Nag Panchami: ନାଗ ପଞ୍ଚମୀରେ କରନ୍ତୁ ନାହିଁ ଏହି ୫ଟି ଭୁଲ୍, ନଚେତ୍ ଭଗବାନ ହୋଇପାରନ୍ତି କ୍ରୋଧିତ

ଶ୍ରାବଣ ମାସ ମଧ୍ୟ ଏକ ପବିତ୍ର ମାସ ଅଟେ । ସେହି ମଧ୍ୟରେ ନାମପଞ୍ଚମୀର ମହତ୍ତ୍ବ ଖୁବ୍ ଅଧିକ ରହିଛି । ଯାହାକୁ ଅଗଷ୍ଟ ୧୭ ତାରିଖ ଦିନ ପାଳନ କରାଯିବ । ଏହି ଦିନରେ ସର୍ପ ଦେବତା ଏବଂ ଭଗବାନ ଶିବଙ୍କୁ ପୂଜା କରାଯାଏ । ଏହି ପୂଜା କରିବା ଦ୍ବାରା ଭଗବାନ ଶିବ ପ୍ରସନ୍ନ ହୋଇଥାଆନ୍ତି । ତେଣୁ ଏହି ସମୟରେ କିଛି ନିୟମ ପାଳନ କରିବା ଉଚିତ୍ । କିନ୍ତୁ କିଛି ଏମିତି ଭୁଲ ରହିଛି ଯାହା କରିବା ଦ୍ବାରା ଭଗବାନ କ୍ରୋଧିତ ହୋଇପାରନ୍ତି । ଫଳରେ ଅନେକ ସମସ୍ୟା ସୃଷ୍ଟି କରିପାରେ । ତେବେ ଆସନ୍ତୁ କେଉଁ ୫ଟି ଭୁଲ୍ କରିବାଠାରୁ ଦୂରେଇ ରହିବା ସେ ସମ୍ପର୍କରେ ଜାଣିବା ।
ଭୂମି ଖୋଳନ୍ତୁ ନାହିଁ : ସାପମାନେ ଭୂମିରେ କିମ୍ବା ଗାତରେ ରହିଥାଆନ୍ତି । ତେଣୁ ନାଗ ପଞ୍ଚମୀରେ ଭୂମି ଆଦୌ ଖୋଳନ୍ତୁ ନାହିଁ । ଏହି ଦିନ ଚାଷ କରିବା, ମାଟି ଖୋଳିବାକୁ ଅଶୁଭ ବୋଲି ବିବେଚନା କରାଯାଏ ।
ଲୁହା ଜିନିଷ ବ୍ୟବହାର କରନ୍ତୁ ନାହିଁ : ଧାର୍ମିକ ବିଶ୍ବାସ ଅନୁସାରେ ନାଗ ପଞ୍ଚମୀରେ ଲୁହା ଜିନିଷ ବ୍ୟବହାର କରନ୍ତୁ ନାହିଁ । ଚୁଲିରେ ତାୱାକୁ ମଧ୍ୟ ବ୍ୟବହାର କରନ୍ତୁ ନାହିଁ । ଏପରି କରିବା ଦ୍ବାରା ସର୍ପ ଦେବ କ୍ରୋଧିତ ହୋଇପାରନ୍ତି । ଲୁହା ବଦଳରେ ଅନ୍ୟ କୌଣସି ପାତ୍ରର ବ୍ୟବହାର କରିପାରିବେ ।
ଛୁଞ୍ଚି କିମ୍ବା ଧାରୁଆ ଅସ୍ତ୍ର ବ୍ୟବହାର କରନ୍ତୁ ନାହିଁ: ଏହି ଦିନରେ ସିଲେଇ କିମ୍ବା ବୁଣାବୁଣି କାମ କରନ୍ତୁ ନାହିଁ । ଛୁରି, କଇଁଚି କିମ୍ବା ଛୁଞ୍ଚି ଭଳି ଧାରୁଆ ଜିନିଷ ବ୍ୟବହାର କରିବା ମଧ୍ୟ ଅଶୁଭ ବୋଲି ବିବେଚନା କରାଯାଏ । ଏପରି କରିବା ଦ୍ୱାରା ଜୀବନରେ ବାଧା ଏବଂ ସମସ୍ୟା ବଢ଼ିପାରେ ବୋଲି ବିଶ୍ୱାସ କରାଯାଏ ।
ସାପଙ୍କୁ କ୍ଷତି ପହଞ୍ଚାନ୍ତୁ ନାହିଁ : ଏହି ଦିନ ଭୁଲରେ ମଧ୍ୟ ସାପକୁ ହଇରାଣ କରନ୍ତୁ ନାହିଁ କିମ୍ବା କ୍ଷତି ପହଞ୍ଚାନ୍ତୁ ନାହିଁ। ଯଦି ଆପଣ ସାପକୁ ଦେଖନ୍ତି, ତେବେ ତାକୁ ପିଛା କରିବା କିମ୍ବା ମାରିବା ପରିବର୍ତ୍ତେ ଦୂରରୁ ହାତ ଯୋଡି ନିଅନ୍ତୁ। ଯେକୌଣସି ନିରୀହ ପ୍ରାଣୀଙ୍କୁ ହଇରାଣ କରିବା ପାପ ବୋଲି ବିବେଚନା କରାଯାଏ ।
ନିଶାଦ୍ରବ୍ୟ ଏବଂ ତାମସିକ ଖାଦ୍ୟ ପରିହାର କରନ୍ତୁ: ନାଗ ପଞ୍ଚମୀରେ ସରଳ ଜୀବନ ଯାପନ ଅତିବାହିତ କରିବା ଉଚିତ୍ । ଏହି ଦିନ ମାଂସ, ମଦ୍ୟପାନ, ପିଆଜ କିମ୍ବା ରସୁଣ ପରିହାର କରନ୍ତୁ। ଘରେ ଶାନ୍ତି ଏବଂ ସୁଖ ବଜାୟ ରଖିବା ପାଇଁ ଏହି ଦିନ କେବଳ ଶୁଦ୍ଧ ଏବଂ ସାତ୍ତ୍ୱିକ ଖାଦ୍ୟ ଖାଇବା ଉଚିତ ।



