ବିଚାର

ଆଖି ଡେଇଁଲେ କିଛି ନ ଥାଏ ଶୁଭ କିମ୍ବା ଅଶୁଭ, ଜାଣନ୍ତୁ ଏହାର ଅସଲି କାରଣ ଏବଂ ପ୍ରତିକାର

ଆଖି ଡେଇଁଲେ ଏହାକୁ ଶୁଭ କିମ୍ବା ଅଶୁଭ ମାନିବା କାହିଁ କେଉଁ କାଳରୁ ଆମ ସଂସ୍କୃତିରେ ଚାଲିଆସିଛି। କିନ୍ତୁ କ’ଣ ଆପଣ ଆଖି ଡେଇଁବାର କାରଣ ଏବଂ ଏହାର ପ୍ରତିକାର ବିଷୟରେ ଜାଣିଛନ୍ତି? ଅନେକ ଥର ଆମ ଆଖି ହଠାତ ଡେଇଁବାରେ ଲାଗିଥାଏ।

ଯଦିଓ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ, ତଥାପି ଆମେ ଆଖି ଡେଇଁବାକୁ ଶୁଭ, ଅଶୁଭ ସହିତ ଯୋଡ଼ି ଦେଇଥାଉ। କିନ୍ତୁ ସାଧାରଣତଃ ଆମ ଆଖିର ମାଂସପେଶୀଗୁଡ଼ିକ ସଙ୍କୁଚିତ ହୋଇଗଲେ ଆଖି ଡେଇଁଥାଏ। ଆସନ୍ତୁ ଜାଣିବା ଏହା ବିଷୟରେ।

gyy

୧. ଅନେକ କ୍ଷେତ୍ରରେ ନିଦ ପୂରା ନ ହେଲେ ଆଖି ଡେଇଁବାରେ ଲାଗିଥାଏ। ଥକାପଣ ଏବଂ ଚିନ୍ତା ଏହାର ମୁଖ୍ୟ କାରଣ ହୋଇଥାଏ।

୨. ଶରୀରରେ ଆଲକୋହଲର ମାତ୍ରା ଅଧିକ ହୋଇଗଲେ ମଧ୍ୟ ଆଖି ଡେଇଁବା ଦେଖାଯାଇଥାଏ।

gg

୩. କମ ଆଲୋକରେ ବସି କମ୍ପ୍ୟୁଟରରେ କାମ କଲେ ମଧ୍ୟ ଆଖି ଡେଇଁଥାଏ।

୪. ସବୁବେଳେ ନିଜର ନିଦ ପୂରା କରନ୍ତୁ। ଆଖିକୁ ଥଣ୍ଡା ପାଣିରେ ଧୁଅନ୍ତୁ। ପ୍ରତ୍ୟେକ ଦିନ ଆଖିକୁ ହାଲୁକା ଭାବେ ମସାଜ କରନ୍ତୁ। ଆଖିପତାକୁ ୩୦ ମିନିଟ ଯାଏ ଲଗାତାର ପକାନ୍ତୁ ଏବଂ ଖୋଲନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button