ନୀତି

ଭଗବାନ ଗଣେଶଙ୍କ ମୂର୍ତ୍ତି ସ୍ଥାପନା ପୂର୍ବରୁ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଭଗବାନ ଗଣେଶଙ୍କୁ ବିଘ୍ନହର୍ତା କୁହାଯାଇଥାଏ। ଯେଉଁ ଭକ୍ତ ଭଗବାନ ଗଜାନନଙ୍କୁ ମନରୁ ଭକ୍ତି କରିଥାନ୍ତି ଭଗବାନ ତାଙ୍କର ସମସ୍ତ ସମସ୍ୟା ଦୂର କରିଦେଇଥାନ୍ତି। ଭାଦ୍ରବ ମାସର ଚତୁର୍ଥୀ ଦିନ ଗଣେଶଙ୍କ ପୂଜା ପାଳନ କରାଯାଇଥାଏ। ଏହି ଦିନକୁ ସମସ୍ତ ଗଣେଶ ଭକ୍ତ ଅପେକ୍ଷା କରି ରହିଥାନ୍ତି। ଏହି ଦିନ ପ୍ରାୟତଃ ଲୋକମାନେ ନିଜ ନିଜ ଘରେ ଗଣେଶ ମୂର୍ତ୍ତି ସ୍ଥାପନା କରିଥାନ୍ତି। ଚଳିତ ବର୍ଶ ଗଣେଶ ପୂଜା ୨ ସେପ୍ଟେମ୍ବରରେ ପାଳନ କରାଯିବ। କିନ୍ତୁ ଆପଣମାନେ ଜାଣିଛନ୍ତି ଭଗବାନ ଗଣେଶଙ୍କ ମୂର୍ତ୍ତି ସ୍ଥାପନା କରିବା ପୂର୍ବରୁ କେଉଁ ସବୁ ଜିନିଷ ଉପରେ ଧ୍ୟାନ ଦେବା ଉଚିତ। ଯଦି ନା ତେବେ ଜାଣନ୍ତୁ କେଉଁ ସବୁ ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ।

-ଘରେ ଗଣେଶଙ୍କ ମୂର୍ତ୍ତି ଆଣିବା ପୂର୍ବରୁ ପ୍ରଥମେ କେଉଁ ଦିଗରେ ମୂର୍ତ୍ତି ସ୍ଥାପନା କରିବା ଉଚିତ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଘରେ ମଙ୍ଗଳ କାମନା ପାଇଁ ଲୋକମାନେ ଭଗବାନ ଗଜାନନଙ୍କ ମୂର୍ତ୍ତି ସ୍ଥାପନା କରିଥାନ୍ତି। ଏହି କାରଣରୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଉତ୍ତର-ପୁର୍ବ ଦିଗରେ ମୂର୍ତ୍ତି ସ୍ଥାପନା କରିବା ଶୁଭ ହୋଇଥାଏ।

ganes-ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ଘରକୁ ଆଣିବା ପୂର୍ବରୁ ଭଗବାନଙ୍କ ଶୁଣ୍ଢ ବାମ ହାତ ପଟକୁ ରହିଥିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ।

-ଏଥିସହ ଭଗବାନ ଗଣେଶଙ୍କ ଏକ ହସ୍ତରେ ମୋଦକ ଏବଂ ଅନ୍ୟ ଏକ ହସ୍ତରେ ଅଙ୍କୁଶ, ଦାନ୍ତ ରହିଥିବା ଉଚିତ। ଏହାବ୍ୟତୀତ ଅନ୍ୟଏକ ହସ୍ତ ବରଦାନ ମୁଦ୍ରାରେ ରହିଥିବା ଉଚିତ୍।

-ସନ୍ତାନ ସୁଖ ଚାହୁଁଥିବା ବ୍ୟକ୍ତିମାନେ ଘରେ ନିଶ୍ଚୟ ଗଣେଶଙ୍କ ପ୍ରତିମା ପୂଜା କରିବା ଉଚିତ। ଭଗବାନ ଗଜାନନଙ୍କୁ ନିୟମିତ ପୂଜା କରିବା ଦ୍ବାରା ଘରେ ସନ୍ତାନ ସୁଖ ପ୍ରାପ୍ତି ହୋବ ସହ ଘରର ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ।

-ନାଚିବା ଭଙ୍ଗିରେ ଥିବା ଗଣେଶଙ୍କ ପ୍ରତିମା ସ୍ଥାପନା କରିବା ଦ୍ବାରା ଘରେ ଆନନ୍ଦ, ଉତ୍ସାହ ଏବଂ ଉନ୍ନତି ହୋଇଥାଏ। ଏହି ପ୍ରକାର ମୂର୍ତ୍ତି ପୂଜା କରିବା ଦ୍ବାରା ବିଦ୍ୟାର୍ଥୀ ଏବଂ କଳାକାରମାନଙ୍କୁ ବିଶେଷ ଲାଭ ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button