ଦେଶ ବିଦେଶ

Jauhar University Raids: ଇଡି ପଞ୍ଝାରେ ଆଜମ ଖାନଙ୍କ ୟୁନିଭର୍ସିଟି, ୧୦ଟି ସ୍ଥାନରେ ଚାଲିଛି ଚଢଉ

ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଇଡି ବୁଧବାର ଆଜମଙ୍କ ସହଯୋଗୀଙ୍କ ଘରେ ଚଢଉ କରିଛି । ପ୍ରାୟ ୧୦ଟି ସ୍ଥାନରେ ଇଡି ପକ୍ଷରୁ ଚଢଉ କରାଯାଇଛି । ଉତ୍ତର ପ୍ରଦେଶର ରାମପୁର, ସହାରନପୁର ସମେତ ଦିଲ୍ଲୀରେ ମଧ୍ୟ ରେଡ୍ ହୋଇଛି ।

ଖବର ମୁତାବକ, ଇଡି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରି ଆକ୍ଟ ୨୦୦୨ ଅନୁସାରେ ଚଢଉ ଜାରି ରଖିଛି । ଇଡି ଟିମ୍ ଆଜମଙ୍କ ଆର୍ଥିକ ନେଣଦେଣ, ଅନିୟମିତତା ଏବଂ ବେଆଇନ ଫଣ୍ଡିଂ ମାମଲାର ଯାଞ୍ଚ୍ କରୁଛନ୍ତି । ଏହି ସବୁ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଇଡି ଟିମ୍ ଲକ୍ଷ୍ନୌର ଜୋନାଲ ଅଫିସରେ ଆଜାମଙ୍କ ଡ୍ରିମ୍ ପ୍ରୋଜେକ୍ଟ୍ ମୌଲାନା ମହମ୍ମଦ ଅଲୀ ଜୋହର ୟୁନିଭର୍ସିଟି ଏବଂ ଏହା ସହ ଜଡିତ ମୌଲାନା ମହମ୍ମଦ ଅଲୀ ଟ୍ରଷ୍ଟର ଅନେକ ଅଧିକାରୀଙ୍କ ଘରେ ରେଡ୍ ହୋଇଛି । ଇଡି ଅନେକ କାଗଜପତ୍ର ଏବଂ ଦସ୍ତାବିଜ ଖୋଳତାଡ କରୁଛି । ଚଢଉ ବେଳେ କେନ୍ଦ୍ରୀୟ ବଳ ମୁତୟନ ରହିଛନ୍ତି ।

ତଦନ୍ତକାରୀ ସଂସ୍ଥା କିଛି ସରକାରୀ ଯୋଜନାରୁ ମିଳିଥିବା ଅର୍ଥ କଥିତ ଭାବେ ଟ୍ରଷ୍ଟ ଓ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ କାର୍ଯ୍ୟରେ ବ୍ୟବହାର ହୋଇଥିବା ଅଭିଯୋଗର ଯାଞ୍ଚ କରୁଛି । କିଛି ଠିକାଦାର ସରକାରୀ ଅର୍ଥକୁ ବେଆଇନ ଭାବେ ଆଜମ ଖାନଙ୍କ ଟ୍ରଷ୍ଟକୁ ଟ୍ରାନ୍ସଫର୍ କରିଥିଲେ । ଆଉ କିଛି ଅର୍ଥ ୟୁନିଭର୍ସିଟିକୁ ପଠାଯାଇଥିଲା । ଏଥିରେ ୟୁନିଭର୍ସିଟିର ନିର୍ମାଣ କାର୍ଯ୍ୟ ସମ୍ପାଦନ ହୋଇଥିଲା । ଆର୍ଥିକ ଦସ୍ତାବିଜ, କାରବାର ସମ୍ପର୍କିତ ରେକର୍ଡ ଓ ଡିଜିଟାଲ୍ ପ୍ରମାଣ ଖୋଜାଯାଉଥିବା ରିପୋର୍ଟରେ ରହିଛି । ଏହାସହ ଜୋହର ଟ୍ରଷ୍ଟର ଅନେକ କର୍ମଚାରୀଙ୍କୁ ମଧ୍ୟ ଜେରା କରାଯାଉଛି ।

ସୂଚନାଯୋଗ୍ୟ, ଗତ କିଛିଦିନ ହେଲାଣି ଜୋହର ୟୁନିଭର୍ସିଟି ଚର୍ଚ୍ଚାରେ ରହିଥିଲା । ୟୁନିଭର୍ସିଟିରେ ଅନିୟମିତତା କାରଣରୁ ୪୦ଟି କୋଠା ମଧ୍ୟରୁ ୩୮ଟିକୁ ନିର୍ମାଣ ଅନୁମୋଦନ ସମ୍ପର୍କିତ ନିୟମ ଉଲ୍ଲଂଘନ ଅଭିଯୋଗରେ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ବିରୋଧରେ ୟୁନିଭର୍ସିଟି ପକ୍ଷରୁ ଆଇନଗତ ପଦକ୍ଷେପ ନିଆଯାଇଥିଲା । ଅଗଷ୍ଟ ୧୩ରେ ମୁରାଦାବାଦ କମିଶନର କୋର୍ଟରେ ମାମଲାର ଶୁଣାଣି ହୋଇଥିଲା । ୟୁନିଭର୍ସିଟି ପକ୍ଷରୁ ଯେଉଁ ସମୟରେ କୋଠାଗୁଡ଼ିକ ନିର୍ମାଣ ହୋଇଥିଲା, ସେତେବେଳେ ଲାଗୁଥିବା ମାଷ୍ଟର ପ୍ଲାନ୍ ଓ ନିୟମକୁ ବିଚାରକୁ ନେବାକୁ ଅନୁରୋଧ କରାଯାଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୫ରେ ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button