Truck overturns: ବଡ଼ ଘାଟିରେ ଭୟଙ୍କର ଦୁର୍ଘଟଣା, ୩୦ ଫୁଟ ତଳକୁ ଓଲଟିଲା ଟ୍ରକ୍

ବଡ଼ ଘାଟିରେ ବଡ଼ ଦୁର୍ଘଟଣା । ୩୦ ଫୁଟ ତଳକୁ ଓଲଟିଲା ଟ୍ରକ୍ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ବଡ଼ ଘାଟି ନିକଟରେ ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା ହୋଇଛି । ବ୍ରେକ୍ ଫେଲ୍ ହେବାରୁ ୧୬ ନମ୍ବର ଜାତୀୟ ରାଜପଥରୁ ପ୍ରାୟ ୩୦ ଫୁଟ୍ ତଳକୁ ଖସି ଓଲଟି ପଡ଼ିଲା କାଜୁ ଚୋପା ବୋଝେଇ କଣ୍ଟେନର୍ । ବିଳମ୍ବିତ ରାତିରେ ବଡ଼ ଘାଟି ନିକଟରେ ଘଟିଛି ଏହି ଦୁର୍ଘଟଣା । କାଜୁ ଚୋପା ବୋଝେଇ କଣ୍ଟେନର୍ ଟି ଗୋପାଳପୁରରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା । ତେବେ ବଡ଼ ଘାଟି ଉପରେ ହଠାତ୍ ବ୍ରେକ୍ ଫେଲ୍ ହେବାରୁ ଚାଳକ ଗାଡ଼ିକୁ ନିୟନ୍ତ୍ରଣ କରିନପାରି ଭାରସାମ୍ୟ ହରାଇଥିଲେ । ଫଳରେ କଣ୍ଟେନର୍ ଟି ବ୍ୟାରିକେଟକୁ ଧକ୍କା ଦେଇ ରାଜପଥରୁ ପ୍ରାୟ ୩୦ ଫୁଟ୍ ତଳକୁ ଖସି ଓଲଟି ପଡ଼ିଥିଲା । ଦୁର୍ଘଟଣାରେ କଣ୍ଟେନର୍ ଡ୍ରାଇଭର ଫିରୋଜ ଖାନ ସାମାନ୍ୟ ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରକୃତରେ ବ୍ରେକ୍ ଫେଲ୍ ଯୋଗୁଁ ଦୁର୍ଘଟଣା ଘଟିଛି ନା ଅନ୍ୟ କୌଣସି କାରଣ ରହିଛି, ତଦନ୍ତ ପରେ ହିଁ ସ୍ପଷ୍ଟ ହେବ

