ବିଚାର

ସପ୍ତାହକୁ କେତେ ଥର ଏବଂ କେମିତି କରିବେ ବ୍ଲଡସୁଗାର ଟେଷ୍ଟ, ଜାଣନ୍ତୁ ଏହି ଜରୁରୀ କଥା

କରୋନା କାଳରେ ସମସ୍ତେ ନିଜର ସ୍ବାସ୍ଥ୍ଯକୁ ନେଇ ବହୁତ ସଚେତନ ହୋଇପଡିଛନ୍ତି। ନିଜର ଏବଂ ପରିବାର ସଦସ୍ଯକୁ ସୁସ୍ଥ ରଖିବା ଏବେ ପ୍ରାଥମିକତା ପାଲଟିଯାଇଛି। ଦୁର୍ବଳ ଇମ୍ଯୁନିଟି ସିଷ୍ଟମ ଅର୍ଥାତ୍ ଦୁର୍ବଳ ରୋଗ ପ୍ରତିରୋଧକ କ୍ଷମତା ରଖୁଥିବା ଲୋକ ନିଜ ଶରୀରର ଧ୍ୟାନ ଅଧିକ ରଖିବା ଉଚିତ। ଏମିତିରେ ଲୋକେ ନିଜର ଇମ୍ଯୁନ ସିଷ୍ଟମକୁ ମଜବୁତ କରିବାରେ ଧ୍ୟାନ ଦେଉଛନ୍ତି। ସେହିଭଳି ଯେଉଁ ଲୋକଙ୍କ ପୂର୍ବରୁ କୌଣସି ରୋଗ ଅଛି, ସେମାନଙ୍କୁ କରୋନା ସଂକ୍ରମଣ ହେବାର ବିପଦ ଅଧିକ ରହିଛି। ଡାଇବେଟିଜ୍ ରୋଗୀଙ୍କ ପାଇଁ ଏହି ରୋଗ ଅଧିକ ବିପଦପୂର୍ଣ୍ଣ। ତେଣୁ ସାବଧାନ ରହିବା ପାଇଁ ସମୟ ସମୟରେ ବ୍ଲଡ ସୁଗାର ଯାଞ୍ଚ କରିବା ଜରୁରୀ ଅଟେ। କିନ୍ତୁ ଆପଣ ଜାଣନ୍ତି କି, ସପ୍ତାହକୁ କେତେ ଥର ଆଉ କେମିତି କରିବେ ଡାଇବେଟିଜ ଯାଞ୍ଚ।

ହ୍ଦ ରୋଗ, ମୋଟାପଣ, ଉଚ୍ଚ ରକ୍ତଚାପ ଏବଂ ଡାଇବେଟିଜ୍ ରୋଗୀ କରୋନା କାଳରେ ବିଶେଷ ସାବଧାନତା ରଖିବା ଜରୁରୀ। ଖାସ୍ କରି ଡାଇବେଟିଜ ରୋଗୀ ପୌଷ୍ଟିକ ଖାଦ୍ଯପେୟ ଏବଂ ୱାର୍କଆଉଟ କରିବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି। ଯଦି ଆପଣ ଘରେ ବ୍ଲଡସୁଗାର ଯାଞ୍ଚ କରୁଛନ୍ତି ତେବେ ନିଶ୍ଚିତ ଭାବେ ଏହିସବୁର ଧ୍ୟାନ ରଖନ୍ତୁ।

glucose

ବ୍ଲଡସୁଗାର ଯାଞ୍ଚ ପାଇଁ ପ୍ରଥମେ ହାତକୁ ଭଲଭାବେ ସଫା କରିଦିଅନ୍ତୁ। ଡେଟଲ କିମ୍ବା ସାନିଟାଇଜର ମାରି ହାତ ଆଙ୍ଗୁଠିକୁ ଭଲଭାବେ ସଫା କରି ବ୍ଲଡ ସୁଗାର ଯାଞ୍ଚ କରନ୍ତୁ। ଏବେ ଗ୍ଲୁକୋଜ ମିଟରକୁ ଫିକ୍ସ କରନ୍ତୁ ଏବଂ ଯାଞ୍ଚ ଉପକରଣ ସାହାଯ୍ଯରେ ବ୍ଲଡ କାଢ଼ନ୍ତୁ। ବ୍ଲଡ୍‌କୁ ଗ୍ଲୁକୋମିଟରରେ ଲଗାଇ ବ୍ଲଡ ସୁଗାର ଲେବଲ ଯାଞ୍ଚ କରନ୍ତୁ।

ଡାଇବେଟିଜ ରୋଗୀଙ୍କ ମନରେ ପ୍ରଶ୍ନ ଆସୁଥାଇପାରେ, ସପ୍ତାହକୁ ଅତିକମ୍ ରେ କେତେ ଥର ବ୍ଲଡ ସୁଗାର ଲେବଲକୁ ଯାଞ୍ଚ କରିବା ଉଚିତ ? ତେବେ ଆପଣ ସପ୍ତାହକୁ ଅତିକମରେ ଦୁଇଥର ଯାଞ୍ଚ କରିପାରିବେ। ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଖାଦ୍ଯପେୟ ଉପରେ ବିଶେଷ ଧ୍ୟାନ ରଖିବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button