ଜୀବନଶୈଳୀ

Nag Panchami 2026: ନାଗ ପଞ୍ଚମୀରେ ପଡୁଛି ଦୁର୍ଲଭ ସଂଯୋଗ, ୩ଟି ରାଶିର ଚମକିବ ଭାଗ୍ୟ

ଆସନ୍ତା ୧୭ ଅଗଷ୍ଟ ସୋମବାର ପଡୁଛି ନାଗ ପଞ୍ଚମୀ ପର୍ବ । ଏଥରର ନାଗ ପଞ୍ଚମୀର ରହିଛି ବିଶେଷ ମହତ୍ୱ । କାରଣ ଏହା ଶ୍ରାବଣ ମାସର ତୃତୀୟ ସୋମବାର ଦିନ ପଡ଼ୁଛି । ଶ୍ରାବଣ ସୋମବାର ଓ ନାଗ ପଞ୍ଚମୀର ଏହି ଦୁର୍ଲଭ ସଂଯୋଗ ଶିବ ଭକ୍ତମାନଙ୍କ ପାଇଁ ଅତ୍ୟନ୍ତ କଲ୍ୟାଣକାରୀ ବୋଲି ଧାରଯାଏ ।

ଏହି ଦିନ ସୂର୍ଯ୍ୟଦେବଙ୍କ ରାଶି ପରିବର୍ତ୍ତନ (ସୂର୍ଯ୍ୟ ଗୋଚର) ମଧ୍ୟ ହେବାକୁ ଯାଉଛି । ଭଗବାନ ଶିବଙ୍କ କୃପା, ନାଗଦେବତାଙ୍କ ଆଶୀର୍ବାଦ ଏବଂ ସୂର୍ଯ୍ୟଦେବଙ୍କ ତେଜର ଏହି ତ୍ରିବେଣୀ ସଙ୍ଗମ ଜ୍ୟୋତିଷ ଦୃଷ୍ଟିରୁ ଅତ୍ୟନ୍ତ ଶୁଭ ଓ କଲ୍ୟାଣକାରୀ ବୋଲି ମନେ କରାଯାଉଛି । ଏହି ମହାସଂଯୋଗର ପ୍ରଭାବରେ ୩ଟି ବିଶେଷ ରାଶିର ଜୀବନରେ ସୁଖ, ସମୃଦ୍ଧି ଓ ଉନ୍ନତିର ନୂଆ ଦ୍ୱାର ଖୋଲିବାକୁ ଯାଉଛି ।

ମେଷ ରାଶି :
ମେଷ ରାଶିର ଜାତକମାନଙ୍କ ପାଇଁ ଏହି ମହାସଂଯୋଗ ଭାଗ୍ୟରେ ବୃଦ୍ଧି ଆଣିବ । ଭଗବାନ ଶିବ ଓ ସୂର୍ଯ୍ୟଦେବଙ୍କ କୃପାରେ ଆପଣଙ୍କ ଆତ୍ମବିଶ୍ୱାସରେ ବହୁତ ବୃଦ୍ଧି ହେବ । ଆୟର ନୂଆ ସ୍ରୋତ ସୃଷ୍ଟି ହେବ । ବ୍ୟବସାୟରେ କରାଯାଇଥିବା ପୁରୁଣା ନିବେଶରୁ ବଡ଼ ଲାଭ ମିଳିପାରେ ।

ସିଂହ ରାଶି :
ସୂର୍ଯ୍ୟଦେବ ଆପଣଙ୍କ ରାଶିର ସ୍ୱାମୀ । ନାଗ ପଞ୍ଚମୀ, ଶ୍ରାବଣ ସୋମବାର ଏବଂ ସୂର୍ଯ୍ୟ ଗୋଚରର ଏହି ଅଦ୍ଭୁତ ସଂଯୋଗ ଆପଣଙ୍କ ପାଇଁ ବରଦାନ ସଦୃଶ ହେବ । ସମାଜ ଓ କର୍ମକ୍ଷେତ୍ରରେ ଆପଣଙ୍କ ମାନ-ସମ୍ମାନ ଏବଂ ପଦ-ପ୍ରତିଷ୍ଠା ବଢ଼ିବ । ସରକାରୀ କାର୍ଯ୍ୟ କିମ୍ବା ଉଚ୍ଚ ଅଧିକାରୀଙ୍କ ସହଯୋଗରେ ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ । ଧନଲାଭର ପ୍ରବଳ ଯୋଗ ରହିଛି ।

ଧନୁ ରାଶି :
ଧନୁ ରାଶିର ଲୋକମାନଙ୍କ ପାଇଁ ଏହି ପବିତ୍ର ସଂଯୋଗ କ୍ୟାରିୟର ଓ ବ୍ୟବସାୟରେ ସଫଳତାର ଦ୍ୱାର ଖୋଲିବ । ଦୀର୍ଘଦିନ ଧରି ଚାଲିଆସୁଥିବା ଆର୍ଥିକ ସମସ୍ୟା କିମ୍ବା ବାଧା ଦୂର ହେବ । ଘର-ପରିବାରରେ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ ଏବଂ ପୈତୃକ ସମ୍ପତ୍ତିରୁ ଲାଭ ମିଳିବାର ସମ୍ଭାବନା ରହିଛି ।

ଶୁଭ ଫଳ ପାଇବା ପାଇଁ ଉପାୟ:
– ନାଗ ପଞ୍ଚମୀ ଓ ଶ୍ରାବଣ ସୋମବାର ଦିନ ଶିବଲିଙ୍ଗ ଉପରେ କ୍ଷୀର, ଜଳ ଏବଂ ବେଲପତ୍ର ଅର୍ପଣ କରନ୍ତୁ ।
– ସକାଳେ ତମ୍ବା ପାତ୍ରରେ ଜଳ ଓ ରୋଲି ମିଶାଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ ।
– ନାଗଦେବତାଙ୍କ ପୂଜା କରି ରାହୁ-କେତୁ ଦୋଷରୁ ମୁକ୍ତି ପାଇଁ ପ୍ରାର୍ଥନା କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button