Baliguda Clash: ସ୍ୱାଧୀନତା ଦିବସ ପାଳନରେ ବିବାଦ, ବିଡିଓଙ୍କ ସହ ମୁହାଁମୁହିଁ ବ୍ଲକ ଅଧ୍ୟକ୍ଷା
: କନ୍ଧମାଳ ଜିଲ୍ଲା କୋଟଗଡ଼ ରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ବେଳେ ଜନ ପ୍ରତିନିଧି ଙ୍କୁ ଅସମ୍ନାନ ନେଇ ହଂଗାମା । ଜନ ପ୍ରତିନିଧି ଙ୍କୁ ଅସମ୍ନାନ ନେଇ ରାଗିଯାଇ ମଞ୍ଚ ଉପରେ ଚଢି ବିଡ଼ିଓ ସହ ମୁହାଁମୁହିଁ ପରେ ମଞ୍ଚ ଉପରେ ଥିବା ପଡିୟମ କୁ ତଳକୁ ଫିଙ୍ଗିଲେ ବ୍ଲକ ଅଧକ୍ଷ୍ୟା। ଜାତୀୟ ପତାକା ଉତ୍ତୋଳନ କରିବାକୁ ନେଇ କୋଟଗଡ଼ ବ୍ଲକ ଅଧକ୍ଷ୍ୟା ପିଙ୍କି କଂହର,ଜିଲ୍ଲା ପରିଷଦ ସଭ୍ୟ ଜିରୀମୟ ସୁନାମାଝି ଓ ବିଡ଼ିଓ ଚିନ୍ମୟ ମହାନନ୍ଦ ମୁହାଁମୁହିଁ । ଜନ ପ୍ରତିନିଧି ଙ୍କୁ ଅପେକ୍ଷା ନ କରି କୋଟଗଡ଼ ବିଡ଼ିଓ ଚିନ୍ମୟ ମହାନନ୍ଦ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ଏପରିକି ମଞ୍ଚ ଉପରେ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ ମଧ୍ୟ ବ୍ଲକ ଅଧକ୍ଷ୍ୟା ପିଙ୍କି କଂହର ଓ ଜିଲ୍ଲା ପରିଷଦ ସଭ୍ୟ ଜିରୀମୟ ସୁନାମାଝି ଙ୍କୁ ମଞ୍ଚ ଉପରକୁ ବସିବାକୁ ଦିଆଯାଇନଥିଲା । ଏପରକି ବ୍ଲକ ଅଧକ୍ଷ୍ୟା ଓ ଜିଲ୍ଲା ପରିଷଦ ସଭ୍ୟ ଙ୍କୁ ତଳେ ବସିବାକୁ ଦିଆ ଯାଇଥିଲା । ଯାହାକୁ ନେଇ ଜନ ପ୍ରତିନିଧି ଙ୍କୁ ଅପମାନିତ ମନେ କରି ବ୍ଲକ ଅଧକ୍ଷ୍ୟା ଓ ଜିଲ୍ଲା ପରିଷଦ ସଭ୍ୟ ସିଧା ସଳଖ ମଞ୍ଚ ଉପରକୁ ଯାଇ ବିଡ଼ିଓ ଙ୍କ ସହ ଯୁକ୍ତି ତର୍କ ପରେ ମଞ୍ଚ ରେ ଥିବା ପଡିୟମ କୁ ଫିଙ୍ଗି ଦେଇଥିଲେ ବ୍ଲକ ଅଧକ୍ଷ୍ୟା ପିଙ୍କି କଂହର। କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ରୁ ସାମ୍ନା କୁ ଆସିଛି ସ୍ୱାଧୀନତା ଦିବସ ପାଳନ ସମୟରେ ଏପରି କିଛି ଦୃଶ୍ୟ ।
କୋଟଗଡ଼ ହାଇସ୍କୁଲ ପଡିଆ ରେ 80 ତମ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ସମୟରେ ଜନ ପ୍ରତିନିଧି ଙ୍କୁ ଅସମ୍ନାନ ନେଇ ହଂଗାମା ଦେଖା ଦେଇଥିଲା । କୋଟଗଡ଼ ଆଇଆଇସି ବୁଝା ସୁଝା କରିବା ପରେ ଶାନ୍ତ ପଡ଼ିଥିଲେ ଜନ ପ୍ରତିନିଧି । ଯୋଉଠି ସମ୍ନାନ ନାହିଁ ସେଠି ଉପସ୍ଥିତ ବି ଜରୁରୀ ନାହିଁ କହି ସେଠାରୁ ଚାଲି ଯାଇଥିଲେ ବ୍ଲକ ଅଧକ୍ଷ୍ୟା ଓ ଜିଲ୍ଲା ପରିଷଦ ସଭ୍ୟ ।

