ଓଡିଶା
Jalaka River Floods: ଚାରିଆଡ଼େ ପାଣି ଆଉ ପାଣି, ଜଳକା ବନ୍ୟାରେ ଜଳବନ୍ଦୀ ଶତାଧିକ ଗାଁ

ଉଛୁଳୁଛି ଜଳକା । ଚାରିଆଡ଼େ କେବଳ ପାଣି ଆଉ ପାଣି। ବାଲେଶ୍ବର ଜିଲ୍ଲାରେ ଜଳକା ନଦୀ ବିପଦ ସଙ୍କେତ ଟପିଛି। ସତର୍କ ସଙ୍କେତ ୬ ମିଟର ରହିଥିବା ବେଳେ ବିପଦ ସଙ୍କେତ ରହିଛି ୬.୫୦। ସକାଳା ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୯୮ ମିଟରରେ ପ୍ରବାହିତ ହେଉଛି। ଫଳରେ ବସ୍ତା ବ୍ଲକର ୧୮ଟି ପଞ୍ଚାୟତର ଶତାଧିକ ଗାଁ ଜଳବନ୍ଦୀ ହୋଇଯାଇଛି। କିଛି ଲୋକଙ୍କ ଘରେ ପାଣି ପଶିଥିବାବେଳେ ମାଟି ଘରର କାନ୍ଥ ଭୁଷୁଡ଼ି ଯାଇଛି। ଅନେକ ସ୍ଥାନରେ ରାସ୍ତା ଉପରେ ୫ ଫୁଟର ବନ୍ୟାପାଣି ପ୍ରବାହିତ ହେଉଛି। ଫଳରେ ବିଛିନ୍ନ ହୋଇଯାଇଛି ଯୋଗାଯୋଗ। ଧାନ, ଚାଉଳ ଓ ଘରର ଆସବାବପତ୍ର ପାଣିରେ ବୁଡ଼ି ନଷ୍ଟ ହୋଇଯାଇଛି। ସେହିପରି ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ , ଧାମନଗର ଓ ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିଛି । ବୈତରଣୀର ବନ୍ୟାଜଳ ଗେଙ୍ଗୁଟି ନଦୀ ଦେଇ ବିଭିନ୍ନ ଗାଁକୁ ମାଡ଼ିଚାଲିଛି ।

