ଦେଶ ବିଦେଶ

ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ଜିନପିଙ୍ଗଙ୍କ ଆହ୍ବାନ

ବେଜିଂ: ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ କହିଛନ୍ତି କି, ଚୀନର ରାଷ୍ଟ୍ରୀୟ ସୁରକ୍ଷା ଅସ୍ଥିର ହେଉଛି। ତେଣୁ ସେ ପିଏଲଏକୁ ନିଜ ସମସ୍ତ ଶକ୍ତି ନିଜ କ୍ଷମତା ବଢାଇବାରେ ଓ ଯୁଦ୍ଧ ଲଢିବାରେ ତଥା ଜିତିବା ପାଇଁ ପ୍ରସ୍ତୁତ ରହିବାରେ ଲାଗି ରହିବା ଆବଶ୍ୟକ। ନିକଟରେ ତୃତୀୟ ଥର ପାଇ ଜିନପିଙ୍ଗ ଚୀନର ରାଷ୍ଟ୍ରପତି ଭାର ଗ୍ରହଣ କରିଥିଲେ।

ବୁଧବାରଦିନ ଚୀନ ସାମରିକ ବାହିନୀର ସର୍ବୋଚ୍ଚ ସଂସ୍ଥା ସେଣ୍ଟ୍ରାଲ ମିଲିଟାରି କମିସନର ମୁଖ୍ୟ ହୋଇଛନ୍ତି । ଏହି ଦାୟିତ୍ବ ଗ୍ରହଣ ଅବସରରେ ସେ ଚୀନ ସେନାର ଅପରେସନ କମାଣ୍ଡ ସେଣ୍ଟର ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ ସେ ଚୀନ ସେନାକୁ ସମ୍ବୋଧନ କରି କହିଥିଲେ ଯେ ପୃଥିବୀରେ ଏବେ ବିରାଟ ପରିବର୍ତ୍ତନ ଆସୁଛି ହେବାକୁ ଯାଉଛି । ଏପରି ପରିବର୍ତ୍ତନ ଶତାବ୍ବୀରେ ଥରେ ହୋଇଥାଏ ।

ଚୀନର ରାଷ୍ଟ୍ରୀୟ ସୁରକ୍ଷା ଅସ୍ଥିରତା ଓ ଅନିଶ୍ଚିତତାର ସମ୍ମୁଖୀନ ହେଉଛି । ଏହା ଫଳରେ ଚୀନ ସାମରିକ ବାହିନୀ ଆଗରେ ବଡ଼ ଆହ୍ବାନ ଠିଆହୋଇଛି । ଏଣୁ ଚୀନ ସେନା ନିଜକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରଖିବାକୁ ସବୁ ଶକ୍ତି ଖଟାଇଦେବା ଉଚିତ ଓ ଯୁଦ୍ଧ ଲଢିବା ସହିତ ଯୁଦ୍ଧ ଜିତିବାକୁ  ଓ ନିଜର ମିସନ ବା ଲକ୍ଷ୍ୟ ହାସଲ କରିବାକୁ ପ୍ରସ୍ତୁତ ରହିବା ଉଚିତ । ଏହା ସହିତ ଚୀନର ଅଖଣ୍ଡତା, ନିରାପତ୍ତାକୁ ସୁରକ୍ଷିତ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button