ ଲାଲ ଲଙ୍କା ପାଉଡର
  • ଏକ ଛୋଟ ଚାମଚ ଲେମ୍ବୁ ରସ
  • ସ୍ୱାଦାନୁସାରେ ଲୁଣ
  • ଆବଶ୍ୟକ ଅନୁଯାୟୀ ତେଲ

rotiପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ରୁଟିକ ଛୋଟ ଛୋଟ ଖଣ୍ଡ କରିଦିଅନ୍ତୁ।
  2. ଏବେ ଗ୍ୟାସ ଉପରେ ପ୍ୟାନ ବସାଇ ତେଲ ଗରମ କରନ୍ତୁ। ଏଥିରେ ଅଳ୍ପ ସୋରିଷ ପକାନ୍ତୁ।
  3. ଯେତେବେଳେ ସୋରିଷ ଫୁଟିବ ସେତେବେଳେ ଏଥିରେ କଞ୍ଚା ଲଙ୍କା ଏବଂ ପିଆଜ ପକାଇ ମଧ୍ୟମ ଆଞ୍ଚରେ ଫ୍ରାଏ କରନ୍ତୁ।
  4. ପିଆଜକୁ ସୁନେଲୀ ରଙ୍ଗ ହେବା ପଯ୍ୟର୍ନ୍ତ ଭାଜନ୍ତୁ। ଏହାପରେ ଏଥୁରେ ଟମାଟୋ, ଲଙ୍କା ଏବଂ ମଟର ପକାଇ ୩ ମିନିଟ୍‌ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ।
  5. ଏହାପରେ ପ୍ୟାନରେ ଧନିଆ, ଲାଲ ଲଙ୍କା ପାଉଡର ଏବଂ ବାଦାମ ପକାଇ ଗୋଟେ ମିନିଟ ଭାଜି ଦିଅନ୍ତୁ।
  6. ଏବେ ଛୋଟ ଖଣ୍ଡ କରି ରଖିଥିବା ରୁଟିକୁ ପକାଇ ମିକ୍ସ କରନ୍ତୁ। ଏହାକୁ ୨ ମିନିଟ ଫ୍ରାଏ କରିବା ପରେ ଗ୍ୟାସ ବନ୍ଦ କରଦିଅନ୍ତୁ।
  7. ନିଅନ୍ତୁ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଗରମା ଗରମ ରୁଟି ଉପମା। ଆଉ ସ୍ୱାଦ କେମିତି ଲାଗିଲା ଆମକୁ ନିଶ୍ଚୟ ଜଣାଇବେ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button