କେବଳ ଶୁଷ୍କ ତ୍ୱଚା ନୁହେଁ ଏହିସବୁ ସମସ୍ୟା ପାଇଁ ଲାଭାକରୀ ହୋଇଥାଏ ଭେସଲିନ୍, ଜାଣନ୍ତୁ କ’ଣ

ଶୁଷ୍କ ତ୍ୱଚା ସମସ୍ୟାରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଝିଅମାନେ ଶୀତ ଦିନେ ଭେସଲିନ୍ ବ୍ୟବହାର କରିଥାନ୍ତି। ଭେସଲିନ୍ କେବଳ ଶୁଷ୍କ ତ୍ୱଚା ନୁହେଁ ବରଂ ଥଣ୍ଡା ଦିନେ ଦେଖାଯାଉଥିବା ଅନ୍ୟାନ୍ୟ ସମସ୍ୟା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ଭେସଲିନ୍ ବ୍ୟବହାର କରି ଅନ୍ୟ କେଉଁ ସବୁ ସମସ୍ୟାରୁ ଛୁଟକାରା ମିଳିଥାଏ।
-ରାତିରେ ଓଠରେ ଭେସଲିନ୍ ମସାଜ୍ କରି ଛାଡି ଦିଅନ୍ତୁ। ସକାଳୁ ଉଠି ହାଲୁକା ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଓଠ ଶୁଷ୍କ ହୋଇନଥାଏ କି ଫାଠି ନଥାଏ।
– ଭେସଲିନ୍ ରେ ଖଦଡ ଲୁଣ ମିଶାଇ ମୁହଁ, ହାତ, ପାଦ ଏବଂ ବେକରେ ୧୦ ମିନିଟ୍ ପର୍ଯ୍ୟନ୍ତ ସ୍କ୍ରବ କରନ୍ତୁ। ଏହାପରେ ସଫା ପାଣିରେ ଧୋଇ ଦିଅନ୍ତୁ। ସପ୍ତାହରେ ୧ ରୁ ଥର ଏପରି କରନ୍ତୁ। ଏପରି କରିବା ଦ୍ୱାରା ତ୍ୱଚାରୁ ଡେଡ୍ ସ୍କିନ୍ ବାହାରି ଯିବା ସହ ତ୍ୱଚାରେ ଚମକ ଆସିଥାଏ।
-ଗୋଡ ଫାଟିଥିଲେ ଶୋଇବା ପୂର୍ବରୁ ଭେସଲିନ୍ ଲଗାଇ ମୋଜା ପିନ୍ଧି ଦିଅନ୍ତୁ। ସକାଳୁ ଉଠି ପାଦ ଧୋଇଦିଅନ୍ତୁ। ପ୍ରତ୍ୟେକ ଦିନ ଏପରି କରିବା ଦ୍ୱାରା ଆପଣ ନିଜେ ଫରକ୍ ଅନୁଭବ କରିପାରିବେ।
-ଭେସଲିନ୍ କୁ ଆପଣ ମୁହଁରେ ମାଲିସ କରି ମେକଅପ୍ ମଧ୍ୟ ଛଡାଇ ପାରିବେ।
-ସେହିଭଳି ଯଦି ଆଇବ୍ରୋକୁ ଘନ କରିବାକୁ ଚାହୁଁଛନ୍ତି ତେବେ ରାତିରେ ଶୋଇବା ବେଳେ ଆଇବ୍ରୋରେ ଭେସଲିନ୍ ଲଗାଇ ଶୁଅନ୍ତୁ। ପ୍ରତ୍ୟେକ ଦିନ ଏପରି କରିବା ଦ୍ୱାରା ଆଇବ୍ରୋ ଘନ ହୋଇଥାଏ।
-ନଖରେ ଭେସଲିନ୍ ମସାଜ୍ କରିବା ଦ୍ୱାରା ନଖର ଗ୍ରୋଥ୍ ବଢିବା ସହ ନଖ ମଜବୁତ୍ ହୋଇଥାଏ।
-ପ୍ରାୟତଃ ମହିଳାଙ୍କ କେଶ ଜନିତ ସମସ୍ୟା ଦେଖାଯାଇଥାଏ। ଯେପରି କେଶ ଝଡିବା କିମ୍ବା କେଶ ଦୁଇ ମୁହାଁ ହୋଇଯିବା। ଏହିକାରଣରୁ ଦୁଇ ମୁହାଁ କେଶ ସମସ୍ୟା ଥିଲେ ନିଶ୍ଚୟ ରୂପେ ଭେସଲିନ୍ ଲଗାନ୍ତୁ। ଏହି ଭେସଲିନ୍ କୁ ହାତରେ ଘଷି ଦୁଇ ମୁହାଁ କେଶରେ ଲଗାଇ ୩୦ ମିନିଟ୍ ରଖିବା ପରେ ଶାମ୍ପୂ କରିଦିଅନ୍ତୁ। ସପ୍ତାହରେ ୨ ରୁ ୩ ଥର ଏପରି କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।
-ସେହିଭଳି କେଶ କଲର୍ କରିବା ସମୟରେ ହେୟାର୍ ଲାଇନ୍ ରେ ଭେସଲିନ୍ ଲଗାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ତ୍ୱଚାରେ କଲର୍ ପଡିବ ନାହିଁ।



