ବିଚାର

ମଇଦା, ସୁଜି ଏବଂ ବେସନରେ ଲାଗିଯାଉଛି କି ପୋକ, ତା’ହେଲେ ଆପଣାନ୍ତୁ ଏହି ଘରୋଇ ଉପାୟ

ମଇଦା, ସୁଜି ଏବଂ ବେସନରେ ପ୍ରସ୍ତୁତ ଡିସ୍ ସମସ୍ତଙ୍କୁ ଭଲ ଲାଗିଥାଏ। କିନ୍ତୁ ଅଧିକ ଦିନ ପଯ୍ୟର୍ନ୍ତ ଏହି ଜିନିଷକୁ ରଖି ହୋଇନଥାଏ। କାହିଁକି ନା ଏଥିରେ ପୋକ ଲାଗିଯାଏ। ଏହା ସମସ୍ତଙ୍କ ପାଇଁ ଗୋଟେ ବଡ଼ ସମସ୍ୟା ହୋଇଯାଏ। ଆପଣ ଦେଖିଥିବେ ଯେ ପ୍ୟାକେଟ ଖୋଲିବା କିଛି ଦିନ କିମ୍ବା ମାସ ପରେ ଏଥିରେ ଘୁଣ କିମ୍ବା ପୋକ ଲାଗିଯାଏ। ଏହି କାରଣରୁ ଏହିସବୁ ଜିନିଷକୁ କମ୍ ପରିମାଣରେ ରଖିବାକୁ ପଡିଥାଏ। ତେଣୁ ଆଜି ଆମେ ଆପଣଙ୍କ ପାଇଁ କିଛି କିଚେନ ଟିପ୍ସ ନେଇ ଆସିଛୁ, ଯାହାଦ୍ୱାରା ଆପଣ ଏହିସବୁ ଜିନିଷକୁ ଅଧିକ ଦିନ ଧରି ସାଇତି ରଖିପାରିବେ। ତାହେଲେ ଆସନ୍ତୁ ଜାଣିବା କ’ଣ ସେହି ଟିପ୍ସ।

– ଅଟାକୁ ସୁରକ୍ଷିତ ରଖିବା ପାଇଁ ଆପଣ ଅଟାରେ ନିମ ପତ୍ରକୁ ରଖିଦିଅନ୍ତୁ। ଏହାଦ୍ୱାରା ଅଟାରେ ପୋକ ଏବଂ ଘୁଣ ଲାଗିନଥାଏ। ଯଦି ଆପଣଙ୍କୁ ନିମ ପତ୍ର ମିଳୁନି, ତାହେଲେ ଏହା ବଦଳରେ ଆପଣ ତେଜ ପତ୍ର କିମ୍ବା ବଡ ଅଳେଇଚ ବି ବ୍ୟବହାର କରିପାରିବେ।

– ଦଲିଆ ଏବଂ ସୁଜିକୁ ପୋକ ଦାଉରୁ ରକ୍ଷା କରିବା ପାଇଁ ଆପଣ କଡ଼ାରେ ଏହାକୁ ସାମାନ୍ୟ ଭାଜି ଦିଅନ୍ତୁ। ଥଣ୍ଡା ହେବା ପରେ ଏଥିରେ ୮-୧୦ଟି ଅଳେଇଚ ପକାଇ ଏୟାର ଟାଇଟ କଣ୍ଟେନରରେ ରଖିଦିଅନ୍ତୁ। ଏହାଦ୍ୱାରା ପୋକ ସମସ୍ୟା ଦୂର ହୋଇଯିବ।

– ମଇଦା ଏବଂ ବେସନରେ ବହୁତ ଜଲଦି ପୋକ ଲାଗିଯାଏ। ଏହାକୁ ପୋକ ଦାଉରୁ ସୁରକ୍ଷିତ ରଖିବା ପାଇଁ ଆପଣ ବେସନ କିମ୍ବା ମଇଦା ଡବାରେ ଗୋଟେ ବଡ ଅଳେଇଚ ପକାଇ ଦିଅନ୍ତୁ। ଏହାଦ୍ୱାରା ଏଥିରେ ଲାଗୁଥିବା ପୋକରୁ ସାମଗ୍ରୀକୁ ରକ୍ଷା କରାଯାଇହେବ।

– ଚାଉଳକୁ ନରମ କିମ୍ବା ପୋକ ଏବଂ ଘୁଣରୁ ରକ୍ଷା କରିବାକୁ ହେଲେ ଆପଣ ପ୍ରାୟ ୧୦ କିଲୋ ଚାଉଳରେ ୫୦ ଗ୍ରାମ ପୋଦିନା ପତ୍ର ପକାଇ ଦିଅନ୍ତୁ। ଏହାଦ୍ୱାରା ଚାଉଳରେ ପୋକ ଲାଗିବନାହିଁ।

– ବଦଳୁଥିବା ପାଗ ପାଇଁ ଚଣା କିମ୍ବା ଡାଲିରେ ପୋକ ଲାଗିଯାଏ। ତେବେ ପୋକ ଦାଉରୁ ରକ୍ଷା କରିବା ପାଇଁ ଡାଲି ଏବଂ ଚଣାରେ ସୁଖିଲା ହଳଦି ଏବଂ ନିମ ପତ୍ର ପକାଇ ରଖିପାରିବେ। ଏହାଦ୍ୱାରା ଏଥିରେ ପୋକ ଲାଗିନଥାଏ।

– ଚିନି ଏବଂ ଲୁଣ ନା କେବଳ ବର୍ଷା ଦିନରେ ଖରାପ ହୋଇଥାଏ ବରଂ ମିଳେଇବି ଯାଇଥାଏ। ତେଣୁ ଏହି ସମସ୍ୟାରୁ ଆପଣଙ୍କୁ ସାମଗ୍ରୀ ଠାରୁ ରକ୍ଷା ପାଇବାକୁ ହେଲେ ଏହାକୁ କାଚ ଡବାରେ ରଖନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button