ସ୍ୱାସ୍ଥ୍ୟ

ପିଲାଙ୍କ ପାଇଁ ଘରେ ପ୍ରସ୍ତୁତ କରନ୍ତୁ ‘କୁକୁମ୍ବର ଲେମନେଡ’, ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ

ଘରକୁ ଅତିଥି ଆସିଲେ ଆପଣ କିଛି ହେଲଦି ଏବଂ ନୂଆ ଡ୍ରିଙ୍କ ଦେବାକୁ ଚାହୁଁଥିବେ ନିଶ୍ଚିତ। ତେଣୁ ଘରକୁ ଆସୁଥିବା ଅତିଥିଙ୍କ ପାଇଁ କୁକୁମ୍ବର ଲେମନେଡ ପ୍ରସ୍ତୁତ କରି ପିଇବାକୁ ଦିଅନ୍ତୁ। ଯାହା ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟପ୍ରଦ। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଏହି ଡ୍ରିଙ୍କ :

ଆବଶ୍ୟକ ସାମଗ୍ରୀ :

କାକୁଡି

ଲେମ୍ବୁରସ

ମହୁ

ପାଣି ( ନର୍ମାଲ) ଏବଂ ସ୍ପାର୍କଲିଂ ଓ୍ଵାଟର

କାକୁଡି ଖଣ୍ଡ, ଲେମ୍ବୁ ଖଣ୍ଡ

drink

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଏକ ବ୍ଲେଣ୍ଡର ସାହାଯ୍ୟରେ କାକୁଡି, ଲେମ୍ବୁରସ, ମହୁ, ପାଣି (ନର୍ମାଲ) ମିଶାଇ ଭଲ ଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏବେ ଏହି ମିଶ୍ରଣକୁ ଏକ ପାତ୍ରରେ କାଢି ଦିଅନ୍ତୁ। ପୁଣି ଏଥିରେ ସ୍ପାର୍କିଲିଂ ଓ୍ଵାଟର ମିଶାଇ ଦିଅନ୍ତୁ। ଏବେ ଏକ ଗ୍ଲାସ ନେଇ ସେଥିରେ କାକୁଡି ଖଣ୍ଡ ଏବଂ ଲେମ୍ବୁ ଖଣ୍ଡ ପକାଇବା ପରେ ସେଥିରେ ଏହି ମିଶ୍ରଣକୁ ଢାଳନ୍ତୁ। ଉପରେ କାକୁଡି ଏବଂ ଲେମ୍ବୁ ମଧ୍ୟ ସଜାଇବା ପାଇଁ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ଡ୍ରିଙ୍କ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button