ସାବଧାନ ! ଲଗାତର ମୁଣ୍ଡ ଏବଂ କାନ୍ଧରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? ତେବେ କରିପାରନ୍ତି ଏହି ଭୟଙ୍କର ରୋଗକୁ ସାମ୍ନା

ଲଗାତାର ମୁଣ୍ଡ ତଳକୁ କରି ସ୍ମାର୍ଟଫୋନ ବ୍ୟବହାର କରୁଥିବା ଲୋକଙ୍କ ମଧ୍ୟରେ ବେକ ଏବଂ କାନ୍ଧର ଯନ୍ତ୍ରଣା ଦେଖାଯାଇଥାଏ। ଏବେ ଏହି ଯନ୍ତ୍ରଣା ସାଧାରଣ ହୋଇଯିବା ସହ ପ୍ରାୟ ସମସ୍ତେ ଏହାକୁ ଅଣଦେଖା କରୁଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, ଯେଉଁ ଲୋକମାନେ ଅଧିକ ସମୟ ଟେକ୍ସଟ୍ ମେସେଜ୍ ଏବଂ ୱେବ୍ ବ୍ରାଉଜିଙ୍ଗ୍ କରନ୍ତି, ସେମାନଙ୍କ ପାଖରେ ବେକ ଏବଂ କାନ୍ଧର ଯନ୍ତ୍ରଣା ହେବା ଭଳି ସମସ୍ୟା ଦେଖା ଯାଇଥାଏ । ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଏଭଳି ସମସ୍ୟାକୁ ନୋମୋଫୋବିଆ କୁହାଯାଇଥାଏ।
ଯେଉଁ ଲୋକମାନେ ଫୋନର ବ୍ୟବହାର ଅଧିକ କରିଥାନ୍ତି,ସେମାନଙ୍କ ପାଖରେ ନୋମୋଫୋବିଆ ହେବାର ଆଶଙ୍କା ଅଧିକ ରହିଥାଏ । ନୋମୋଫୋବିଆ ହେଲେ ଲୋକମାନଙ୍କ ମନରେ ଫୋନ ହଜିଗଲେ ପାଗଳ ହେଲା ଭଳି ଭାବନା ଆସିଥାଏ । ଯେଉଁ ଲୋକଙ୍କୁ ଏହି ରୋଗ ହୋଇଥାଏ,ତାଙ୍କୁ ନୋମୋଫୋନ କୁହାଯାଏ । ଏହି ରୋଗ ହେଲେ ଲୋକମାନେ ଫୋନକୁ ଗୋଟେ ମିନିଟ୍ ପାଇଁ ବି ନିଜଠୁ ଦୂରେଇ ରଖି ପାରନ୍ତିନାହିଁ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଲଗାତାର ଫୋନକୁ ଦେଖିବା ଦ୍ୱାରା ନିଦ କମ ହୋଇଥାଏ । ଲଗାତାର ଫୋନର ବ୍ୟବହାର କରିବା ଦ୍ୱାରା କାନ୍ଧ ଏବଂ ମୁଣ୍ଡ ତଳକୁ ହୋଇ ରହିଥାଏ । ଯାହାଦ୍ୱାରା ଶରୀରରୁ ଗଭୀର ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଏହାର ପ୍ରଭାବ ସିଧାସଳଖ ଭାବରେ ଫୁସଫୁସ୍ ଉପରେ ପଡ଼ିଥାଏ ।
କାହା ଆଗରେ ମୂର୍ଖ ନ ଲାଗିବା ସହ ନିଜ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ କିଛି ଲୋକ ଫୋନରେ ବ୍ୟସ୍ତ ରହିବାର ନାଟକ କରିଥାନ୍ତି । କିନ୍ତୁ ଏଭଳି କରି ସେମାନେ ନିଜ ଆତ୍ମବିଶ୍ୱାସକୁ କମ କରିଥାନ୍ତି । ଏଥିପାଇଁ ଆପଣ ସୁସ୍ଥ ଜୀବନ ଚାହୁଁଥିଲେ ଆବଶ୍ୟକ ଅନୁଯାୟୀ ଫୋନ ବ୍ୟବହାର କରନ୍ତୁ।



