ଓଡିଶା

Sports Teacher Kill: ପତାକା ଉତ୍ତୋଳନ ପୂର୍ବରୁ ଅଘଟଣ, ବିଦ୍ୟୁତ ଆଘାତରେ କ୍ରୀଡ଼ା ଶିକ୍ଷକ ମୃତ

ପତାକା ଟାଙ୍ଗିବା ବେଳେ ବିଦ୍ୟୁତ ଆଘାତ। କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ। ୩ ଛାତ୍ର ଗୁରୁତର। ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ମଇତାପୁର ଅଞ୍ଚଳର ଏକ ସ୍କୁଲରେ ଅଘଟଣ ଘଟିଛି। ମୃତ ଶିକ୍ଷକ ହେଲେ ଜଳେଶ୍ବର ଅଞ୍ଚଳର ପ୍ରିୟବ୍ରତ ବେହେରା। ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍ ପୋତିବା ବେଳେ ଉପରେ ଯାଇଥିବା ବିଦ୍ୟୁତ ତାର ଲାଗିଥିଲା। ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ୩ ଗୁରୁତର ଛାତ୍ରଙ୍କୁ ସିମୁଳିଆ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମଇତାପୁର ଅଞ୍ଚଳର ଏକ ସ୍କୁଲରେ ପତାକା ଟାଙ୍ଗିବା ବେଳେ ଘଟିଛି ଅଘଟଣ। ବିଦ୍ୟୁତ ଆଘାତରେ ଜଣେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ଏହି ଘଟଣାକୁ ନେଇ ସ୍କୁଲ ପରିସରରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ, ସ୍ୱାଧୀନତା ଦିବସ ଅବସରରେ ସ୍କୁଲରେ ପତାକା ଉତ୍ତୋଳନ ପାଇଁ ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ ପତାକା ଲଗାଇବା ପାଇଁ ଲୁହା ପାଇପ୍ ପୋତାଯାଉଥିଲା। ତେବେ ଉପର ଦେଇ ଯାଇଥିବା ବିଦ୍ୟୁତ ତାର ସହ ପାଇପ୍‌ଟି ସଂସ୍ପର୍ଶରେ ଆସିଥିଲା। ଫଳରେ ହଠାତ୍‌ ବିଦ୍ୟୁତ ଆଘାତ ଲାଗି ଶିକ୍ଷକଙ୍କ ସମେତ ୩ ଜଣ ଛାତ୍ର ଗୁରୁତର ହୋଇଥିଲେ। ମୃତ ଶିକ୍ଷକଙ୍କ ନାଁ ପ୍ରିୟବ୍ରତ ବେହେରା। ସେ ଜଳେଶ୍ୱର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲକୁ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ପ୍ରିୟବ୍ରତଙ୍କ ମୃତ୍ୟୁ ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button