ଓଡିଶା

Pilgrim Bus Accident: ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୬୦ଯାତ୍ରୀ

ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୬୦ଯାତ୍ରୀ । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଇଲେକ୍ଟ୍ରି ଅଫିସ ନିକଟରେ ଦୁର୍ଘଟଣା। ସୂଚନା ଅନୁଯାୟୀ କୋଲକାତା ହୁଗୁଳି ଚଣ୍ଡୀକଳାରୁ ୬୦ଜଣ ଯାତ୍ରୀଙ୍କ ନେଇ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା ହୋଇଛି । ଓଡ଼ିଶୀ ନାମକ ତୀର୍ଥ ଯାତ୍ରୀ ବସ ଯାଉଥିବା ବେଳେ ଇଲେକ୍ଟ୍ରି ଅଫିସ ନିକଟସ୍ଥ ଡାଇ ଭର୍ଶନରେ ବସ ବନ୍ଦ ହୋଇଯାଇଥିଲା।

ବସଟିକୁ ଠେଲି ଠେଲି ଷ୍ଟାର୍ଟ କରୁଥିବା ସମୟରେ ପଛରୁ ଆସୁଥିବା ଏକ ଟ୍ରକଟି ଛିଡ଼ା ହୋଇଥିବା ତୀର୍ଥ ଯାତ୍ରୀ ବସକୁ ସାଇଡ୍ ମାରିଥିଲା। ଘଟଣା ସ୍ଥଳରୁ ଟ୍ୟାଙ୍କରଟି ପଳାଇ ଯାଇଥିବା ବେଳେ ଟ୍ରକର ସାମ୍ନା ପଟ ଭାଙ୍ଗି ଚୁରମାର ହୋଇଯାଇଥିଲା ବେଳେ ଟ୍ରକର ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଛନ୍ତି। ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଖବର ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button