ବିଚାର

ଏହି 6 ପାପକୁ ମହାଦେବ କେବେବି କରନ୍ତି ନାହିଁ କ୍ଷମା, ସୁଖୀ ଜୀବନ ଚାହୁଁଛନ୍ତି ତ ଭୁଲରେ ବି କରିବେ ନାହିଁ

ତ୍ରିଦେବଙ୍କ ମଧ୍ୟରେ ସବୁଠୁ ସର୍ବଶ୍ରେଷ୍ଠ ମହାଦେବ ହୋଇଥାନ୍ତି, ଯାହାଙ୍କର ପୂଜା ପୁରା ସୃଷ୍ଟି କରିଥାଏ । ଭଗବାନ ଶିବ ଯେତେବେଳ ପ୍ରସନ୍ନ ଥାନ୍ତି ତେବେ ସେ ଭୋଲେନାଥ ଅଟନ୍ତି କିନ୍ତୁ ଯଦି ସେ କ୍ରୋଧିତ ହୋଇ ଯାଆନ୍ତି ତେବେ ସଂସାରରେ ପ୍ରଳୟ ଆସିଯାଏ । ଶାସ୍ତ୍ରରେ କୁହାଯାଇଛି କି ଏମିତି କିଛି ପାପ ଅଛି ଯାହାକୁ ମହାଦେବ କେବେ ବି କ୍ଷମା କରନ୍ତି ନାହିଁ । ସେଥିପାଇଁ ଯଦି ଆପଣ ମହାଦେବଙ୍କର କ୍ରୋଧରୁ ବଞ୍ଚିତ ରହିବାକୁ ଚାହୁଁଛନ୍ତି ତେବେ ଏହି ସମସ୍ତ ପାପରୁ ଦୂରେଇ ରୁହନ୍ତୁ ।

ଏହି ସମସ୍ତ ପାପକୁ ମହାଦେବ କରନ୍ତି ନାହିଁ କ୍ଷମା

ଶିବ ପୁରାଣରେ କାର୍ଯ୍ୟ, କଥାବାର୍ତ୍ତା – ବ୍ୟବହାର ଓ ବୁଝି ସୁଝି କରାଯାଇଥିବା ପାପ ଗୁଡିକ ବିଷୟରେ କୁହାଯାଇଛି । ଯାହାକୁ ଭଗବାନ ଶିବ କେବେ ବି କ୍ଷମା କରନ୍ତି ନାହିଁ । ବର୍ତ୍ତମାନ ଚଲାନ୍ତୁ ଜାଣିବା ସେହି ପାପ ଗୁଡିକ ବିଷୟରେ ଯାହାକୁ ଭଗବାନ ଶିବ କେବେ ବି ପସନ୍ଦ କରନ୍ତି ନାହିଁ ।

୧. ଅନ୍ୟର ସ୍ଵାମୀ କିମ୍ବା ପତ୍ନୀ ଉପରେ କେବେ ବି ଖରାପ ନଜର ରଖିବା ଉଚିତ ନୁହେଁ । ତାହାକୁ ପାଇବାକୁ ଇଚ୍ଛା ରଖୁଥିବା ବ୍ୟକ୍ତି ସବୁଠୁ ବଡ ପାପୀ ହୋଇଥାଏ ।

୨. ଅନ୍ୟର ଟଙ୍କାକୁ ପାଇବା କିମ୍ବା ତାହାକୁ ନିଜର କରିବାର ଇଚ୍ଛା ରଖୁଥିବା ବ୍ୟକ୍ତିକୁ ବି ଭଗବାନ ଶିବଙ୍କର ନଜରରେ ଅକ୍ଷମ ଓ ଅପରାଧି ହୋଇଥାଏ । ଅନ୍ୟର ଟଙ୍କାକୁ ମାଟି ସମାନ ହିଁ ଭାବିବା ଉଚିତ ।

୩. କୌଣସି ବି ନିର୍ଦୋଷ କିମ୍ବା କମଜୋରକୁ କଷ୍ଟ ଦେବା, ତାହାର କ୍ଷତି କରିବା କିମ୍ବା ତାହାର ଟଙ୍କା ଲୁଟି ନେବା, ତାହାର କାମରେ ବାଧା ଦେବାର ଯୋଜନା କରିବା କିମ୍ବା ଏହିଭଳି ଚିନ୍ତାଧାରା ରଖୁଥିବା ବ୍ୟକ୍ତି ବି ଶିବଙ୍କ ନଜରରେ ତଳକୁ ଖସି ଯାଇଥାଏ ।

୪. ଭଲ ରାସ୍ତାକୁ ଭୁଲି ଯାଇ ଖରାପ ରାସ୍ତାକୁ ବାଛିବା ବି ପାପର ଭାଗୀଦାରୀ ହୋଇଥାଏ । ତାକୁ ବି କେବେ ବି ଭଗବାନ ଶିବ କ୍ଷମା କରନ୍ତି ନାହିଁ ।

୫. କୌଣସି ବି ସ୍ତ୍ରୀ ଉପରେ ଖରାପ ନଜର ରଖିବା ଉଚିତ ନୁହେଁ କାରଣ ଏହିଭଳି କରିବା ଦ୍ଵାରା ସେ କେବେ ବି ସାଂସାରିକ ଜୀବନ ଭୋଗ କରି ପାରି ନ ଥାଏ ।

୬. ମାତା – ପିତାକୁ କ୍ଷତି ପହଞ୍ଚାଉଥିବା କିମ୍ବା ତାଙ୍କୁ କଷ୍ଟ ଦେଉଥିବା ବ୍ୟକ୍ତି ବି ଭଗବାନ ଶିବଙ୍କ ନଜରରେ କ୍ଷମାର ଉପଯୋଗ ହୋଇ ନ ଥାଏ । ଏହିଭଳି କରିବା ଇଶ୍ଵରଙ୍କୁ ଦୁଖ କରିବା ସଙ୍ଗେ ସମାନ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button