ଦେଶ ବିଦେଶ

Pregnant Woman Death: ଯୁବତୀ ମୃତ୍ୟୁ ମାମଲାରେ ଦୁଇ ପ୍ରେମିକ ହେପାଜତରେ, DNA ଟେଷ୍ଟ କରିବ ପୋଲିସ

କାନପୁରରେ ୨୫ ବର୍ଷୀୟା ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ଆସିଛି ନୂଆ ମୋଡ଼। ପୋଷ୍ଟମର୍ଟମ ରିପୋର୍ଟରୁ ଯୁବତୀ ଜଣକ ପ୍ରାୟ ୬ ମାସର ଗର୍ଭବତୀ ଥିବା ଜଣାପଡ଼ିଛି । ତେବେ ତାଙ୍କ ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ମୃତ୍ୟୁର କାରଣ ଜାଣିବା ପାଇଁ ପୁଲିସ ଚାରିଆଡେ ନଜର ରଖିଛି।

ଯୁବତୀଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁଲିସ ଦୁଇ ଜଣଙ୍କ ବିରୋଧରେ ମାମଲା କରିଛି । ଏମାନଙ୍କ ମଧ୍ୟରୁ ଜଣେ ଯୁବତୀଙ୍କ ନିଜ ଗାଁର ଗୋଲୁ ପାଣ୍ଡେ ଏବଂ ଅନ୍ୟଜଣେ ଅନ୍ୟ ଗାଁର ପ୍ରାଞ୍ଜଳ । ପୁଲିସ କହିଛି, ଉଭୟଙ୍କ ସହ ଯୁବତୀଙ୍କ ପ୍ରେମ ସମ୍ପର୍କ ଥିଲା । ଉଭୟଙ୍କୁ ହେପାଜତରେ ନେଇ ପଚରାଉଚରା କରାଯାଉଛି । ଏବେ ତଦନ୍ତର ମୁଖ୍ୟ ପ୍ରଶ୍ନ ହେଉଛି, ଯୁବତୀଙ୍କ ଗର୍ଭରେ ଥିବା ଶିଶୁର ବାପା କିଏ? ଏହା ଜାଣିବା ପାଇଁ ଶିଶୁର DNA ପରୀକ୍ଷା କରାଯିବ। ପରେ ଏହାକୁ ଉଭୟ ଅଭିଯୁକ୍ତଙ୍କ DNA ସହ ମେଳ କରାଯିବ। ରିପୋର୍ଟ ଆସିବା ପରେ ଶିଶୁର ପିତା କିଏ, ତାହା ସ୍ପଷ୍ଟ ହେବ।

ପରିବାର ଲୋକଙ୍କ କହିବା ଅନୁସାରେ, ଗର୍ଭବତୀ ହେବା ପରେ ଯୁବତୀ ଚିନ୍ତାରେ ଥିଲେ । ସେ ଉଭୟଙ୍କୁ ତାଙ୍କର ଦାୟିତ୍ୱ ନେବାକୁ କହୁଥିଲେ । ଏପରିକି ଦୁଇଜଣଙ୍କ ମଧ୍ୟରୁ ଯେକୌଣସି ଜଣେ ତାଙ୍କୁ ବିବାହ କରିବା ସହ ଶିଶୁର ଦାୟିତ୍ୱ ନେବାକୁ ସେ କହିଥିବା ଜଣାପଡ଼ିଛି। ଅନ୍ୟପଟେ, ଗର୍ଭାବସ୍ଥା ବଢ଼ିବା ସହ ଯୁବତୀଙ୍କ ପାଇଁ ଗାଁରେ ରହିବା କଷ୍ଟକର ହୋଇପଡ଼ିଥିଲା । ପ୍ରାୟ ୩ ଦିନ ତଳେ ସେ ଘରୁ ନିଖୋଜ ହୋଇଯାଇଥିଲେ । ଏହାର ପରଦିନ ସକାଳେ ଏକ ଆମ୍ବ ବଗିଚାରୁ ତାଙ୍କ ମୃତଦେହ ମିଳିଥିଲା।

ମୃତଦେହ ମିଳିବା ପରେ ଯୁବତୀଙ୍କ ବାପା ଉଭୟ ଗୋଲୁ ପାଣ୍ଡେ ଏବଂ ପ୍ରାଞ୍ଜଳଙ୍କ ଉପରେ ସନ୍ଦେହ କରି ପୁଲିସରେ ଅଭିଯୋଗ କରିଥିଲେ। ତେବେ ପୋଷ୍ଟମର୍ଟମରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାରୁ ବିସରା ପରୀକ୍ଷା କରାଯିବ। ଏହାସହ ପୁଲିସ ପ୍ରାଣହାରିବା କିମ୍ବା ମୃତ୍ୟୁ ପାଇଁ କାହାରି ପ୍ରରୋଚନା ଥିଲା କି ନାହିଁ, ସେ ଦିଗରୁ ମଧ୍ୟ ତଦନ୍ତ କରୁଛି । ଏବେ DNA ରିପୋର୍ଟ ଉପରେ ପୁଲିସର ନଜର। ଏହି ରିପୋର୍ଟ ସହ ଅଭିଯୁକ୍ତଙ୍କ ପଚରାଉଚରା ଏବଂ ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରି ଯୁବତୀଙ୍କ ମୃତ୍ୟୁର ପୂରା ରହସ୍ୟ ଖୋଲିବାକୁ ପୁଲିସ ତଦନ୍ତ ଜାରି ରଖିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button