ଦେଶ ବିଦେଶ

ବିନା ଟିକେଟରେ ଟ୍ରେନରେ ଧରା ପଡିଲା ସ୍କୁଲ ଛାତ୍ରୀ, ପରେ ତା ସାଙ୍ଗରେ TTE କଲା ଏମିତି..

ଦିଲ୍ଲୀର ବାରାଣସୀରୁ ଯାଉଥିବା କାଶୀ ବିଶ୍ଵନାଥ ଏକ୍ସପ୍ରେସରେ ବର୍ତ୍ତମାନ କିଛି ଦିନ ତଳେ ହିଁ ଏମିତି ଏକ ଘଟଣା ହୋଇଛି ଯାହା ବହୁତ ଲଜ୍ୟାର ବିଷୟ ଅଟେ । କହିବାକୁ ଗଲେ, ଟିକେଟ ଚେକ କରୁଥିବା ଟିଟିଈ ଏକ ଛାତ୍ରୀକୁ ବିନା ଟିକେଟରେ ଯାତ୍ରା କରୁଥିବାର ଧରିଲେ ଏବଂ ଖରାପ ଉଦ୍ୟସରେ ଛାତ୍ରୀକୁ ଏସି କୋଚରେ ଜାଗା ଦେଲେ ଏବଂ ଟିଟିଈ ସେହି ଝିଅକୁ କହିଲେ କି ଯିଏ ବି ଆସିବ ତାହକୁ କହିବୁ କି ମୁଁ ଟିଟିଈ ରବି କୁମାର ମୀଣାଙ୍କର ଗର୍ଲଫ୍ରେଂଡ ଅଟେ । ଯୁବତୀଙ୍କ କହିବା ଅନୁସାରେ ଟିଟିଈ ତାକୁ କହିଲେ କି ଯଦି ସେ ତାହାର ଗର୍ଲଫ୍ରେଂଡ ହୋଇଯିବ ତେବ ସେ ତାକୁ ଜୀବନସାରା ଖୁସିରେ ରଖିବ ।

ଟିଟିଈର ଏହି ଭଳି କଥା ଶୁଣିଲା ପରେ ଛାତ୍ରୀଟି ରାଗି ଯାଇ ସେଠି ଥିବା ଜିଆରପିକୁ ଟିଟିଈର ଅଭିଯୋଗ କରିଦେଲେ । ଏହା ପରେ ଟିଟିଈକୁ ଗିରଫତାର କରାଗଲା ।

ଏହାର ସୂଚନା ଦେଇ ଜିଆରପିର ଏସଏସଆଇ ହରେନ୍ଦ୍ର କୁମାର କହିଲେ କି, ଛାତ୍ରୀ ଜଣକ ବିନା ଟିକେଟରେ ଟ୍ରେନରେ ବସି ଯାଇଥିଲା ଏବଂ ସେ ଟିଟିଈକୁ ସିଟ ପାଇଁ ସାହାର୍ଯ୍ୟ ମାଗିଲା । ଏସି କୋଚରେ ସିଟ ଦେବା ପରେ ତାହାର ଫାଇଦା ଉଠାଇବା ପାଇଁ ଚେଷ୍ଟା କରିଲେ । ଛାତ୍ରୀ ପାଖରେ ଜଣେ ମହିଳା ସାହସ କରି ଟ୍ରେନରେ ଛିଡା ହୋଇଥିବା ଜିଆରପିର ଏକ ସୈନିକଙ୍କୁ ଏହି ପୁରା ଘଟଣାଟିକୁ କହିଲେ ।

ଏହା ପରେ ଟିଟିଈକୁ ଗିରଫତାର କରାଗଲା କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଟିଟିଈ ଉପରେ ପୂର୍ବରୁ ବଳତ୍କାରର ଆରୋପ ଲାଗିଛି । ସେହି ବର୍ଷ ୨୦୧୬ରେ ବଳତ୍କାର ମାମଲାରେ ସେ ଜେଲ ମଧ୍ୟ ଯାଇଛନ୍ତି ତଥାପି ସେ ଟ୍ରେନରେ ଟିଟିଈ ଚାକିରି କରୁଛନ୍ତି ।

ଏହି ଘଟଣା ଗଜରୌଲା ଏବଂ କାକାଠେର ମଧ୍ୟରେ ହୋଇଥିଲା । ଛାତ୍ରୀ ଜଣକ ଅମରୋହର ରହୁଥିଲା । ରିପୋର୍ଟ ଅନୁସାରେ ଛାତ୍ରୀ ଜଣକ ଦିଲ୍ଲୀ ଯୂନିବର୍ସିଟୀରେ ବୀଏସୀ ଦ୍ୱିତୀୟ ବର୍ଷରେ ପଢୁଥିଲେ । ଛାତ୍ରୀଟି ବାରାଣାସୀରେ ରହୁଥିଲା ଏବଂ ଦିଲ୍ଲୀରୁ ନିଜ ଘରକୁ ଫେରୁଥିଲା । ଛାତ୍ରୀ ଜଣଙ୍କ କହିଲେ କି ସେ ଜଲ୍ଦି ଜଲ୍ଦିରେ ଟିକେଟ ନେବାକୁ ଭୁଲି ଯାଇଥିଲେ ଏବଂ ଏହା ପରେ ଏହି ଘଟଣାଟି ହୋଇଥିଲା । ପ୍ରଥମେ ବଳତ୍କାର ମାମଲାରେ ୧୬ ମାସ ଜେଲରେ ରହିଥିବା ଆରୋପିକୁ ଟିଟିଈ ପାଇଁ ପୁଣି ଥରେ କେମିତି ଚାକିରି ଦିଆଗଲା ଏହା ଏକ ବଡ ପ୍ରଶ୍ନ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button